ETV Bharat / city

ୟୁନିଟ 4 ମାଛ ମାର୍କେଟରେ ପ୍ରଶାସନର ନିୟମ ମାନିବାକୁ ସଂଘର ନିବେଦନ - ଭୁବନେଶ୍ବର ୟୁନିଟ 4 ମାଛ ମାର୍କେଟ

କୋରୋନା ମହାମାରୀକୁ ନେଇ ସାରା ସହର ଭୟରେ ରହୁଥିବା ବେଳେ ଭୁବନେଶ୍ବରର ବହୁ ପୁରୁଣା ୟୁନିଟ 4 ଅଞ୍ଚଳର ମାଛ ମାର୍କେଟ କୋରୋନା ଯୋଗୁଁ ବନ୍ଦ ରହିଥିଲା । ବର୍ତ୍ତମାନ ଖୋଲିଛି ମାଛ ମାର୍କେଟ, ପ୍ରଶାସନର କଟକଣା ଓ ନିୟମକୁ ମାନିବା ପାଇଁ ସଂଘ ଅନୁରୋଧ କରିଛି । ଅଧିକ ପଢନ୍ତୁ...

ୟୁନିଟ 4 ମାଛ ମାର୍କେଟରେ ପ୍ରଶାସନର ନିୟମ ମାନିବାକୁ ସଂଘର ନିବେଦନ

author img

By

Published : Aug 2, 2020, 5:09 PM IST

ଭୁବନେଶ୍ବର: ୟୁନିଟ 4 ମାଛ ମାର୍କେଟରେ ପ୍ରଶାସନର ନିୟମ ମାନିବାକୁ ସଂଘର ନିବେଦନ। କୋରୋନା ମହାମାରୀକୁ ନେଇ ସାରା ସହର ଭୟରେ ରହୁଥିବା ବେଳେ ଭୁବନେଶ୍ବରର ବହୁ ପୁରୁଣା ୟୁନିଟ 4 ଅଞ୍ଚଳର ମାଛ ମାର୍କେଟ କୋରୋନା ଯୋଗୁଁ ବନ୍ଦ ରହିଥିଲା । ଦୀର୍ଘ ଦିନ ପରେ ଏହି ମାଛ ବଜାରକୁ ସର୍ବସାଧାରଣ ପାଇଁ ଖୋଲାଯାଇଛି।

ୟୁନିଟ 4 ମାଛ ମାର୍କେଟରେ ପ୍ରଶାସନର ନିୟମ ମାନିବାକୁ ସଂଘର ନିବେଦନ

ରାଜଧାନୀରେ କୋରୋନା ଯେତିକି ମାତ୍ରାରେ ବୃଦ୍ଧି ପାଉଛି ସେନେଇ ପ୍ରଶାସନ ମଧ୍ୟ ଅନେକ କ୍ଷେତ୍ରରେ ଉଚିତ ପଦକ୍ଷପ ନିଆଯାଇଛି। ରାଜଧାନୀର ଅନେକ ମାର୍କେଟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିବା ବେଳେ ଅନେକ ସ୍ଥାନରେ କଣ୍ଟେନମେଣ୍ଟ ଜୋନ ଖୋଲାଯାଇଛି। ରବିବାର ୟୁନିଟ 4 ର ମାଛ ମାର୍କେଟ କୁ କଣ୍ଟେଣ୍ଟମେଣ୍ଟ ଜୋନ ଖୋଲା ଯାଇଛି । ଏହାପରେ ୟୁନିଟ 4 ର ମାଛ ମାର୍କେଟ ସଂଘ ପକ୍ଷରୁ ଜନସାଧାରଣଙ୍କୁ ଭୟର ସହିତ କିଣା କିଣି କରନ୍ତୁ ନାହିଁ ବୋଲି ଅନୁରୋଧ କରାଯାଇଛି । ମାଛ ମାର୍କେଟ ସମ୍ପୂର୍ଣ୍ଣ ଭାବରେ କୋରୋନା ମୁକ୍ତ ରହିଛି। ସମସ୍ତ ବ୍ୟବସାୟୀଙ୍କ 3 ଦିନରେ ଥରେ ଟେଷ୍ଟ କରାଯାଉଛି। ଏଭଳି 4 ଥର ଟେଷ୍ଟ କରାଯାଇଛି।

ତେବ ମାଛ କିଣିବା ସମୟରେ ସାମାଜିକ ଦୂରତା ଓ ମୁହଁରେ ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରିବାକୁ ଅନୁରୋଧ କରିଛି ସଂଘ। ଏହା ଛଡା ସମସ୍ତ ଦୋକାନୀଙ୍କୁ ମଧ୍ୟ ଗ୍ରାହକଙ୍କୁ ସାମାଜିକ ଦୂରତା ରଖିବାକୁ ନିର୍ଦେଶ ଦିଆଯାଇଛି ବୋଲି ସଂଘର ସମ୍ପାଦକ ଜାମ୍ବେଶ୍ବର ମଲିକ ସୂଚନା ଦେଇଛନ୍ତି।

ଭୁବନେଶ୍ବରରରୁ ବିକାଶ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.