ETV Bharat / city

ରାଜଧାନୀର ଏମିତି ଦୋକାନ... ମିଳୁଛି 50 ପ୍ରକାର ପରିବା

author img

By

Published : Dec 28, 2021, 8:25 AM IST

ଶାଗ, କୋବି, ଲେମ୍ବୁ କଞ୍ଚାଲଙ୍କା ଆଉ କଦଳୀ ଭଳି ୫୦ରୁ ଅଧିକ ପରିବାରେ ଭର୍ତ୍ତି ହୋଇଛି ଟୋକେଇ । ଗ୍ରାହକଙ୍କୁ ଆକର୍ଷିତ କରୁଛି ପରିବାର ସମ୍ଭାର । ପ୍ରତିଟି ଗ୍ରାହକଙ୍କୁ ଦଣ୍ଡେ ଅଟିକି ଯିବାକୁ ବଧ୍ୟ କରୁଛି ସୁସଜ୍ଜିତ ପରିବା ଦୋକାନା । ଲୋକ ପରିବା କିଣିବା ଅପେକ୍ଷା ଦୋକାନକୁ ଦେଖିବାକୁ ବେଶୀ ପସନ୍ଦ କରୁଛନ୍ତି । ଅଧିକ ପଢନ୍ତୁ

ୟୁନିଟ୍‍-୧ ହାଟର ନିଆରା ପରିବା ଦୋକାନ
ୟୁନିଟ୍‍-୧ ହାଟର ନିଆରା ପରିବା ଦୋକାନ

ଭୁବନେଶ୍ବର: ମେଲିଛି ଭଳିକି ଭଳି ପରିବାର ପସରା । ଶାଗ, କୋବି, ଲେମ୍ବୁ କଞ୍ଚାଲଙ୍କା ଆଉ କଦଳୀ ଭଳି ୫୦ରୁ ଅଧିକ ପରିବାରେ ଭର୍ତ୍ତି ହୋଇଛି ଟୋକେଇ । ଗ୍ରାହକଙ୍କୁ ଆକର୍ଷିତ କରୁଛି ପରିବାର ସମ୍ଭାର । ପ୍ରତିଟି ଗ୍ରାହକଙ୍କୁ ଦଣ୍ଡେ ଅଟିକି ଯିବାକୁ ବଧ୍ୟ କରୁଛି ସୁସଜ୍ଜିତ ପରିବା ଦୋକାନା । ଲୋକ ପରିବା କିଣିବା ଅପେକ୍ଷା ଦୋକାନଟିକୁ ଦେଖିବାକୁ ବେଶୀ ପସନ୍ଦ କରୁଛନ୍ତି । କମ୍‍ ସ୍ଥାନରେ ଏତେ ପ୍ରକାରର ପନିପରିବା ଗ୍ରାହକଙ୍କୁ ଆକୃଷ୍ଟ କରିଛି । ଏପରି ଏକ ପରିବା ଦୋକାନ ଦେଖିବାକୁ ମିଳିଛି ରାଜଧାନୀର ୟୁନିଟ ୧ ସ୍ଥିତ ପରିବା ହାଟରେ (unit1vegetable market) ।

ୟୁନିଟ୍‍-୧ ହାଟର ନିଆରା ପରିବା ଦୋକାନ

ଦୁଇ ଭାଇ ଅଧିଶ୍ବର ମହାପାତ୍ର ଓ ବିକ୍ରମ ମହାପାତ୍ରଙ୍କ ଏହି ଦୋକାନ ଲୋକଙ୍କୁ ମନ ମୋହିଛି । ଖରା, ବର୍ଷା ହେଉ କି ଶୀତ ସବୁ ଋତୁରେ ପଣସ ଉପଲବ୍ଧ ହୋଇଥାଏ । ପଣସ କାଟିବା ଅନେକଙ୍କ ପାଇଁ ସହଜ ହେଉନଥାଏ ଏହି ଦୋକାନରେ ଲୋକଙ୍କ ସୁବିଧା ପାଇଁ କଟା ପଣସ ମଧ୍ୟ ମିଳେ । ହଳଦିଆ ଓ ନାଲି କାଶ୍ମୀରୀ ଲଙ୍କା ଠାରୁ ଆରମ୍ଭ କରି ନାଲି ବନ୍ଧା କୋବି, ପିଆଜ ସଣ୍ଢା ବର୍ଷସାରା ଏହି ଦୋକାନରେ ବିକ୍ରି ହୋଇଥାଏ। ପ୍ରାୟ ୨୦ ବର୍ଷରୁ ଦୀର୍ଘ ସମୟ ଧରି ଦୁଇ ଭାଇଙ୍କର ଏହି ଦୋକାନ । ଏଠାରେ ସବୁ ପନିପରିବା ମିଳୁଛି । ସଲଗମ୍‍, ପାଣି କଖାରୁ ଲାଉ, ମକା, ବିଭିନ୍ନ କିସମର ମୂଳା, ୫ରୁ ୭ ପ୍ରକାର କଞ୍ଚାଲଙ୍କା, ପ୍ରାୟ ୧୫ ପ୍ରକାରର ଶାଗ ଏଠାରେ ମିଳିଥାଏ। ମେଥି, ବଥୁଆ, ମଦରଙ୍ଗା, ପିତା ଶାଗ, ପୋଇ ଶାଗ, କଳମ, ପାଳଙ୍ଗ, ସୁନୁସୁନିଆଁ, କୋଶଳା, ଖଡ଼ା, ଲେଉଟିଆ, ଆଦି ଭଳିକି ଭଳି ଶାଗ ଖୋଜିଲେ ଏଠାରେ ଗ୍ରହକଙ୍କୁ ମିଳିଥାଏ ।

ଖୋର୍ଦ୍ଧା ବାଘମାରୀ ଅଞ୍ଚଳର ଏହି ଦୁଇ ବେପାରୀ ଭାଇ ଏହି ଦୋକାନରୁ ଦିନକୁ ପ୍ରାୟ ୭ରୁ ୮ ହଜାର ଟଙ୍କା ପର୍ଯ୍ୟନ୍ତ ବେପାର କରିଥାନ୍ତି। ଗ୍ରାହକଙ୍କୁ ଏତେ ସଂଖ୍ୟାରେ ପରିବା ଯୋଗାଇ ଦେବା ପାଇଁ ଉଭୟେ ଖୁବ୍‍ ପରିଶ୍ରମ କରିଥାନ୍ତି। ଚାହିଦା ଅନୁସାରେ ପନିପରିବା ପାଇଁ ଚାଷୀଙ୍କୁ ପ୍ରଥମେ ପାଉଣା ଦେଇଥାନ୍ତି ଓ ଫସଲ ଅମଳ ପରେ ବେପାର କରିଥାନ୍ତି। ପିପିଲିସ୍ଥିତ ଗୋଡ଼ିମାଳ ଅଞ୍ଚଳରୁ ସେ ବିଭିନ୍ନ କିସମର କାଶ୍ମିରୀ ଲଙ୍କା ପାଇପାରୁଥିବା ବିକ୍ରମ କହିଛନ୍ତି। ତେବେ ଗ୍ରାହକ କିଣିବେ କି ନାହିଁ ସେ ଚିନ୍ତା ନକରି କିପରି ଅଧିକ ପ୍ରକାରର ପରିବା ଗ୍ରାହକଙ୍କ ପାଖରେ ପହଞ୍ଚିପାରିବ ସେଥିପ୍ରତି ଖୁବ୍‍ ଯତ୍ନବାନ ଦୁଇ ଭାଇ। ଅଧିଶ୍ବର ଓ ବିକ୍ରମଙ୍କୁ ଅନୁକରଣ କରି ପୂର୍ବକ ହାଟରେ କିଛି କିଛି ବେପାରୀ ଏପରି ପନିପରିବା ଓ ଶାଗ ଆସର ମେଲିବା ଆରମ୍ଭ କଲେଣି । ଯଦି ବେପାରୀ ତଥା ଗ୍ରାହକ ଚାଷୀଙ୍କ ଠାରୁ ଏପରି ଫସଲ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରନ୍ତି ତେବେ ଏହା ରାଜ୍ୟରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିବ। ମଜାଳିଆ କଥା ହେଉଛି କେତେକ ଗ୍ରାହକ ସେମାନଙ୍କ ପିଲାମାନଙ୍କୁ ବହିରେ ଦେଖୁଥିବା ବିଭିନ୍ନ ପନିପରିବା ଚିହ୍ନାଇବାକୁ ଏହି ଦୋକାନକୁ ସାଥିରେ ନେଇ ଆସନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.