ETV Bharat / sports

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଦ୍ବିତୀୟ ମେଡାଲ; ମନୁ ଭାକର ଓ ସରବଜୋତ ଜିତିଲେ ବ୍ରୋଞ୍ଜ, ଇତିହାସ ରଚିଲେ ମନୁ - Paris Olympics 2024

author img

By ETV Bharat Sports Team

Published : Jul 30, 2024, 1:24 PM IST

Paris Olympics 2024 Shooting: ପ୍ୟାରିସ ଅଲିମ୍ପିକ୍ସ 2024ରୁ ଭାରତକୁ ଆସିଲା ଦ୍ବିତୀୟ ପଦକ । 10 ମିଟର ଏୟାର ପିସ୍ତଲ ଯୁଗଳ ବର୍ଗ ଇଭେଣ୍ଟରେ ବ୍ରୋଞ୍ଜ ଜିତିଲେ ଭାରତର ଷ୍ଟାର ଶୁଟର ଯୋଡ଼ି ମନୁ ଭାକର ଏବଂ ସରବଜୋତ ସିଂହ । ଅଧିକ ପଢ଼ନ୍ତୁ

Paris Olympics 2024 Shooting
Paris Olympics 2024 Shooting (AP Photos)

ପ୍ୟାରିସ୍‌ (ଫ୍ରାନ୍ସ): ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତ ଦ୍ବିତୀୟ ପଦକ ଜିତିଛି । 10 ମିଟର ଏୟାର ପିସ୍ତଲ ଯୁଗଳ ବର୍ଗ ଇଭେଣ୍ଟରେ ଭାରତର ଷ୍ଟାର ଶୁଟର ମନୁ ଭାକର ଏବଂ ସରବଜୋତ ସିଂହ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ମ୍ୟାଚ୍‌ରେ ଉଭୟ ଭାରତୀୟ ଶୁଟର ମନୁ ଓ ସରବଜୋତ ଚମତ୍କାର ପ୍ରଦର୍ଶନ କରିଥିଲେ । ଭାରତୀୟ ଯୋଡି ଫାଇନାଲରେ କୋରିଆ ଯୋଡ଼ିକୁ 16-10 ବ୍ୟବଧାନରେ ପରାସ୍ତ କରିଛନ୍ତି । ଭାରତୀୟ ଷ୍ଟାର ଶୁଟର ଯୋଡ଼ି ମ୍ୟାଚ୍‌ ଆରମ୍ଭରୁ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଥିଲେ ଏବଂ ଚମତ୍କାର ପ୍ରଦର୍ଶନ ସହ ଭାରତକୁ ଦ୍ବିତୀୟ ମେଡାଲ ଦେଇଛନ୍ତି ।

ମନୁ ଭାକର ଓ ସରବ୍‌ଜୋତ ଜିତିଲେ ବ୍ରୋଞ୍ଜ:-

ପ୍ୟାରିସ୍‌ ଅଲିମ୍ପିକ୍ସ 2024ରେ 10 ମିଟର ଏୟାର ପିସ୍ତଲ ଯୁଗଳ ବର୍ଗ ବ୍ରୋଞ୍ଜ ପଦକ ପାଇଁ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ କୋରିଆ ଦଳ ଲି ୱୋନୋ ଏବଂ ଓହ୍‌ ୟେ ଜିନ୍ ପ୍ରଥମ ସିରିଜରେ ଭାରତୀୟ ଯୋଡ଼ିଙ୍କୁ ପଛରେ ପକାଇଥିଲେ । ତେବେ ଭାରତୀୟ ଯୋଡି ମନୁ-ସରବଜୋତ ଏକ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି 8-2 ପଏଣ୍ଟର ଅଗ୍ରଣୀ ହାସଲ କରିଥିଲେ । ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ଅନେକ ଥର ପଏଣ୍ଟ ଆଗପଛ ହୋଇଥିଲା, କିନ୍ତୁ ଭାରତୀୟ ଯୋଡ଼ି ଆଉ ପଛୁଆ ରହିନଥିଲା । ପରିଶେଷରେ ମନୁ ଭାକର ଏବଂ ସରବଜୋତ ସିଂ 16-10 ସ୍କୋରରେ ଦେଶ ପାଇଁ ଦ୍ବିତୀୟ ବ୍ରୋଞ୍ଜ ମେଡାଲ ଜିତିଥିଲେ ।

ଇତିହାସ ରଚିଲେ ମନୁ ଭାକର:-

ଅନ୍ୟପଟେ ଏହି ବିଜୟ ସହିତ 22 ବର୍ଷୀୟା ଭାରତୀୟ ଶୁଟର ମନୁ ଭାକର ଇତିହାସ ରଚିଛନ୍ତି । ଗୋଟିଏ ଅଲିମ୍ପିକ୍ସ ସଂସ୍କରଣରେ ଦୁଇଟି ପଦକ ଜିତିଥିବା ଭାରତର ପ୍ରଥମ ଶୁଟର ହୋଇଛନ୍ତି ମନୁ ଭାକର । ଏହା ପୂର୍ବରୁ ରବିବାର ଦିନ ମନୁ 10 ମିଟର ଏୟାର ପିସ୍ତଲ ମହିଳା ଏକକ ବର୍ଗରେ ବ୍ରୋଞ୍ଜ ମେଡାଲ ଜିତି ଭାରତକୁ ପ୍ୟାରିସ୍‌ ଅଲିମ୍ପିକ୍ସ 2024ର ପ୍ରଥମ ମେଡାଲ ଦେଇଥିଲେ । ଅନ୍ୟପଟେ ସରବଜୋତ ସିଂ ବର୍ତ୍ତମାନ ଅଲିମ୍ପିକ୍ସରେ ପଦକ ଜିତିବାରେ 6ଷ୍ଠ ଭାରତୀୟ ଶୁଟର ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଆଜିର ମ୍ୟାଚ୍‌ରେ ମନୁ ଭାକର ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ତାଙ୍କର 13ଟି ସଟ୍ ମଧ୍ୟରୁ 10ଟି ସଟ୍‌‌ରେ ସେ 10.0 କିମ୍ବା ତା'ଠାରୁ ଅଧିକ ସ୍କୋର କରିଥିଲେ ।

ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ:-

ଏହି ଦମଦାର ବିଜୟ ସହ ଭାରତକୁ ଦ୍ବିତୀୟ ପଦକ ଦେଇଥିବା ଭାରତୀୟ ଶୁଟର ମନୁ ଭାକର ଓ ସରବଜୋତ ସିଂହଙ୍କୁ ଶୁଭେଚ୍ଛା ଜଣାଇଛନତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ମୋଦି ଲେଖିଛନ୍ତି, "ଆମର ଶୁଟରମାନେ କ୍ରମାଗତ ଭାବରେ ଆମକୁ ଗର୍ବିତ କରୁଛନ୍ତି । ଅଲିମ୍ପିକ୍ସରେ 10 ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ମନୁ ଭାକର ଏବଂ ସରବଜୋତ ସିଂଙ୍କୁ ଅଭିନନ୍ଦନ । ଉଭୟ ମହାନ କୌଶଳ ଏବଂ ଦଳଗତ କାର୍ଯ୍ୟ ପ୍ରଦର୍ଶନ କରିଛନ୍ତି । ଭାରତ ଅତ୍ୟନ୍ତ ଆନନ୍ଦିତ । ମନୁଙ୍କ ପାଇଁ ଏହା ହେଉଛି ତାଙ୍କର କ୍ରମାଗତ ଦ୍ବିତୀୟ ଅଲିମ୍ପିକ୍ ପଦକ, ଯାହା ତାଙ୍କର ନିରନ୍ତର ଉତ୍କର୍ଷତା ଏବଂ ନିଷ୍ଠାକୁ ଦର୍ଶାଉଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.