ETV Bharat / bharat

ଭୁଶୁଡିଲା ନିର୍ମାଣାଧିନ କୋଠାର ଛାତ; ୪ ମୃତ, ୯ ଆହତ - Rajasthan building roof collapse

author img

By ETV Bharat Odisha Team

Published : Jul 30, 2024, 12:05 PM IST

Rajasthan building roof collapse:ରାଜସ୍ଥାନରେ ନିର୍ମାଣାଧିନ କୋଠାର ଛାତ ଭୁଶୁଡି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ

Rajasthan building roof collapse
Rajasthan building roof collapse (ETV Bharat Rajasthan)

ଜୟପୁର: ରାଜସ୍ଥାନରେ ବଡଧରଣର ଅଘଟଣ । ନିର୍ମାଣାଧିନ କୋଠାର ଛାତ ଭୁଷୁଡି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ପାଖାପାଖି ୫ ଘଣ୍ଟାର ରେସକ୍ୟୁ ଅପରସେନ ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁୟାୟୀ, ରାଜସ୍ଥାନର ରାଜସାମନ୍ଦ ଜିଲ୍ଲାରେ ଏକ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଚାଲୁଥିଲା । ସୋମବାର ରାତି ୯ଟା ସମୟରେ ୧୩ ଜଣ ଶ୍ରମିକ ବିଲ୍ଡିଂରେ ରଙ୍ଗ ଓ ସଫେଇ କାର୍ଯ୍ୟ କରୁଥିବା ବେଳେ ଛାତରୁ ଡେରି ରହିଥିବା ଏକ ବାଉଁଶ ଖସି ପଡିଥିଲା । ବାଉଁଶଟି ଖସି ପଡିବାରୁ ସମ୍ପୂର୍ଣ୍ଣ ଛାତଟି ଭୁଶୁଡି ପଡି ଶ୍ରମିକଙ୍କ ଉପରେ ଗଳିପଡିଥିଲା । ଛାତ ତଳେ ସବୁ ଶ୍ରମିକମାନେ ଚାପି ହୋଇଯାଇଥିଲେ । ଗ୍ରାମଠୁ ବିଲ୍ଡିଂ ଦୂରରେ ଥିବାରୁ ଗ୍ରାମବାସୀମାନେ ଘଟଣା ସମ୍ପର୍କରେ ଜାଣିପାରିନଥିଲେ । ତେବେ ଛାତ ତଳେ ଚାପି ହୋଇ ରହିଥିବା ଜଣେ ଶ୍ରମିକ ଫୋନ କରି ଗ୍ରାମବାସୀଙ୍କୁ ଏନେଇ ଜଣାଇବା ପରେ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଏନେଇ ପୋଲିସକୁ ଖବର ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ.. ପୁଣି ବଡ଼ ରେଳ ଦୁର୍ଘଟଣା; ଝାଡ଼ଖଣ୍ଡ ଚକ୍ରଧରପୁରରେ ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ, 2 ମୃତ, ଓଡ଼ିଶା ରୁଟରେ 3 ଟ୍ରେନ ବାତିଲ - Howrah Express Derails

ଏନେଇ ଖବର ପାଇବା ପରେ ସ୍ଥାନୀୟ ପୋଲିସ, ଏସଡିଆରଏଫ ଓ ସିଭିଲ ଡିଫେନ୍ସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ରାତି ୧୧ଟା ୩୦ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କିଛି ସମୟ ମଧ୍ୟରେ ୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ୫ ଘଣ୍ଟାର ରେସକ୍ୟୁ ଅପରେସନ ପରେ ୪ ଜଣଙ୍କ ମୃତ ଦେହ ଛାତ ଭଗ୍ନାବଶେଷରୁ ଉଦ୍ଧାର କରାଯାଇଥିବା ବେଳେ ୯ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି । ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.