ETV Bharat / city

MCL ହସ୍ପିଟାଲକୁ କୋଭିଡ ହସ୍ପିଟାଲ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର - ତାଳଚେର କୋଭିଡ ହସପିଟାଲ ଖବର

ତାଳଚେର ଏମସିଏଲ୍ ହସ୍ପିଟାଲକୁ କୋଭିଡ ହସ୍ପିଟାଲ କରିବାକୁ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖୁବଶୀଘ୍ର ଏହି ହସ୍ପିଟାଲରେ ICU ସୁବିଧା ଓ ୧୦୦ଟି ଭେଣ୍ଟିଲେଟର ବ୍ୟବସ୍ଥା କରିବାକୁ କଲେ ଅନୁରୋଧ । ଅଧିକ ପଢନ୍ତୁ...

unionminister-dharmendra-pradhan
MCL ହସପିଟାଲକୁ କୋଭିଡ ହସପିଟାଲ ପାଇଁ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
author img

By

Published : Apr 23, 2021, 10:00 AM IST

ଭୁବନେଶ୍ବର: ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ଼ ହସ୍ପିଟାଲ କରିବା ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର । ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ-୧୯ ମାମଲାକୁ ଦୃଷ୍ଟିରେ ରଖି ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ଼-୧୯ ହସ୍ପିଟାଲରେ କାର୍ଯ୍ୟ କରିବା ପାଇଁ କେନ୍ଦ୍ର କୋଇଲାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖୁବ ଶୀଘ୍ର ଏହି ହସ୍ପିଟାଲରେ ଆଇସିୟୁ ସୁବିଧା ଓ ୧୦୦ଟି ଭେଟିଲେଟର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି ।

unionminister-dharmendra-pradhan
MCL ହସପିଟାଲକୁ କୋଭିଡ ହସପିଟାଲ ପାଇଁ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବର୍ତମାନ ଭାରତ କୋଭିଡ-୧୯ର ଦ୍ଵିତୀୟ ଲହରୀ ସହ ଲଢ଼େଇ କରୁଛି । ଭାରତର ଟିକାକରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ନିଆଯାଇଥିବା ବଳିଷ୍ଠ ପଦକ୍ଷେପକୁ ସମର୍ଥନ କରିବା ପାଇଁ ତଥା ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା କୋଭିଡ -୧୯ ର ମାମଲା ଗୁଡ଼ିକର ଚିକିତ୍ସା ପାଇଁ ସମସ୍ତ ଉପଲବ୍ଧ ସ୍ଵାସ୍ଥ୍ୟ ଭିତ୍ତିଭୂମିଳୁ ବୃଦ୍ଧି କରିବା ଆବଶ୍ୟକ । ଓଡ଼ିଶାରେ କୋଭିଡ୍ ମାମଲା ଦ୍ରୁତ ଗତିରେ ବଢୁଥିବା ବେଳେ ନିକଟରେ ଦୈନିକ ନୂଆ ସଂକମ୍ରଣ ୪ ହଜାର ୭୬୧କୁ ବୃଦ୍ଧି ପାଇଛି ଅନୁରୂପ ଭାବେ ପତ୍ର ଲେଖିବା ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୪୫୩ଟି ସକ୍ରିୟ କୋଭିଡ୍ ମାମଲା ରହିଥିବା ବେଳେ ପ୍ରତିଦିନ ୮୧ରୁ ଅଧିକ ନୂଆ କୋଭିଡ୍ ରୋଗୀ ଚିହ୍ନଟ ହେଉଛନ୍ତି । କୋଭିଡର ପ୍ରଥମ ଲହରି ବେଳେ ୧୪୪ ବିଶିଷ୍ଟ ଶଯ୍ୟା ବିଶିଷ୍ଟ ଏବଂ ୬ଟି ଆଇସିୟୁ ୟୁନିଟ୍ ସହ ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲ କୋଭିଡ଼ ହସ୍ପିଟାଲ ଭାବରେ କାର୍ଯ୍ୟ କରୁଥିଲା ତେଣୁ ବର୍ତମାନ ସମୟରେ କୋଭିଚ୍‌-୧୯ ମାମଲା ବ୍ୟାପକ ହେଉଥିବା ଏହି ହସ୍ପିଟାଲକୁ ୧୦୦ଟି ଭେଟିଲେଟର ପ୍ରଦାନ କରାଗଲେ କୋଭିଡ୍ ରୋଗୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ।

ଅନୁଗୁଳ ଜିଲ୍ଲାରେ କୋଭିଡ୍ ମାମଲା ବଢ଼ୁଥିବା ବେଳେ ଏଠାରେ ଜରୁରୀକାଳୀନ ମେଡ଼ିକାଲ ଭିତିଭୂମିକୁ କାର୍ଯ୍ୟକ୍ଷମ କରିବା ଅତ୍ୟନ୍ତ ଆବଶ୍ୟକ । ସେଥିପାଇଁ ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲରେ ଆଇସିୟୁ ସୁବିଧା ସହ କୋଭିଡ୍ ହସ୍ପିଟାଲ ଭାବେ ଘୋଷଣା କରିବା ପାଇଁ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତଗତ ହସ୍ତକ୍ଷେପ ଲୋଡ଼ିଛନ୍ତି ପ୍ରଧାନ। ଏହା ସହ ଅନୁଗୁଳ ଜିଲ୍ଲା ତଥା ଆଖପାଖ ଅଂଚଳରେ ବଢ଼ୁଥିବା କୋଭିଡ୍ ମାମଲା ପାଇଁ ସଠିକ୍ ମେଡ଼ିକାଲ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଏମସିଏଲର ଅଧିକାରୀଙ୍କୁ ଏହି ହସ୍ପିଟାଲରେ ଯଥାଶୀଘ୍ର ୧୦୦ଟି ଭେଟିଲେଟରର ବ୍ୟବସ୍ଥା କରିବାକୁ ଅନୁମତି ଦେବା ପାଇଁ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଯୋଶୀଙ୍କୁ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.