ETV Bharat / city

କୃଷକ ଆନ୍ଦୋଳନ ପଛରେ ରହିଛି ଦେଶ ବିରୋଧୀ ଶକ୍ତିର ହାତ: ପ୍ରତାପ ଷଡଙ୍ଗୀ

author img

By

Published : Dec 11, 2020, 3:34 PM IST

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ପ୍ରତିକ୍ରିୟା । ପ୍ରକୃତ ଚାଷୀ ଏହି ଆନ୍ଦୋଳନ କରୁନାହାନ୍ତି । ଦଳେ ଲୋକ ଚାଷୀମାନଙ୍କୁ ଉସକାଇ ଏଭଳି କରାଉଛନ୍ତି । ଏହାର କୌଣସି ଆଧାର ନାହିଁ ।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ସାରା ଦେଶରେ କୃଷକ ଆନ୍ଦୋଳନ ତୀବ୍ର ହେଉଥିବାବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ଚାଷୀଙ୍କ ଆନ୍ଦୋଳନ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ପ୍ରତିକ୍ରିୟା । ପ୍ରକୃତ ଚାଷୀ ଏହି ଆନ୍ଦୋଳନ କରୁନାହାଁନ୍ତି । ଦଳେ ଲୋକ ଚାଷୀମାନଙ୍କୁ ଉସକାଇ ଏଭଳି କରାଉଛନ୍ତି । ଏହାର କୌଣସି ଆଧାର ନାହିଁ । ଚାଷୀ ଆନ୍ଦୋଳନ ପଛରେ ଦେଶ ବିରୋଧୀ ଶକ୍ତିର ହାତ ରହିଥିବା କହିଛନ୍ତି ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚାଷୀଙ୍କ ହିତ ପାଇଁ ଏହି ବିଲ କରାଯାଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଓ ମଣ୍ଡିର ବ୍ୟବସ୍ଥା ରହିଛି । ଚାଷୀଙ୍କୁ ସ୍ଵାଧୀନତା ଦିଆଯାଇଛି । ଭାରତବର୍ଷରେ ସବୁ ଚାଷୀ ଆନ୍ଦୋଳନ କରୁନାହାନ୍ତି । କେବଳ ଦଲାଲି କରୁଥିବା ଲୋକ ହିଁ ବିରୋଧ କରୁଛନ୍ତି। ସରକାର ଏହି ବିଲକୁ ପ୍ରତ୍ୟାହୃତ କରି ନେବାର ପ୍ରଶ୍ନ ଉଠୁନାହିଁ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.