ETV Bharat / city

ଭୁବନେଶ୍ବର-ଜୟପୁର ମଧ୍ୟରେ ଆରମ୍ଭ ହେଲା ବିମାନ ସେବା

author img

By

Published : Nov 2, 2021, 11:06 AM IST

Updated : Nov 2, 2021, 7:14 PM IST

ଭୁବନେଶ୍ବର ଏବଂ ରାଜସ୍ଥାନର ଜୟପୁର ମଧ୍ୟରେ ଆରମ୍ଭ ହେଲା ବିମାନ ସେବା । ଭର୍ଚୁଆଲ ଯୋଗେ ବିମାନ ସେବାର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ...

ଭୁବନେଶ୍ବର-ଜୟପୁର ମଧ୍ୟରେ ଆରମ୍ଭ ହେଲା ବିମାନ ସେବା
ଭୁବନେଶ୍ବର-ଜୟପୁର ମଧ୍ୟରେ ଆରମ୍ଭ ହେଲା ବିମାନ ସେବା

ଭୁବନେଶ୍ବର: ଭୁବନେଶ୍ବର ଏବଂ ଜୟପୁର ମଧ୍ୟରେ ଆରମ୍ଭ ହେଲା ବିମାନସେବା । ଆଜିଠୁ ଟେମ୍ପଲ ସିଟିରୁ ପିଙ୍କସିଟିକୁ ସିଧାସଳଖ ଉଡିବ ବିମାନ । ଭର୍ଚୁଆଲରେ ପତାକା ଦେଖାଇ ଦୁଇ ସହର ମଧ୍ୟରେ ବିମାନ ସେବାର ଶୁଭାରମ୍ଭ କଲେ ବେସାମରିକ ଓ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଭିସି ଯୋଗେ ବିମାନ ସେବା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବଙ୍କ ସମେତ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଭିସି ଯୋଗେ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଇଣ୍ଡିଗୋ ଏୟାରଲାଇନ ପକ୍ଷରୁ ଦୁଇ ସହର ମଧ୍ୟରେ ବିମାନ ସେବା ଆରମ୍ଭ ହେବ । ସପ୍ତାହରେ ତିନି ଦିନ ମଙ୍ଗଳବାର, ଗୁରୁବାର ଓ ଶନିବାର ବିମାନ ଚଳାଚଳ ହେବ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିହଛନ୍ତି ଯେ ରାଜ୍ୟର ଉପାନ୍ତ ଅଞ୍ଚଳରେ ଡ୍ରୋନ ଟେକ୍ନୋଲୋଜି ମାମରେ ଜନଜାତି ସମ୍ପ୍ରଦାୟଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ପାଇଲଟ ପ୍ରକଳ୍ପ ଭାବରେ ଓଡ଼ିଶାକୁ ନେବା ପାଇଁ ବିଚାରକୁ ନିଆଯାଉ। ମନ୍ଦିରମାଳିନୀ ସହର ଭୁବନେଶ୍ବର ଗୋଲାପି ସହର ରାଜସ୍ଥାନର ଜୟପୁରକୁ ସିଧାସଳଖ ବିମାନସେବାର ଶୁଭାରମ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶାରେ ଆକାଶପଥରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହୋଇଛି । ଭୁବନେଶ୍ବର ଏବଂ ଜୟପୁର ମଧ୍ୟରେ ସପ୍ତାହରେ ଇଣ୍ଡିଗୋ ୩ ଦିନ ବିମାନ ଚଳାଚଳ ହେବ । ଉଭୟ ରାଜ୍ୟରେ ଅନେକ ମନ୍ଦିର ପର୍ଯ୍ୟଟନ ସ୍ଥଳ ଥିବା ବେଳେ ପର୍ଯ୍ୟଟକ ମାନେ ଏହା ଦ୍ଵାରା ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ପ୍ରଧାନ କହିଛନ୍ତି ଯେ କୋଭିଡର ପରବର୍ତୀ ପର୍ଯ୍ୟାୟରେ ଜୈବିକ ଚାଷ ସାମଗ୍ରୀର ମୂଲ୍ୟ ବଢ଼ିଛି । ଓଡ଼ିଶାର ଦୁର୍ଗମ ଅଞ୍ଚଳ ଭାବରେ ପରିଗଣିତ ଜନଜାତି ଅଧିଷ୍ଠିତ କେବିକେ ଅଞ୍ଚଳ ବିଶେଷ ଭାବରେ କୋରାପୁଟ ଅଞ୍ଚଳରେ ଜୈବିକ କୃଷି ପ୍ରଣାଳିରେ ଉଚ୍ଚମାନର କୃଷିଜାତ ସାମଗ୍ରୀ ଉତ୍ପାଦନ କରାଯାଇଛି। ଏହି ପୃଷ୍ଠଭୂମିରେ ଡ୍ରୋନ୍ ଟେକ୍ନୋଲୋଜି ଦୁର୍ଗମ ଅଞ୍ଚଳରେ ନୂଆ କ୍ରାନ୍ତି ଆଣିପାରିବ । ଜନଜାତି ପ୍ରାଧାନ୍ୟ କୋରାପୁଟ ଭଳି ଅଞ୍ଚଳର ଅର୍ଥନୀତିରେ ଏକ ନୂଆ କ୍ଲାନ୍ତି ସହ ସ୍ଥାନୀୟ ଉତ୍ପାଦ ପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ବଜାର ଯୋଗାଇବ । ତେଣୁ ବେସାମରିକ ବିମାନ ଚଳାଚଳ ବିଭାଗ ଏହାକୁ ଏକ ପାଇଲଟ ପ୍ରକଳ୍ପ ଭାବରେ ଗ୍ରହଣ କରି ଜୈବିକ ସାମଗ୍ରୀକୁ ବାହାରେ ବିକ୍ରି କରିବା ଏବଂ ସର୍ଭିସ ୟୁଟିଲିଟି ପାଇଁ ବ୍ୟବସ୍ଥା କରିବା ପାଇଁ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

ଉଡ଼ାନ ଯୋଜନାରେ ଏୟାରଫିଲ୍ମ ଓ ଏୟାରଷ୍ଟ୍ରିପ ପାଇଁ ଓଡ଼ିଶାର ଜୟପୁର, ରାଉଲକେଲା, ଅନୁଗୋଳ ଭଳି ଅନେକ ଶିଳ୍ପାଞ୍ଚଳକୁ ଉଡାନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏକବିଂଶ ଶତାବ୍ଦୀରେ ଓଡ଼ିଶାର ଅର୍ଥନୀତିକୁ ଆଗକୁ ନେବାରେ ବେସାମରିକ ବିମାନ କ୍ଷେତ୍ରର ଗୁରୁତ୍ଵପୂର୍ଣ୍ଣ ରଖୁଛି । ଶିଳ୍ପଭିତିକ ବିମାନ ଚଳାଚଳ ସଂଯୋଗ, ବେସାମରିକ ବିମାନ ଚଳାଚଳ ଭିତିଭୂମିର ବିକାଶ, ଓଡ଼ିଶାର ଇଣ୍ଡିଆନ ଏୟାରଷ୍ଟ୍ରିପ, ଖୋର୍ଦ୍ଧାରେ ଗ୍ରୀନ ଫିଲ୍ମ ବିମାନବନ୍ଦର, ରାଉରକେଲା ଠାରୁ ବାଣିଜ୍ୟିକ ବିମାନ ଚଳାଚଳ ଏକବିଂଶ ଶତାବ୍ଦୀର ଓଡ଼ିଶାର ନିର୍ମାଣ କରିବାରେ ଗେମ ଚେଞ୍ଜର ହେବ ।

ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ସେପ୍ଟେମ୍ବର ୧୬ରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆଙ୍କୁ ପତ୍ର ଲେଖିଥିଲେ। ଭୁବନେଶ୍ଵରରୁ ସିଧାସଳଖ ଜୟପୁରକୁ ବିମାନ ସେବା ଆରମ୍ଭ କରିବା ପାଇଁ ଅନୁରୋଧ କରିଥିଲେ । ଏହାର ପ୍ରତିଉତ୍ତରରେ ଅକ୍ଟୋବର ୧୬ରେ ବିଭାଗୀୟ ମନ୍ତ୍ରୀ ନଭେମ୍ବର ୨ ତାରିଖରୁ ଭୁବନେଶ୍ୱରରୁ ଜୟପୁରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ । ଓଡ଼ିଶାବାସୀଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦେଇ ଭୁବନେଶ୍ୱରକୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ବିମାନସେବା ଶୁଭାରମ୍ଭ କରାଯାଇଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Nov 2, 2021, 7:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.