ETV Bharat / city

କଟକବାସୀଙ୍କ ଭାବାବେଗକୁ ସମ୍ମାନ ଦିଅନ୍ତୁ ରାଜ୍ୟ ସରକାର: ଧର୍ମେନ୍ଦ୍ର

କଟକରେ ଦୁର୍ଗାପୂଜା କଟକଣା ବିବାଦ । କଟକବାସୀଙ୍କ ଭାବାବେଗକୁ ରାଜ୍ୟ ସରକାର ଦୃଷ୍ଟିରେ ରଖନ୍ତୁ । ଶୃଙ୍ଖଳିତ ଭାବରେ ମାଆଙ୍କ ପୂଜାର୍ଚ୍ଚନା ପାଇଁ ବ୍ୟବସ୍ଥା କରନ୍ତୁ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

କଟକବାସୀଙ୍କ ଭାବାବେଗକୁ ସମ୍ମାନ ଦିଅନ୍ତୁ ରାଜ୍ୟ ସରକାର: ଧର୍ମେନ୍ଦ୍ର
କଟକବାସୀଙ୍କ ଭାବାବେଗକୁ ସମ୍ମାନ ଦିଅନ୍ତୁ ରାଜ୍ୟ ସରକାର: ଧର୍ମେନ୍ଦ୍ର
author img

By

Published : Sep 14, 2021, 7:09 PM IST

ଭୁବନେଶ୍ବର: କଟକରେ ଦୁର୍ଗାପୂଜା କଟକଣା ବିବାଦ ପ୍ରସଙ୍ଗ । ପ୍ରସଙ୍ଗରେ ମାପିଚୁପି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଟକବାସୀଙ୍କ ଭାବାବେଗକୁ ରାଜ୍ୟ ସରକାର ଦୃଷ୍ଟିରେ ରଖନ୍ତୁ । ଶୃଙ୍ଖଳିତ ଭାବରେ ମାଆଙ୍କ ପୂଜାର୍ଚ୍ଚନା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ । ଏନେଇ ରାଜ୍ୟ ସରକାର ଉଚିତ୍ ପଦକ୍ଷେପ ନିଅନ୍ତୁ ବୋଲି ଆଶା ପ୍ରକଟ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି କଟକ ଚଣ୍ଡି ମନ୍ଦିରର ରକ୍ଷଣାବେକ୍ଷଣ ଉପରେ ଧର୍ମେନ୍ଦ୍ର ଗୁରୁତ୍ବାରୋପ କରିଛନ୍ତି ।

  • ଓଡ଼ିଶାର ଐତିହାସିକ ସହର କଟକରେ ପୂଜା ପାର୍ବଣର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । କିଛି ଦିନ ପୂର୍ବରୁ ଦୁର୍ଗା ପୂଜା ପାଳନକୁ ନେଇ ଏଠାରେ ଏକ ବିବାଦ ମୁଣ୍ଡ ଟେକିଛି । ମୂର୍ତ୍ତି ଉଚ୍ଚତା ଏବଂ ପୂଜାର ରୀତିନୀତି ନେଇ ଚର୍ଚ୍ଚା, ଆଲୋଚନା ଏବଂ ଆନ୍ଦୋଳନ ଜାରି ରହିଛି ।

    — Dharmendra Pradhan (@dpradhanbjp) September 14, 2021 " class="align-text-top noRightClick twitterSection" data=" ">

କେନ୍ଦ୍ରମନ୍ତ୍ରୀ ଟ୍ବିଟ୍ କରିଛନ୍ତି ଯେ, ଓଡ଼ିଶାର ଐତିହାସିକ ସହର କଟକରେ ପୂଜା ପାର୍ବଣର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । କିଛି ଦିନ ପୂର୍ବରୁ ଦୁର୍ଗା ପୂଜା ପାଳନକୁ ନେଇ ଏଠାରେ ଏକ ବିବାଦ ମୁଣ୍ଡ ଟେକିଛି । ମୂର୍ତ୍ତି ଉଚ୍ଚତା ଏବଂ ପୂଜାର ରୀତିନୀତି ନେଇ ଚର୍ଚ୍ଚା, ଆଲୋଚନା ଏବଂ ଆନ୍ଦୋଳନ ଜାରି ରହିଛି । କଟକର ସାହି କମିଟି, ପୂଜା କମିଟି, ଶାନ୍ତି କମିଟି, ବୁଦ୍ଧିଜୀବୀ, ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ସଙ୍ଗଠନ ପକ୍ଷରୁ ଭିନ୍ନ ଭିନ୍ନ ମତ ଆସୁଛି । ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ବର ସହ ନେଇ ପୁନର୍ବାର ସମସ୍ତଙ୍କ ସହ ଆଲୋଚନା କରନ୍ତୁ । କଟକବାସୀଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଭାବରେ ମାଆଙ୍କ ପୂଜାର୍ଚ୍ଚନା ପାଇଁ ବ୍ୟବସ୍ଥା କରିବେ ବୋଲି ଧର୍ମେନ୍ଦ୍ର ଆଶା ପୋଷଣ କରିଛନ୍ତି ।

ବର୍ତ୍ତମାନ କୋଭିଡ ମହାମାରୀର ପ୍ରକୋପ କିଛି ମାତ୍ରାରେ କମିଲା ଭଳି ଲାଗୁଛି । କୋଭିଡ୍ ନିୟମକୁ ପାଳନ କରି କିଭଳି କଟକରେ ମାଆଙ୍କ ପୂଜାର୍ଚ୍ଚନା ଶୃଙ୍ଖଳିତ ଭାବେ ହୋଇପାରିବ, ତାହାକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସୋମବାର ଲଗାଣ ବର୍ଷାରେ କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡି ମନ୍ଦିରର ଦର୍ଶନ ମଣ୍ଡପର ସିଲିଂରୁ କିଛି ଅତଡ଼ା ଖସିଥିବା ଜଣାପଡିଛି । ଏହି ମନ୍ଦିରର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ଆଶା କରୁଥିବା ଧର୍ମେନ୍ଦ୍ର ଟ୍ବିଟ୍ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.