ETV Bharat / city

ଦେଶର ପ୍ରତ୍ୟେକ ଆଇଆଇଟି ହେଉଛି ରତ୍ନଭଣ୍ଡାର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦେଶର ପ୍ରତ୍ୟେକ ଆଇଆଇଟି ହେଉଛି ରତ୍ନଭଣ୍ଡାର । ଜ୍ଞାନ ଏବଂ ଅଭିଜ୍ଞତାର ଗନ୍ତାଘର ଆଇଆଇଟି ଦେଶର ଭବିଷ୍ୟତ ପାଇଁ ରାସ୍ତା ସୁଗମ କରିବ । ଭାରତୀୟ ମଡେଲ ଗୁଡ଼ିକ ବିକାଶଶୀଳ ଅର୍ଥନୀତି ପାଇଁ ମାର୍ଗଦର୍ଶିକା ସାଜିଛି । ପ୍ରଯୁକ୍ତିବିଦ୍ୟା, ଅଭିବୃଦ୍ଧି ଏବଂ ବିକାଶର ନୂଆ ଆବାହକ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
author img

By

Published : Oct 14, 2022, 8:25 PM IST

ଭୁବନେଶ୍ବର: ଦେଶର ପ୍ରତ୍ୟେକ ଆଇଆଇଟି ହେଉଛି ରତ୍ନଭଣ୍ଡାର । ଜ୍ଞାନ ଏବଂ ଅଭିଜ୍ଞତାର ଗନ୍ତାଘର ଆଇଆଇଟି ଦେଶର ଭବିଷ୍ୟତ ପାଇଁ ରାସ୍ତା ସୁଗମ କରିବ । ଭାରତୀୟ ମଡେଲ ଗୁଡ଼ିକ ବିକାଶଶୀଳ ଅର୍ଥନୀତି ପାଇଁ ମାର୍ଗଦର୍ଶିକା ସାଜିଛି । ପ୍ରଯୁକ୍ତିବିଦ୍ୟା, ଅଭିବୃଦ୍ଧି ଏବଂ ବିକାଶର ନୂଆ ଆବାହକ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜି ଆଇଆଇଟି ଦିଲ୍ଲୀରେ ଦେଶରେ ପ୍ରଥମ ଥର ପାଇଁ ଆୟୋଜିତ ସବୁ ଆଇଆଇଟି- ଆରଆଣ୍ଡଡି ପ୍ରଦର୍ଶନୀ ‘ଇନଭେନଟିଭ ୨୦୨୨’କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶ୍ୱର ଅନେକ ଦେଶ ଆଇଆଇଟି କ୍ୟାମ୍ପସ ସ୍ଥାପନ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଏହା ହିଁ ଆମ ଆଇଆଇଟିର ଜ୍ଞାନ ଓ ଗୁଣବତ୍ତାକୁ ପରିଚୟ ଦେଉଛି ।

ଧର୍ମେନ୍ଦ୍ର ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଜୟ ଅନୁସନ୍ଧାନ’ର ନାରା ଦେଇଛନ୍ତି । ଆଇଆଇଟି ଦିଲ୍ଲୀରେ ଅନୁଷ୍ଠିତ ଇନଭେନଟିଭ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ କଳ୍ପନାକୁ ଆଗକୁ ନେଉଛି । ସେହିପରି ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ଅନେକ ଟେକ୍ନୋଲୋଜି ଉଦ୍ଭାବନ କରାଯାଉଛି । ବିଶେଷ ଭାବରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ ନୂତନ ଟେକ୍ନୋଲୋଜି ଉଦ୍ଭାବନ ହେଉଅଛି । ଏହି ଭାରତୀୟ ମଡେଲ ଗୁଡ଼ିକ ବିକାଶଶୀଳ ଅର୍ଥନୀତି ପାଇଁ ଏକ ମାର୍ଗଦର୍ଶିକା ଭାବରେ ଆସ୍ଥାଭାଜନ ହୋଇପାରିଛି । ସଫ୍ଟଓୟାର ଡେଭଲପମେଣ୍ଟ, ଫାଇନାନ୍ସ ମ୍ୟାନେଜମେଣ୍ଟ, ମେଡିସନ ଏବଂ ଲିଗାଲ ଆନାଲିଟିକ୍ସ ଭଳି କ୍ଷେତ୍ରରେ ଭାରତ ଅଗ୍ରଣୀ ନେତୃତ୍ୱ ନେଉଛି । ଦେଶବାସୀଙ୍କ ମଧ୍ୟରେ ଥିବା ବୌଦ୍ଧିକ କ୍ଷମତା ଭାରତକୁ ନୂଆ ବୈଶ୍ୱିକ ଦୃଶ୍ୟପଟ୍ଟରେ ଶିଖରରେ ପହଞ୍ଚାଇବାର କ୍ଷମତା ରଖିଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମକୁ ଗବେଷଣା ଆଧାରିତ ଉଦ୍ୟମତା ବିକଶିତ କରିବାକୁ ହେବ ।

ଶିକ୍ଷାମନ୍ତ୍ରୀ ଆହୁରି କହିଛନ୍ତି ଭାରତର ପ୍ରତିଭା, ଡିଜିଟାଲ କାରବାର, ବଜାର, କିଣିବା କ୍ଷମତା ଏବଂ ବଢୁଥିବା ଆକାଂକ୍ଷା ଭାରତକୁ ଦୃତ ଗତିରେ ଆଗକୁ ନେଉଛି । ଆଇଆଇଟି ଗୁଡିକ ଏହି ସୁଯୋଗର ବ୍ୟବହାର କରିବାର କରିବା ଉଚିତ । ଏହାବ୍ୟତିତ ସମାଜ ଏବଂ ବଜାର ସହ ନବସୃଜନକୁ ଯୋଡ଼ିବାକୁ ହେବ । ଦେଶରେ ସୃଷ୍ଟି ହେଉଥିବା ଜୈବ ବର୍ଜ୍ୟବସ୍ତୁର ସଠିକ ଉପଯୋଗ କରାଗଲେ ଅର୍ଥନୀତିକୁ ସହାୟକ ହେବ । ଆଇଆଇଟି ଇଞ୍ଜିନିୟର କଲେଜ ଠାରୁ ଉର୍ଦ୍ଧ୍ୱରେ ରହିବାକୁ ହେବ । ନବସୃଜନ, ନିଯୁକ୍ତିଦାତା ସୃଷ୍ଟି କରିବା ଭଳି ବିଷୟକୁ ନେଇ ଆଇଆଇଟି ଗୁଡ଼ିକର ନୂଆ ମାପଦଣ୍ଡ ସ୍ଥିର କରିବାକୁ ହେବ । ପ୍ରଯୁକ୍ତିବିଦ୍ୟା, ଅଭିବୃଦ୍ଧି ଏବଂ ବିକାଶର ନୂଆ ଆବାହକ ହେବ ଏବଂ ଏଥିରେ ଆଇଟି ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ଶୀର୍ଷ ତାଲିକାରେ ରହିବ ।

ବିଶ୍ୱ ଭାରତରେ ଅଧିକ ପୁଞ୍ଜିନିବେଶ କରିବା ପାଇଁ ଇଚ୍ଛୁକ ଅଛି ଏବଂ ଆମର ଛାତ୍ରଛାତ୍ରୀ ଓ ଇନୋଭେସନ ବିଶ୍ୱରେ ଶ୍ରେଷ୍ଠ ସ୍ଥାନରେ ରହିବାର କ୍ଷମତା ରଖିଛନ୍ତି । ଦେଶରେ ଜାତୀୟ ଶିକ୍ଷା ନୀତି -୨୦୨୦ ଭଳି ସବୁଠୁ ବଡ଼ ସଂସ୍କାର ପ୍ରଣୟନ କରାଯାଉଛି । ଉଚ୍ଚ ଶିକ୍ଷାନୁଷ୍ଠାନ ବିଶେଷ ଭାବରେ ଆଇଆଇଟି ଦକ୍ଷତା ବିକାଶକୁ ଗୁରୁତ୍ୱ ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରି ଧମେନ୍ଦ୍ର ପ୍ରଧାନ ପରାମର୍ଶ ଦେଇଛନ୍ତି । ସେ ଆହୁରି କହିଥିଲେ ଯେ ଇନଭେନଟିଭ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଥିବା ୭୫ଟି ଇନୋଭେସନ ଆମର ଆଇଆଇଟିର ଗବଷେଣା ଓ ବିକାଶର କ୍ଷମତାକୁ ଦର୍ଶାଇଛି । ଜଟିଳ ବୈଶ୍ୱିକ ସମସ୍ୟାକୁ ସମାଧାନ କରିବା ଦିଗରେ ଇନଭେନଟିଭ କାର୍ଯ୍ୟକ୍ରମ ସମାଧାନର ରାସ୍ତା ବାହାର କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.