ETV Bharat / city

ସହରାଞ୍ଚଳରେ ହେବ ଦକ୍ଷତା ବିକାଶ, ବେକାରୀ ଯୁବଗୋଷ୍ଠୀଙ୍କୁ ମିଳିବ ନିଯୁକ୍ତି - ଦକ୍ଷତା ବିକାଶ

ବେକାର ଯୁବଗୋଷ୍ଠୀଙ୍କୁ ଜୀବିକା ନିର୍ବାହ ପାଇଁ ମିଳିବ ନିଯୁକ୍ତି । ଏନେଇ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଲାଇଟ୍‌ ହାଉସ୍‌ କମ୍ୟୁନିଟିଜ୍‌ ଫାଉଣ୍ଡେସନ୍‌ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଅଧିକ ପଢନ୍ତୁ...

ସହରାଞ୍ଚଳରେ ହେବ ଦକ୍ଷତା ବିକାଶ, ବେକାରୀ ଯୁବଗୋଷ୍ଠୀଙ୍କୁ ମିଳିବ ନିଯୁକ୍ତି

author img

By

Published : Jul 24, 2021, 8:24 AM IST

Updated : Jul 24, 2021, 1:31 PM IST

ଭୁବନେଶ୍ବର: ରାଜ୍ୟର ସହରାଞ୍ଚଳ ଗୁଡିକରେ ଯୁବଗୋଷ୍ଠୀଙ୍କର ହେବ ଦକ୍ଷତା ବିକାଶ । ବେକାର ଯୁବଗୋଷ୍ଠୀଙ୍କୁ ଜୀବିକା ନିର୍ବାହ ପାଇଁ ମିଳିବ ନିଯୁକ୍ତି । ଏନେଇ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଲାଇଟ୍‌ ହାଉସ୍‌ କମ୍ୟୁନିଟିଜ୍‌ ଫାଉଣ୍ଡେସନ୍‌ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି ।

ସହରାଞ୍ଚଳରେ ହେବ ଦକ୍ଷତା ବିକାଶ, ବେକାରୀ ଯୁବଗୋଷ୍ଠୀଙ୍କୁ ମିଳିବ ନିଯୁକ୍ତି

ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ଏନେଇ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ସହରାଞ୍ଚଳରେ ଯୁବଗୋଷ୍ଠୀଙ୍କ ପାଇଁ ଦୀର୍ଘ ସ୍ଥାୟୀ ଜୀବିକା ନିର୍ବାହ ନିମନ୍ତେ ଲାଇଟ୍‌ ହାଉସ୍‌ କମ୍ୟୁନିଟିଜ୍‌ ଫାଉଣ୍ଡେସନ୍‌ ସହଭାଗିତାରେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଚୁକ୍ତିନାମା ମାଧ୍ୟମରେ ସହରାଞ୍ଚଳର ଯୁବକମାନଙ୍କର ଦକ୍ଷତାର ବିକାଶ, ବୈଷୟିକ ଜ୍ଞାନ କୌଶଳ ଏବଂ ବଜାର ସୁବିଧା ଯୋଗାଇ ଦିଆଯିବ । ଜାଗା ମିଶନର ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ସହରାଞ୍ଚଳଗୁଡିକରେ ଅର୍ନ୍ତଭୁକ୍ତ ତଥା ସମାନ ମାନବ ସମ୍ବଳ ବିକାଶର ପରିବର୍ତ୍ତନଶୀଳ ଯାତ୍ରାରେ ଅଧିକ ସୁଦୃଢ ହେବ ବୋଲି ମନ୍ତ୍ରୀ ଆଶା ରଖିଛନ୍ତି ।

ସଂସ୍ଥା ସହ 3 ବର୍ଷ ଲାଗି ଚୁକ୍ତିନାମା ସ୍ବାକ୍ଷର ହୋଇଛି । ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ଢେଙ୍କାନାଳ ଏବଂ ଜଟଣୀରେ ତାଲିମ ଏବଂ ଜୀବିକା କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହି ତାଲିମ କେନ୍ଦ୍ରଗୁଡ଼ିକରେ ସହରାଞ୍ଚଳରେ ରହୁଥିବା ଗରିବ ଯୁବକମାନଙ୍କୁ ସଫ୍ଟ ସ୍କିଲ, ବୈଷୟିକ ତାଲିମ ଓ ନିଯୁକ୍ତି ପ୍ରଦାନ କରିବା ଲାଗି ବ୍ୟବସ୍ଥା କରାଯିବ । ଏହି କେନ୍ଦ୍ରଗୁଡିକ ମାଇକ୍ରୋ-ଉଦ୍ୟୋଗୀ ଫୋକସ୍ ସ୍କିଲିଂକୁ ମଧ୍ୟ ଅନ୍ତର୍ଭୁକ୍ତ କରିବ ବୋଲି ଆଶା କରାଯାଉଛି । ଏହି ପର୍ଯ୍ୟାୟକ୍ରମରେ ଅନ୍ୟ ସମସ୍ତ ସହରରେ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କର ମାନବ ସମ୍ବଳ ବିକାଶର ଏକ ସ୍ୱତନ୍ତ୍ର ମଡ଼େଲ ରହିଛି । ଯାହା ସମାନତା ଏବଂ ଅର୍ନ୍ତଭୁକ୍ତ ଆଧାରରେ କାର୍ଯ୍ୟକାରୀ କରାଯାଉଛି । ସମସ୍ତ ୧୧୪ଟି ସହରରେ ଜାଗା ମିଶନ, ଡ୍ରିଙ୍କ ଫ୍ରମ୍‌ ଟାପ୍‌ ମିଶନ, ଆହାର ଭଳି ଅନେକ ଫ୍ଲାଗସିପ୍ ମିଶନ ମାଧ୍ୟମରେ ସହରାଞ୍ଚଳ ବିକାଶ ଦିଗରେ ସ୍ୱତନ୍ତ୍ର ମଡ଼େଲ କାର୍ଯ୍ୟକାରୀ କରାଯାଉଛି । କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଜି ମାଥିଭଥାନନ୍ ଉପସ୍ଥିତ ଥିଲେ । ମହାନଗର ପ୍ରଶାସକ ସଂଗ୍ରାମଜିତ ନାୟକ ଓ ଲାଇଟହାଉସ କମ୍ୟୁନିଟି ଫାଉଣ୍ଡେସନର ଅଧ୍ୟକ୍ଷ ଡ.ଗଣେଶ ନଟରାଜନ୍ ମଧ୍ୟରେ ଏମଓୟୁ ସ୍ବାକ୍ଷର ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jul 24, 2021, 1:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.