ETV Bharat / city

ଶରତଙ୍କ ନେତୃତ୍ବରେ କଂଗ୍ରେସ ଶୀର୍ଷରେ ପହଞ୍ଚିବ: ନିରଞ୍ଜନ ପଟ୍ଟନାୟକ - ଶରତଙ୍କ ନେତୃତ୍ବରେ କଂଗ୍ରେସ ଶୀର୍ଷରେ ପହଞ୍ଚିବ

ଓଡିଶା କଂଗ୍ରେସର ନୂଆ ମୁଖିଆ ହୋଇଛନ୍ତି ଶରତ ପଟ୍ଟନାୟକ । ଏହାପରେ ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ହାଇକମାଣ୍ଡଙ୍କୁ ତାଙ୍କ ଉପରେ ବିଶ୍ବାସ ଦେଖାଇ ଦାୟିତ୍ବ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି । ଅଧିକ ପଢନ୍ତୁ

under the Sarat Patnaik leadership Odisha Congress will touch new heights of success says niranjan patnaik
ନିରଞ୍ଜନ ପଟ୍ଟନାୟକ
author img

By

Published : May 23, 2022, 7:53 PM IST

ଭୁବନେଶ୍ବର: ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା, ଚର୍ଚ୍ଚା ଆକଳନ ପରେ ଶେଷରେ ଘୋଷଣା ହୋଇଛି ଓଡିଶା କଂଗ୍ରେସର ନୂଆ ମୁଖିଆ । ପୂର୍ବତନ ସାଂସଦ ପୂର୍ବତନ ପିସିସି ସଭାପତି ତଥା ଅନୁଭବି ଅଖିଳ ଭାରତୀୟ କଂଗ୍ରେସ କମିଟି(AICC) ସଦସ୍ୟ ଶରତ ପଟ୍ଟନାୟକଙ୍କୁ ରାଜ୍ୟ କଂଗ୍ରେସର ମୁଖିଆ ଭାବେ ନିଯୁକ୍ତ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ପୂର୍ବତନ PCC ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଗ୍ରହଣ କରି ବ୍ୟାପକ ଆଲୋଚନା ପରେ ଶରତଙ୍କ ନାମରେ ମୋହର ମାରିଛନ୍ତି କଂଗ୍ରେସ ହାଇକମାଣ୍ଡ ।

  • I must also acknowledge AICC In-charge of Odisha, Shri @DrAChellaKumar’s hard work and dedication to the Congress party. He has been of immense help in spreading @INCIndia’s vision to every nook and corner of Odisha. (3/6)

    — Niranjan Patnaik (@NPatnaikOdisha) May 23, 2022 " class="align-text-top noRightClick twitterSection" data=" ">
  • Serving the Congress party as President of @INCOdisha has been a great honour for me. My heartfelt gratitude to Congress President, Smt. Sonia Gandhi ji for having trusted me with this huge responsibility. (1/6)

ନିଜ ଇସ୍ତଫା ଗ୍ରହଣ ହେବାପରେ ସାମ୍ବାଦିକ ସମ୍ମିଳନୀ ଜରିଆରେ କୃତଜ୍ଞତା ଜଣାଇଛନ୍ତି ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକ । ଟ୍ବିଟ୍‌ କରି ନିରଞ୍ଜନ କହିଛନ୍ତି, "ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ଶରତ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଛି । ମୋର ବିଶ୍ବାସ, ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶା କଂଗ୍ରେସ ଶୀର୍ଷରେ ପହଞ୍ଚିବ । ଓଡିଶା କଂଗ୍ରେସକୁ ସଂଗଠିତ ସୁଦୃଢ କରିବା ପାଇଁ ମୋର ସମର୍ଥନ ମାର୍ଗଦର୍ଶନ ଶରତଙ୍କ ପ୍ରତି ରହିବ । ସଫଳତା ପାଇଁ ଶୁଭକାମନା ।"

  • I am also grateful to our dear leader, Shri @RahulGandhi for all his support to me during my tenure as OPCC President. His humility, and relentless fight for the nation’s cause warms my heart and gives me hope for India’s future.
    (2/6)

ସେହିପରି ଓଡିଶା କଂଗ୍ରେସର ସେବା କରିବା ମୋ ପାଇଁ ସମ୍ମାନର କଥା ବୋଲି ନିରଞ୍ଜନ କହିଛନ୍ତି । ଏହାସହ ବିଶ୍ବାସ କରି ଦାୟିତ୍ବ ଦେଇଥିବାରୁ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ କୃତଜ୍ଞତା ଜଣାଉଛି । ସେହିପରି ମୋର କାର୍ଯ୍ୟକାଳ ସମୟରେ ସମର୍ଥନ ସହଯୋଗ ଓ ଦିଗଦର୍ଶନ ଦେଇଥିବାରୁ ସାଂସଦ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି ବୋଲି ନିରଞ୍ଜନ ଟ୍ବିଟ୍‌ କରିଛନ୍ତି । ନିରଞ୍ଜନ ନିଜର ସଭାପତିତ୍ବ କାଳରେ ଓଡିଶାର ପ୍ରଭାରୀ ଭାବେ କାର୍ଯ୍ୟ କରିଥିବା ଜିତେନ୍ଦ୍ର ସିଂ, ଜଗଦିଶ ଟାଇଟଲର, ବର୍ତ୍ତମାନର ପ୍ରଭାରୀ ଚେଲ୍ଲା କୁମାରଙ୍କ ସହ ସହପ୍ରଭାରୀ ରୁଦ୍ର ରାଜୁଙ୍କୁ ମଧ୍ୟ ସହଯୋଗ ସମର୍ଥନ ଓ ମାର୍ଗଦର୍ଶନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.