ETV Bharat / city

ଭାରତୀୟ ମହିଳା ଫୁଟବଲ ଟିମରେ ଦୁଇ ଓଡିଆ ସାମିଲ - Indian women's football team

ଭାରତୀୟ ମହିଳା ଫୁଟବଲ ଟିମରେ ସାମିଲ ହୋଇଛନ୍ତି ଦୁଇ ଓଡିଆ ଖେଳାଳି ପ୍ୟାରୀ ଖାଖା ଓ ମନୀଷା ପାନା । ଅଧିକ ପଢନ୍ତୁ

ନଭେମ୍ବର 22ରୁ ବ୍ରାଜିଲ  ଯିବ ଭାରତୀୟ ମହିଳା ଫୁଟବଲ ଟିମ

author img

By

Published : Nov 19, 2021, 10:40 AM IST

ଭୁବନେଶ୍ବର: ଆଗାମୀ ନଭେମ୍ବର 22 ରୁ ଡିସେମ୍ବର 2 ତାରିଖ ଯାଏ ବ୍ରାଜିଲ ଗସ୍ତରେ ଯିବ ଭାରତୀୟ ମହିଳା ଫୁଟବଲ ଟିମ । ଏ ନେଇ ୨୩ ଜଣିଆ ଭାରତୀୟ ମହିଳା ଫୁଟବଲ ଟିମ ଘୋଷଣା ହୋଇଛି । ଏଥିରେ ଦୁଇ ଓଡିଆ ସାମିଲ ହୋଇଛନ୍ତି ।

ସାମିଲ ହୋଇଥିବା ଦୁଇ ଓଡିଆ ହେଲେ ଡିଫେଣ୍ଡ ମନୀଷା ପାନା ଓ ଫରୱାର୍ଡ ପ୍ୟାରୀ ଶାଖା । ଉଭୟ ଖେଳାଳିଙ୍କୁ ଫୁଟବଲ ଆସୋସିଏସନ ଅଫ ଓଡିଶା ତରଫରୁ ଅଭିନନ୍ଦନ ଜଣାଇଛନ୍ତି ଫୁଟବଲ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା । ଏଏଫସି ମହିଳା ଫୁଟବଲ କପ 2022 ପ୍ରସ୍ତୁତି ପାଇଁ ଭାରତୀୟ ମହିଳା ଫୁଟବଲ ଟିମ ବିଭିନ୍ନ ଦେଶକୁ ଗସ୍ତ କରି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳୁଛି। ବର୍ତ୍ତମାନ ଭାରତୀୟ ମହିଳା ଫୁଟବଲ ଦଳ ଫିଫା ମାନ୍ୟତାର 57 ତମ ସ୍ଥାନରେ ରହିଛି।

ଭାରତ ଚଳିତ ମାସ ୨୫ ତାରଖରେ ବ୍ରାଜିଲ ଓ ୧୮ରେ ଚିଲି ଏବଂ ଡିସେମ୍ବର ୧ରେ ଭେନେଜୁଏଲା ବିପକ୍ଷରେ ଖେଳିବ । ଆସନ୍ତା ୨୨ରୁ ବ୍ରାଜିଲ ଅଭିମୁଖେ ବାହାରିବ ଟିମ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.