ETV Bharat / city

ଆରମ୍ଭ ହେଲା ରାଜ୍ୟ ବିଜେପିର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ

author img

By

Published : Nov 23, 2021, 3:27 PM IST

ଆରମ୍ଭ ହେଲା ରାଜ୍ୟ ବିଜେପିର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ । ପ୍ରଥମ ଦିନରେ ଆରମ୍ଭ ହୋଇଛି ପଦାଧିକାରୀ ବୈଠକ । ଅଧିକ ପଢନ୍ତୁ

ଆରମ୍ଭ ହେଲା ରାଜ୍ୟ ବିଜେପିର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ
ଆରମ୍ଭ ହେଲା ରାଜ୍ୟ ବିଜେପିର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର: ଆରମ୍ଭ ହେଲା ରାଜ୍ୟ ବିଜେପିର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ । ପ୍ରଥମ ଦିନରେ ରାଜ୍ୟ ମୁଖ୍ୟାଳୟରେ ଆରମ୍ଭ ହୋଇଛି ପଦାଧିକାରୀ ବୈଠକ । ବୈଠକରେ ଉପସ୍ଥିତ ଅଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ଵରୀ, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ଅନେକ ନେତା ମଧ୍ୟ ଉପସ୍ଥିତ ଅଛନ୍ତି । ବୈଠକ ଆରମ୍ଭ ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ଦୁଇ ଦିନିଆ ଏହି ରାଜ୍ୟ କାର୍ଯ୍ୟକାରିଣୀରେ ସାଙ୍ଗଠନିକ ଆଲୋଚନାକୁ ପ୍ରାଥମିକତା ଦିଆଯିବ । ଏହା ସହିତ ବିଭିନ୍ନ ରାଜନୈତିକ ଦଳ ଓ ରାଜ୍ୟ ସରକାରଙ୍କୁ ଘେରିବାକୁ ଗୁରୁତ୍ୱ ଦିଆଯିବ। ଏନେଇ ଦଳର ବରିଷ୍ଠ ନେତା ଓ ବିଭିନ୍ନ ମୋର୍ଚ୍ଚାର ସଭାପତିଙ୍କ ସହ ବୈଠକ ଚାଲିଛି । ଅପରାହ୍ନ ୩ଟାରେ ପଦାଧିକାରୀ ବୈଠକ ଓ ସନ୍ଧ୍ୟାରେ ଜିଲ୍ଲା ସଭାପତିଙ୍କ ସହ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟରେ ମହିଳା ଓ ଶିଶୁ ଅସୁରକ୍ଷିତ, ମାହାଙ୍ଗା, ମମିତା ଓ ପରୀ ହତ୍ୟାକାଣ୍ଡ ସହ ଏ ସି ଏଫ ମୃତ୍ୟୁ ଘଟଣାରେ ୪ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଆଲୋଚନା ହେବ ।

ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ମଧ୍ୟ ହେବ । ଏଥି ସହ ପେଟ୍ରୋଲରେ କିପରି ରାଜ୍ୟ ସରକାର ଅନ୍ୟ ରାଜ୍ୟ ଭଳି ଟେକ୍ସ କମାଇଲେ ନାହିଁ , ବିଜୁଳି ଦର ବଢିବା ,କେନ୍ଦ୍ରରୁ ଆସୁଥିବା ଟଙ୍କା ରାଜ୍ୟ ସରକାର ଠିକ ଭାବେ ଖର୍ଚ୍ଚ ନ କରିବା ତଥା ବାଟ ମାରଣା ହେବା ଓ ୟୁ ସି ଠିକରେ ନ ଦେବା ପ୍ରସଙ୍ଗରେ ଆଲୋଚନା ହେବ । ଦୁଇ ଦିନିଆ ବୈଠକରେ ଆସନ୍ତା କାଲି ଗୋଟିଏ ରାଜନୈତିକ ପ୍ରସ୍ତାବ ଓ ଗୋଟିଏ ଧନ୍ୟବାଦ ପ୍ରସ୍ତାବ ଆସିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.