ETV Bharat / city

ପିପିଇ କିଟ ନେଇ ଆସିଥିଲା ଟ୍ରକ, ଫେରାଇ ଦେଲା ଓଡିଶା - ପିପିଇ କିଟ

କୋରୋନା ଯୋଦ୍ଧାଙ୍କ ପାଇଁ ଆସିଥିବା ପିପିଇ କିଟକୁ ଫେରାଇ ଦେଇଛନ୍ତି ଓଡିଶା ସରକାର । ଯାହା ଫଳରେ ପାଖାପାଖି 20ଟି ଟ୍ରକ ଏବେ ରାଜରାସ୍ତାରେ ଛିଡା ହୋଇ ରହିଛି । ଅଧିକ ପଢନ୍ତୁ...

ପିପିଇ କିଟ ନେଇ ଆସିଥିଲା ଟ୍ରକ, ଫେରାଇ ଦେଲେ ଓଡିଶା

author img

By

Published : Jun 1, 2020, 10:37 PM IST

ଭୁବନେଶ୍ବର: କୋରୋନା ଯୋଦ୍ଧାଙ୍କ ପାଇଁ ଆସିଥିଲା ଟେଷ୍ଟ କିଟ। ଓଡ଼ିଶାର ବରାଦ ମୁତାବକ ପଞ୍ଜାବରୁ ଆସିଥିଲା ଟ୍ରକ। ହେଲେ ଓଡିଶା ସରକାର ଗ୍ରହଣ କରିବାକୁ ନାରାଜ। ଯାହା ଫଳରେ ପାଖାପାଖି 20ଟି ଟ୍ରକ ଏବେ ରାଜରାସ୍ତାରେ ଛିଡା ହୋଇ ରହିଛି। ସେହିପରି ପଞ୍ଜାବରୁ ଆସିଥିବା ଏକ ଭେଣ୍ଟିଲେଟର ବୋଝେଇ ଟ୍ରକ ମଧ୍ୟ ରାସ୍ତାରେ ଛିଡା ହୋଇଛି।

ପିପିଇ କିଟ ନେଇ ଆସିଥିଲା ଟ୍ରକ, ଫେରାଇ ଦେଲେ ଓଡିଶା

ଓଡିଶା ଔଷଧ ନିଗମ ପକ୍ଷରୁ ଦିଆଯାଇଥିଲା ବରାଦ। ହେଲେ କଣ ହେଲା କେଜାଣି ତାକୁ ଫେରାଇ ଦେବାକୁ ନିଷ୍ପତ୍ତି ନେଇଛି ସ୍ବାସ୍ଥ୍ୟ ବିଭାଗ। ପିପିଇ ଆବଶ୍ୟକ ନଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ତେବେ ଯଦି ଆବଶ୍ୟକ ନଥିଲା ତେବେ କଣ ପାଇଁ କିଟ ବରାଦ ଦେଉଥିଲେ ବୋଲି ଏଠାରେ ପ୍ରଶ୍ନ ଉଠିଛି ।

ତେବେ କିଟ ଫେରାଇ ଦେବା ଘଟଣାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି । ରାଜ୍ୟ ସରକାରଙ୍କ ଏହା ଦାୟିତ୍ବହୀନତା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ବିରୋଧୀ ଦଳ ଉପନେତା ଏହା ପଛରେ ଦୁର୍ନୀତିର ଗନ୍ଧ ବାରିଛନ୍ତି। ସେପଟେ ନିଗମ ମୁଖିଆ ମୁହଁ ଖୋଲୁ ନାହାଁନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.