ଭୁବନେଶ୍ବର: ପୋଲିସ ହେପାଜତକୁ ଯିବା ପରେ ଏବେ ରିମାଣ୍ଡରେ ଗଲା OLX ଠକ ତୃପ୍ତି ରଞ୍ଜନ ଦାଶ । ଅନଲାଇନ ଓଏଲଏକ୍ସ ଠକେଇର ମାଷ୍ଟର ମାଇଣ୍ଡକୁ 7 ଦିନିଆ ରିମାଣ୍ଡରେ ନେଲା ବରଗଡ ଥାନା ପୋଲିସ ।
ଏହି ରିମାଣ୍ଡ ଅବଧରେ ରାଜ୍ୟବ୍ୟାପୀ ରଞ୍ଜନ କରିଥିବା ଠକେଇର ଖୋଳତାଡ଼ କରିବ ପୋଲିସ । ଫିଲ୍ମ ତିଆରିରେ ଟଙ୍କା ଖର୍ଚ୍ଚ ନେଇ ରଞ୍ଜନକୁ କରାଯିବ ପଚରା ଉଚୁରା । ଠକ ରଞ୍ଜନ ଗିରଫ ହେବାପରେ ତା ବିରୋଧରେ ବଢୁଛି ଅଭିଯୋଗର ଲମ୍ବା ତାଲିକା ।
ସେ ଓଏଲଏକ୍ସ ଜରିଆରରେ ଗୋଟିଏ ଗାଡିକୁ ୧୦ ଜଣଙ୍କୁ ଦେଖାଇ ଆଡଭାନ୍ସ ରଖୁଥିଲା, ଓ ପରେ ବହୁ ଚତୁରତାର ସହ ଗାଡି କିଣିବାକୁ ଚାହୁଥିବା ଗ୍ରାହକଙ୍କ ଠାରୁ ଠକେଇ କରୁଥିଲା । ତେବେ ରଞ୍ଜନ ଗିରଫ ହେବା ପରେ ତାଠୁ ଜବତ ୯ଟି 4 ଚକିଆ କାର ଜବତ କରିଛି ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ