ଭୁବନେଶ୍ବର: ସାମ୍ବାଦିକମାନଙ୍କୁ ସମର୍ଥନ କରି ରାଜରାସ୍ତାରେ ଆନ୍ଦୋଳନ କଲେ ଭୁବନେଶ୍ବର କିନ୍ନର ସଙ୍ଘ। ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଠାରେ ରାଜ୍ୟ କିନ୍ନର ସଙ୍ଘ ପ୍ରତିବାଦ କରିଛି। ଗଣମାଧ୍ୟମ ଆମର ଚତୁର୍ଥ ସ୍ତମ୍ଭ ଯାହାକୁ ସମ୍ମାନ ଦେବା ଦରକାର ବୋଲି ସଙ୍ଘ କହିଛି।
କିଛି ଦିନ ତଳେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଜଣେ ସାମ୍ବାଦିକଙ୍କୁ ସର୍ବ ସମ୍ମୁଖରେ ଅପମାନ ଓ ତାତ୍ସଲ୍ୟ କରିଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ଘୋର ନିନ୍ଦା କରାଯାଇଥିଲା।
ରାଜ୍ୟର ଅନେକ ସାମ୍ବାଦିକ ସଙ୍ଘ ନିଜ ନିଜ ଜିଲ୍ଲାରେ ପ୍ରତିବାଦ କରିଥଲେ। ଅନ୍ୟପଟେ ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡ଼ିଆ ମାଧ୍ୟମରେ ଦୁଃଖ ପ୍ରକାଶ କରିଥିଲେ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ