ETV Bharat / city

୯ବର୍ଷ ପରେ ନନ୍ଦନକାନନରେ ଗଡିବ ଟଏ ଟ୍ରେନ, ଚାଲିଛି ପ୍ରସ୍ତୁତି

author img

By

Published : Aug 6, 2021, 1:00 PM IST

Updated : Aug 6, 2021, 1:14 PM IST

ପର୍ଯ୍ୟଟକଙ୍କ ପାଇଁ ପୁଣି ଏକ ଖୁସି ଖବର । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକ ଏବେ ନେବେ ଡବଲ ମଜା । ଖୁବ ଶୀଘ୍ର ନନ୍ଦନକାନନରେ ଏକ ଟଏ ଟ୍ରେନ ଗଡିବ । ଅଧିକ ପଢନ୍ତୁ...

୯ବର୍ଷ ପରେ ନନ୍ଦନକାନନରେ ଗଡିବ ଟଏ ଟ୍ରେନ
୯ବର୍ଷ ପରେ ନନ୍ଦନକାନନରେ ଗଡିବ ଟଏ ଟ୍ରେନ

ଭୁବନେଶ୍ବର: ଚଳିତ ବର୍ଷ କୋରୋନା କଟକଣା ଭିତରେ ନନ୍ଦନକାନନ ଖୋଲିଛି । ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ପର୍ଯ୍ୟଟକଙ୍କ ପାଇଁ ପୁଣି ଏକ ଖୁସି ଖବର ଆସିଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକ ଏବେ ନେବେ ଡବଲ ମଜା । ଖୁବ ଶୀଘ୍ର ନନ୍ଦନକାନନରେ ଏକ ଟଏ ଟ୍ରେନ ଗଡିବ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।

୯ବର୍ଷ ପରେ ନନ୍ଦନକାନନରେ ଗଡିବ ଟଏ ଟ୍ରେନ

ପ୍ରାଥମିକ ସ୍ତରରେ ପରୀକ୍ଷା ଆରମ୍ଭ ହୋଇଯାଇଛି । ଟଏ ଟ୍ରେନରେ ବସି ମୁକ୍ତ ଜୀବଜନ୍ତୁଙ୍କୁ ପର୍ଯ୍ୟଟକମାନେ ଦେଖିପାରିବେ । ଏହା ସହିତ କାଞ୍ଜିଆ ହ୍ରଦର ମଜା ନେଇ ପାରିବେ । ୧୯୮୫ ମସିହାରୁ ନନ୍ଦନକାନନରେ ଟଏ ଟ୍ରେନ ଆରମ୍ଭ ହୋଇଥିଲା । ମାତ୍ର ୨୦୧୩ରେ ଏହାର ଯାନ୍ତ୍ରିକ ତ୍ରୁଟି ପାଇଁ ଟ୍ରେନ ଚଳାଚଳ ବନ୍ଦ ହୋଇଥିଲା । ସେବେଠୁ ୯ ବର୍ଷ ହେବ ବନ୍ଦ ପଡିଥିଲା ଟଏ ଟ୍ରେନ ।

ଏହି ବ୍ୟବସ୍ଥାକୁ ପୁଣି ଚାଲୁ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ରାଜ୍ୟ ସରକାରଙ୍କ ଦ୍ବାରା 3 କୋଟି 5 ଲକ୍ଷ ଟଙ୍କା ଧାର୍ଯ୍ୟରେ ବଗି ଓ ଟ୍ରାକ କାମ ସମ୍ପୂର୍ଣ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଟଏ ଟ୍ରେନରେ ଇଞ୍ଜିନ ସହିତ ୪ଟି ବଗି ରହିବ । ଥରକେ ୭୨ଜଣ ପର୍ଯ୍ୟଟକ ବୁଲି ପାରିବେ । ଘଞ୍ଚ ଜଙ୍ଗଲରେ ପାଖାପାଖି ଦେଢ କିଲୋମିଟର ପର୍ଯ୍ୟନ୍ତ ଟ୍ରେନରେ ବୁଲିପାରିବେ ପର୍ଯ୍ୟଟକ ।

ପ୍ରକାଶ ଥାଉ କି, ତିନିମାସ ପରେ ପୁଣି ଥରେ ନନ୍ଦନକାନନ ଖୋଲିଛି । ସକାଳ ୭ଟା ୩୦ରୁ ଅପରାହ୍ନ ୫ଟା ୩୦ ପର୍ଯ୍ୟନ୍ତ ସେବା ଜାରି ରହୁଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

Last Updated : Aug 6, 2021, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.