ETV Bharat / city

ଆସନ୍ତା ୩ ଦିନ ଘଡଘଡି ସହ ଲଗାଣ ବର୍ଷା - ମୌସୁମୀ ଟ୍ରଫ ଲାଇନ ସକ୍ରିୟ

ରାଜସ୍ଥାନ ରୁ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ମୌସୁମୀ ଟ୍ରଫ ଲାଇନ ସକ୍ରିୟ ରହିଛି । ଯାହା ପ୍ରଭାବରେ ରାଜ୍ୟରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ । ଅଧିକ ପଢନ୍ତୁ...

ଆସନ୍ତା ୩ ଦିନ ଧରି ଲାଗି ରହିବ ଘଡଘଡି ସହ ବର୍ଷା
author img

By

Published : Sep 20, 2019, 7:35 PM IST

ଭୁବନେଶ୍ବର: ଆସନ୍ତା 3 ଦିନ ଘଡଘଡି ସାଙ୍ଗକୁ ଲାଗି ରହିବ ବର୍ଷା । ରାଜସ୍ଥାନରୁ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ମୌସୁମୀ ଟ୍ରଫ ଲାଇନ ସକ୍ରିୟ ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।

ଆସନ୍ତା ୩ ଦିନ ଧରି ଲାଗି ରହିବ ଘଡଘଡି ସହ ବର୍ଷା

ବିଶେଷକରି ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, କଟକ, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର, ଦେଓଗଡ଼, ସମ୍ବଲପୁର ଓ ସୁନ୍ଦରଗଡରେ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡରେ ସର୍ବାଧିକ 46 ମିମି ବର୍ଷା ରେକର୍ଡ କରାଯାଇଛି । ଚଳିତବର୍ଷ ଜୁନ୍ ପହିଲାରୁ ସେପ୍ଟେମ୍ବର 20 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ 1 ପ୍ରତିଶତ ଅଧିକ ବର୍ଷା ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ପାଣିପାଗ ସୂଚନା।

Body:ରାଜ୍ୟରେ ମୌସୁମୀ ବର୍ଷା ସ୍ବଭାବିକ।ରାଜସ୍ଥାନ ଠାରୁ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ମୌସୁମୀ ଟ୍ରଫ ଲାଇନ ସକ୍ରିୟ ରହିଛି।ରାଜ୍ୟରେ ଆସନ୍ତା ୩ ଦିନ ଧରି ଘଡ ଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ,ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି,କଟକ,ଢେଙ୍କାନାଳ, ଅନୁଗୁଳ,କେନ୍ଦୁଝର, ଦେଓଗଡ଼, ସମ୍ବଲପୁର ଓ ସୁନ୍ଦରଗଡରେ ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର।ଗତ ୨୪ ଘଣ୍ଟା ଭିତରେ ସୁନ୍ଦରଗଡ ରେ ସର୍ବାଧିକ ୪୬ ମିମି ବର୍ଷା ରେକର୍ଡ କରାଯାଇଛି।ଚଳିତ ବର୍ଷ ଜୁନ ପହିଲାରୁ ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୧ ପ୍ରତିଶତ ଅଧିକ ବର୍ଷା ହୋଇଛି।ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ କୌଣସି ବାରଣ କରାଯାଇନାହିଁ।ଭୁବନେଶ୍ୱର ରେ ଆକାଶ ମେଘାଚ୍ଛର୍ଣ ରହିବା ସହିତ କଁଆ ଭାଁ ବର୍ଷା ହେବ ବୋଲି ଡିଉଟି ଅଫିସର ଲକ୍ଷ୍ମୀକାନ୍ତ ଗିରି କହିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.