ETV Bharat / city

ଆଜି ମିଳିବ ଘର ମରାମତି ସହାୟତା ଟଙ୍କା

ଆଜି ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର ମରାମତି ସହାୟତା । ଭିସି ଜରିଆରେ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଗତ ଡିସେମ୍ବର ୨୧ରେ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଥିଲା। ଅଧିକ ପଢ଼ନ୍ତୁ

author img

By

Published : Jan 7, 2022, 1:06 PM IST

today odisha cm will provide home repair_ assistance
ଆଜି ମିଳିବ ଘର ମରାମତି ସହାୟତା ଟଙ୍କା

ଭୁବନେଶ୍ବର: ଆଜି ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର ମରାମତି ସହାୟତା । ଭିସି ଜରିଆରେ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଗତ ଡିସେମ୍ବର ୨୧ରେ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଥିଲା।

ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ସରକାର ସହାୟତା ଘୋଷଣା କରିଛନ୍ତି । ସହାୟତା ରାଶି ଘୋଷଣା ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ୩ ହଜାର ଟଙ୍କା ମିଳିବ। ସେହିପରି କେନ୍ଦ୍ର ଯୋଜନାରେ ଘର ପାଇବାରୁ ବଞ୍ଚିତ ହୋଇଥିବା ପରିବାରକୁ ଘର ମରାମତି ପାଇଁ ମଧ୍ୟ ସହାୟତା ଦିଆଯିବ । ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ । ଏହା ଉଭୟ ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ । ଏହାଦ୍ବାରା ୩୦ ଲକ୍ଷ ପରିବାର ଉପକୃତ ହୋଇପାରିବେ । ଏହି ଯୋଜନାରେ ୧୪୪୪ କୋଟି ଟଙ୍କା ଖର୍ଚ୍ଚ ହେବ । ଏବଂ ଏହି ଖର୍ଚ୍ଚ ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଯୋଜନାରୁ ବହନ କରାଯିବ । କେନ୍ଦ୍ର ଯୋଜନାରୁ ବଞ୍ଚିତ ଲୋକଙ୍କୁ ରାଜ୍ୟ ସରକାର ଘର ଦେବାପାଇଁ ପଦକ୍ଷେପ ନେବେ ।

2014ରୁ ରାଜ୍ୟରେ ଗ୍ରାମାଞ୍ଚଳ ଗୃହ ନିର୍ମାଣ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଏଯାଏ ବାଇଶ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ସବୁ କଚ୍ଚା ଘରକୁ ପକ୍କା କରିବା ପାଇଁ ୨୦୧୪ର ପ୍ରଥମ କ୍ୟାବିନେଟରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.