ETV Bharat / city

ଆସନ୍ତା କାଲି ଦିନ 10.30 ପର୍ଯ୍ୟନ୍ତ ଗୃହ ମୁଲତବୀ - live update

ଦ୍ବିତୀୟ ପର୍ଯ୍ୟାୟର ପ୍ରଶ୍ନକାଳ ଆରମ୍ଭ
ଦ୍ବିତୀୟ ପର୍ଯ୍ୟାୟର ପ୍ରଶ୍ନକାଳ ଆରମ୍ଭ
author img

By

Published : Mar 25, 2021, 10:41 AM IST

Updated : Mar 25, 2021, 7:32 PM IST

19:16 March 25

ଆସନ୍ତାକାଲି ଦିନ 10.30 ପର୍ଯ୍ୟନ୍ତ ଗୃହ ମୁଲତବୀ

ଆସନ୍ତା କାଲି ଦିନ 10.30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

15:07 March 25

ବେକାରୀ ପ୍ରସଙ୍ଗରେ ଘେରିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି

ବେକାରି ପ୍ରସଙ୍ଗରେ ଘେରିଲେ କଂଗ୍ରେସ ବିଧାୟକ ତାରା ବାହନୀପତି

ରାଜ୍ୟରେ ଯୁବକ ଯୁବତୀମାନେ ଚାକିରୀ ନ ପାଇ ମାଓବାଦୀ ସଂଗଠନରେ ସାମିଲ ହେଉଛନ୍ତି । ବିଭିନ୍ନ ଆଇଟି ଶିଳ୍ପକୁ 50 ଏକର ଜାଗା ଭୁବନେଶ୍ବରରେ ଦିଆଗଲା । ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଗଲା ମାତ୍ର 15 ପ୍ରତିଶତ ଓଡ଼ିଆ ପିଲାଙ୍କୁ ନିଯୁକ୍ତି ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଜିଲ୍ଲାରୁ ଅଧିକ ଲୋକ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ବୋଲି କହିଛନ୍ତି କଂଗ୍ରସ ବିଧାୟକ ତାରା ବାହୀନିପତି ।  

ଏପଟେ କେବଳ ରାଜ୍ୟ ନୁହେଁ କେନ୍ଦ୍ରକୁ ମଧ୍ୟ ସେ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସରକାର କହିଥିଲେ ବର୍ଷକୁ 2 କୋଟି ନିଯୁକ୍ତି ଦେବେ । 7 ବର୍ଷରେ 14 କୋଟି ନିଯୁକ୍ତି ଦେବା କଥା ତାହା ଗଲା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ରାଜ୍ୟରେ ନିଯୁକ୍ତି କେବଳ କାଗଜ କଲମରେ । ମନ୍ତ୍ରୀ ବିଧାନସଭାରେ କେବଳ ଗୋଲାପି ଚିତ୍ର ଦେଖାଉଛନ୍ତି ବୋଲି ତାରା କହିଛନ୍ତି ।

13:18 March 25

ବେକାରୀ ସମସ୍ୟା ନେଇ ଗୃହରେ ଉଦବେଗ

କୋରନା ମହାମାରୀଠୁ ବଡ଼ ମହାମାରୀ ହେଉଛି ରାଜ୍ୟର ବେକାରୀ ସମସ୍ୟା । ପ୍ରିୟା ପ୍ରୀତିରେ ଚାଲିଛି ରାଜ୍ୟର ନିଯୁକ୍ତି ପ୍ରକ୍ରିୟା 18 ଲକ୍ଷ ଯୁବକ ଯୁବତୀ ରାଜ୍ୟରେ ବେକାର ହୋଇ ବୁଲୁଥିବା ବେଳେ ରାଜ୍ୟ ସରକାର ଅବସର ପ୍ରାପ୍ତ ଅଫିସରଙ୍କୁ ନିଯୁକ୍ତି ଦେଉଛନ୍ତି । ସ୍ୱଳ୍ପ ଦକ୍ଷିଣାରେ ଏମାନଙ୍କୁ ନିଯୁକ୍ତି ଦିଆଯାଉଛି । ରାଜ୍ୟ ସରକାର 2005-06ରେ ନିଯୁକ୍ତି ମିଶନ ଆରମ୍ଭ କରିଥିଲେ 2015-16ରେ ଦକ୍ଷତା ବିକାଶ କେନ୍ଦ୍ର କଲେ ହେଲେ ଏଥିରୁ ଯେଉଁ ସବୁ ତାଲିମ ପ୍ରାପ୍ତ ଯୁବକ ଯୁବତୀ ବାହାରିଲେ ସେମାନେ କୁଆଡେ ଗଲେ ବୋଲି ପ୍ରଶ୍ନ କରିଥିଲେ ମୋହନ । 

ସେହିପରି ଯେତିକି ଦକ୍ଷତା ବିକାଶ ତାଲିମ ଦିଆଯାଇଛି ସେଥି ମଧ୍ୟରୁ 31 ପ୍ରତିଶତ ପିଲାମାନେ ନିଯୁକ୍ତି ପାଇଁ ଅଯୋଗ୍ୟ । ଏଥିରୁ ଜଣାପଡୁଛି ରାଜ୍ୟରେ ଦକ୍ଷତା ବିକାଶ ବିଭାଗ କିପରି କାର୍ଯ୍ୟ କରୁଛି । ଆମ ପିଲାଙ୍କ ଭିତରେ ଇଂରାଜୀ, ଗଣିତ, କମ୍ପ୍ୟୁଟର ଜ୍ଞାନର ଅଭାବ ରହୁଥିବାରୁ ନିଯୁକ୍ତି ମିଳୁନି । ନିଯୁକ୍ତି ଓ ତାଲିମ କ୍ଷେତ୍ରରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି । ନିଯୁକ୍ତି ମିଶନ କୁଆଡ଼େ ଗଲା ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପଚାରିଛନ୍ତି । 

12:36 March 25

କେନ୍ଦ୍ରୀୟ ତିନି କୃଷି ଆଇନ ବିରୁଦ୍ଧରେ ବାଚସ୍ପତିଙ୍କ ରୁଲିଂ

କେନ୍ଦ୍ରର ତିନି କୃଷି ଆଇନ ବିରୁଦ୍ଧରେ ଆଲୋଚନା କରି ସଂକଳ୍ପ ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯିବା ପରେ ବାଚସ୍ପତିଙ୍କ ରୁଲିଂ । ଆସନ୍ତା ଏପ୍ରିଲ 5 ତାରିଖରେ ଥିବା ପ୍ରାଇଭେଟ ମେମ୍ଵରସିପ ଆଲୋଚନା ହେବ । ବାଚସ୍ପତିଙ୍କ ଘୋଷଣା ପରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ । ଆସନ୍ତାକାଲି ଏହି ପ୍ରସଙ୍ଗରେ କାର୍ଯ୍ୟ ପରାମର୍ଶଦାତା କମିଟିରେ ଆଲୋଚନା ହେବ ।

11:27 March 25

ଜଳସେଚନକୁ ନେଇ ରୁଲିଂ ଦେଲେ ବାଚସ୍ପତି

ଗୃହରେ ଉଠିଲା ଜଳ ସେଚନ ପ୍ରସଙ୍ଗ

ବିଧାନସଭାରେ ଜଳସେଚନ ନେଇ ଗୃହର ଉଦବେଗ ଦେଖି ରୁଲିଂ ଦେଲେ ବାଚସ୍ପତି । ବିଧାନସଭା ସରିବା ପରେ ଦୁଇଟି ଲେଖାଏଁ ଜିଲ୍ଲାର ସଦସ୍ୟ ଏବଂ ସମ୍ପୃକ୍ତ ଅଧିକାରୀଙ୍କୁ ଡାକି ଆଲୋଚନା କରି ସମସ୍ୟା ସମାଧାନ କରନ୍ତୁ ।

11:10 March 25

ରାଜ୍ୟରେ ୩୫ ପ୍ରତିଶତ ଜମି ଜଳସେଚିତ

ରାଜ୍ୟ ସରକାର ସମୁଦାୟ 43 ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସାମର୍ଥ୍ୟ ସୃଷ୍ଟି କରିଛନ୍ତି । 314 ବ୍ଲକରୁ 251 ବ୍ଲକରେ 35 ପ୍ରତିଶତ ଜଳସେଚନ ହୋଇଛି । ଆଉ 63 ବ୍ଲକରେ ଜଳ ସେଚନ ପାଇଁ ସରକାର ଅନୁଦାନ ଦେବା ସହ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ପ୍ରଶ୍ନକାଳରେ ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ।

11:06 March 25

ସୁରୁଖୁରରେ ଚାଲିଛି ଗୃହ, ଜଳସେଚନ ପ୍ରସଙ୍ଗରେ ଚାଲିଛି ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ

ବୌଦ୍ଧ ଜିଲ୍ଲାର ଦୁଇଟି ପ୍ରକଳ୍ପ କଥା ଉଠାଇଲେ ବିଧାୟକ ପ୍ରଦୀପ କୁମାର ଅମାତ । ସେହିପରି ଶାସକ ଦଳର ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ଜଳ ସମ୍ପଦ ବିଭାଗ ମନ୍ତ୍ରୀ । 

10:52 March 25

ପ୍ରଶ୍ନକାଳରେ ଉଠିଲା ରାଜ୍ୟ ଜଳ ସେଚନ ପ୍ରସଙ୍ଗ

ପ୍ରଶ୍ନକାଳରେ କଂଗ୍ରେସ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନ । ରାଜ୍ୟ ଜଳ ସେଚନ ନେଇ ପ୍ରଶ୍ନ କଲେ ନରସିଂହ । ଯାହାର ଉତ୍ତର ରଖୁଛନ୍ତି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ  । 

10:25 March 25

ଆରମ୍ଭ ହେଲା ପ୍ରଶ୍ନକାଳ, ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ବର: ଆଜି ଦ୍ବିତୀୟ ପର୍ଯ୍ୟାୟର ବଜେଟ ଅଧିବେଶନ ଦ୍ବାଦଶ ଦିନ । ଚାଲିଛି ପ୍ରଶ୍ନକାଳ । ବିଜେପିର ମୁଲତବୀ ପ୍ରସ୍ତାବ ଉପରେ ହୋଇପାରେ ଆଲୋଚନା । 

Last Updated : Mar 25, 2021, 7:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.