ETV Bharat / city

ବିଧାନ ପରିଷଦ ଗଠନ ପାଇଁ ଓଡିଶାରୁ ପ୍ରସ୍ତାବ ଆସିନାହିଁ: କେନ୍ଦ୍ର ଆଇନମନ୍ତ୍ରୀ - କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ

ଜବାବ ଦେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଓଡିଶାରେ ବିଧାନ ପରିଷଦ ଗଠନ ପାଇଁ କୌଣସି ପ୍ରସ୍ତାବ ଆସିନାହିଁ । ମନ୍ତ୍ରଣାଳୟ ପାଖକୁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରୁ କୌଣସି ପ୍ରସ୍ତାବ ମିଳିନାହିଁ । ଅଧିକ ପଢନ୍ତୁ

କେନ୍ଦ୍ର ଆଇନମନ୍ତ୍ରୀ
କେନ୍ଦ୍ର ଆଇନମନ୍ତ୍ରୀ
author img

By

Published : Feb 10, 2022, 8:14 PM IST

ନୂଆଦିଲ୍ଲୀ: ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ ରାଜ୍ୟ କେନ୍ଦ୍ର ଲୁଚକାଳି ଖେଳ ପରି ଏବେ ଆଉ ଗୋଟିଏ ପ୍ରସଙ୍ଗ ସମ୍ମୁଖକୁ ଆସିଛି । ରାଜ୍ୟ ସରକାର ବିଧାନ ପରିଷଦ ଗଠନ ପାଇଁ 4 ବର୍ଷ ହେଲା ପ୍ରସ୍ତାବ ଗୃହିତ କଲେଣି । ହେଲେ ଏଯାଏଁ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପଠାଇ ପାରିନାହାଁନ୍ତି ।

ଆଜି ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏକ ଲିଖିତ ପ୍ରଶ୍ନ ଜରିଆରେ ଜାଣିବାକୁ ଚାହିଁଥିଲେ ଦେଶର କେଉଁ କେଉଁ ରାଜ୍ୟରେ ବର୍ତ୍ତମାନ ବିଧାନ ପରିଷଦ ଅଛି । କେଉଁ କେଉଁ ରାଜ୍ୟ ବିଧାନ ପରିଷଦ ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି ବା ପ୍ରସ୍ତାବ ପାରିତ କରାଇଛନ୍ତି । ଏହାସହ ଓଡିଶା ବିଧାନସଭା ବିଧାନ ପରିଷଦ ଗଠନ ପାଇଁ ପ୍ରସ୍ତାବ ଗୃହିତ କରାଇଛନ୍ତି କି? ଏତତ ବ୍ୟତୀତ ସମ୍ବିଧାନର ଧାରା 169 ରେ କେନ୍ଦ୍ର ସରକାର ପ୍ରସ୍ତାବ ଆସିଥିବା ରାଜ୍ୟରୁ ସେଠାରେ ବିଧାନ ପରିଷଦ ଗଠନ ପାଇଁ ପଦକ୍ଷେପ ନେବେ କି? ଯଦି ନେବେ କେବେ ସୁଦ୍ଧା ଏହି ପ୍ରକ୍ରିୟା ସରିବ, ଯଦି କରିବେ ନାହିଁ କାହିଁକି କରିବେ ନାହିଁ ?

ଜବାବ ଦେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଓଡିଶାରେ ବିଧାନ ପରିଷଦ ଗଠନ ପାଇଁ କୌଣସି ପ୍ରସ୍ତାବ ଆସିନାହିଁ । ମନ୍ତ୍ରଣାଳୟ ପାଖକୁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରୁ କୌଣସି ପ୍ରସ୍ତାବ ମିଳିନାହିଁ । ମନ୍ତ୍ରଣାଳୟ ଏନେଇ ରାଜ୍ୟ ସରକାରଙ୍କ ପାଖରୁ ତଥ୍ୟ ସଂଗ୍ରହ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ସେହିପରି ଦେଶରେ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ବିଧାନ ପରିଷଦ ରହିଛି । ସେହିଭଳି ବିଧାନ ପରିଷଦ ଗଠନ ପାଇଁ ରାଜସ୍ଥାନ, ଆସାମ ଓ ପଶ୍ଚିମବଙ୍ଗରୁ ପ୍ରସ୍ତାବ ଆସିଥିବା ଆଇନ ମନ୍ତ୍ରୀ ରାଜ୍ୟସଭାରେ କହିଛନ୍ତି ।

ସୂଚନାଯୋଗ୍ୟଯେ ରାଜ୍ୟ ସରକାର ବିଧାନ ପରିଷଦ ଗଠନ ପାଇଁ 4 ବର୍ଷ ତଳେ ଏହାକୁ ଏକ ବଡ ପ୍ରସଙ୍ଗ କରିଥିଲେ । ଏପରିକି ରାଜ୍ୟ ବିଧାନସଭାରେ ଏକ ପ୍ରସ୍ତାବ ମଧ୍ୟ ପାରିତ କରାଇଥିଲେ । ଏହି ପ୍ରସ୍ତାବ 6 ସେପ୍ଟେମ୍ବର 2018 ଗୃହିତ ହୋଇଥିଲା । ଏପରିକି ବିଭିନ୍ନ ସମୟରେ କେନ୍ଦ୍ର ଓ ରାଜ୍ୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଚର୍ଚ୍ଚା ହୁଏ । କିନ୍ତୁ ଏଯାଏଁ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ନପଠାଇବା କାରଣ କଣ ? ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.