ETV Bharat / city

ହୋଲି ପାଇଁ ଜଗିଛି ପୋଲିସ, ଫୋକସରେ ଛକ-ଜଳାଶୟ - ହୋଲି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି

ହୋଲି ପାଳୁଛି ରାଜଧାନୀ । ବିଭିନ୍ନ ଛକ ଓ ଜଳାଶୟଗୁଡିକ ଉପରେ ନଜର ରଖିଛି ପୋଲିସ । ଅଧିକ ପଢନ୍ତୁ

ହୋଲି ପାଇଁ ଜଗିଛି ପୋଲିସ, ଫୋକସରେ ଛକ ଜଳାଶୟ
ହୋଲି ପାଇଁ ଜଗିଛି ପୋଲିସ, ଫୋକସରେ ଛକ ଜଳାଶୟ
author img

By

Published : Mar 19, 2022, 12:37 PM IST

ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି । ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ପରସ୍ପରକୁ ଅବିର ବୋଳି ହୋଲି ପାଳୁଛନ୍ତି ଲୋକେ । ରାଜଧାନୀରେ ସାର୍ବଜନୀନ ସ୍ଥାନରେ ହୋଲି ଖେଳ ଉପରେ କଟକଣା ଜାରି ହୋଇଛି । ଏନେଇ ରାଜଧାନୀ ଭୁବନେଶ୍ବରରେ ତୀକ୍ଷ୍ମ ନଜର ରଖିଛି ପୋଲିସ । ବିଭିନ୍ନ ଛକରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଜଳାଶୟଗୁଡିକ ଉପରେ ଫୋକସ କରାଯାଉଛି । ୨୦ ପ୍ଲାଟୁନ ପୋଲିସ ମୁତୟନ ସହ ୫୦ ଊର୍ଦ୍ଧ୍ବ ଅଫିସର ଭୁବନେଶ୍ୱର ଉପରେ ନଜର ରଖିଛନ୍ତି ।

ହୋଲି ପାଇଁ ଜଗିଛି ପୋଲିସ, ଫୋକସରେ ଛକ-ଜଳାଶୟ

ହୋଲି ଖେଳି କୌଣସି ଜଳାଶୟକୁ ଗାଧୋଇବାକୁ ଯାଇଥିବା ବେଳେ ଅନେକ ସମୟରେ ଦୁର୍ଘଟଣା ଘଟେ । ତେଣୁ ଏ ସବୁକୁ ଏଡାଇବାକୁ ପୋଲିସ ସତର୍କତାମୂଳକ ପଦକ୍ଷେପ ନେଇଛି । ସର୍ବସାଧାରଣରେ ଏକାଠି ନ ହେବା ଏବଂ ରାସ୍ତାରେ ନିଶାଗ୍ରସ୍ତ ନ ହୋଇ ବୁଲିବା ଏବଂ ବିଭିନ୍ନ ଜଳାଶୟରେ ଗାଧୋଇବା ବେଳେ ବିପଦଜନକ ସ୍ଥାନକୁ ନ ଯିବା ପାଇଁ ପୋଲିସ ବାରଣ କରିବା ସହ ପରିବାର ପରିଜନଙ୍କ ମଧ୍ୟରେ ରହି ସୁରକ୍ଷିତ ଭାବେ ପର୍ବ ପାଳନ କରିବାକୁ ନିବେଦନ କରିଛି । ଅମାନିଆଙ୍କୁ ସାବାଡ କରିବାକୁ ସହରର ବିଭିନ୍ନ ସ୍ଥାନରେ ପୋଲିସ୍ ଟିମ୍ ବୁଲୁଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.