ETV Bharat / city

ପ୍ରଥମ ଥର ରାଜ୍ୟରେ କୋରୋନା ମୃତ୍ୟୁ ଶୂନ

author img

By

Published : Jan 6, 2021, 12:30 PM IST

ଦୀର୍ଘ 6 ମାସ ପରେ ପ୍ରଥମ ଥର ରାଜ୍ୟରେ କୋରୋନାକୁ ନେଇ ଆଶ୍ବସ୍ତି ଖବର । ପ୍ରଥମ ଥର କୌଣସି ବ୍ୟକ୍ତି କୌରୋନାରେ ପ୍ରାଣ ହାରିନାହାଁନ୍ତି । ଅଧିକ ପଢନ୍ତୁ...

ପ୍ରଥମ ଥର ରାଜ୍ୟରେ କୋରୋନା ମୃତ୍ୟୁ ଶୂନ
ପ୍ରଥମ ଥର ରାଜ୍ୟରେ କୋରୋନା ମୃତ୍ୟୁ ଶୂନ

ଭୁବନେଶ୍ବର: ଆଜି ରାଜ୍ୟରେ ନାହିଁ କୋରୋନା ମୃତ୍ୟୁ ସଂଖ୍ୟା । ଦୀର୍ଘ 6 ମାସ ପରେ ପ୍ରଥମ ଥର କୌଣସି ବ୍ୟକ୍ତି କୌରୋନାରେ ପ୍ରାଣ ହାରିନାହାଁନ୍ତି । ଏହି ଖବର ଏବେ ରାଜ୍ୟବାସୀଙ୍କୁ ଆଶ୍ବସ୍ତି କରିଛି । ସେପଟେ, ଆଜି 231 ଜଣ କୋରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି । ସର୍ବାଧିକ ସୁନ୍ଦରଗଡରୁ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦେଇଛି ।

ରାଜ୍ୟରେ ଆଜି 231 ଜଣ କୋରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ 133 ଜଣ କ୍ବାରେଣ୍ଟାଇନରୁ ହୋଇଥିବାବେଳେ 98 ଜଣ ସ୍ଥାନୀୟ ଅଞ୍ଚଳରୁ ଠାବ ହୋଇଛନ୍ତି ।

ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 21, ବାଲେଶ୍ବରରୁ 8, ବରଗଡରୁ 25, ଭଦ୍ରକରୁ 5, ବଲାଙ୍ଗୀରରୁ 11 ଜଣ ରହିଛନ୍ତି । ସେହିଭଳି ବୌଦ୍ଧରୁ 1, କଟକରୁ 11, ଦେବଗଡରୁ 2, ଗଜପତିରୁ 3, ଗଞ୍ଜାମରୁ 4, ଜଗତସିଂହପୁରରୁ 2, ଯାଜପୁରରୁ 12, କଳାହାଣ୍ଡିରୁ 1, କେନ୍ଦ୍ରାପଡାରୁ 10, କେନ୍ଦୁଝରରୁ 9, ଖୋର୍ଦ୍ଧାରୁ 11, କୋରାପୁଟରୁ 3, ମୟୂରଭଞ୍ଜରୁ 8, ନବରଙ୍ଗପୁରରୁ 2, ନୟାଗଡରୁ 2 ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି । ସେପଟେ, ନୂଆପଡାରୁ 1, ପୁରୀରୁ 10, ରାୟଗଡାରୁ 1, ସମ୍ବଲପୁରରୁ 14, ସୋନପୁର 2, ସୁନ୍ଦରଗଡରୁ 32 ରହିଛି।

ସୂଚନାଯୋଗ୍ୟ, ଆଜିର ସଂକ୍ରମିତ ଚିହ୍ନଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 330921ରେ ପହଞ୍ଚିଛି । 2203 ଟି ମାମଲା ସକ୍ରିୟ ରହିଛି । 271 ଜଣଙ୍କ ସୁସ୍ଥ ପରେ ମୋଟ ଆରୋଗ୍ୟ ସଂଖ୍ୟା 326778କୁ ଛୁଇଁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.