ଭୁବନେଶ୍ବର: କୋଭିଡର ବୃଦ୍ଧି ଏବଂ ଯାତ୍ରୀଙ୍କ ସ୍ୱଳ୍ପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ରାଜ୍ୟ ଭିତରେ ତିନୋଟି ସ୍ୱତନ୍ତ୍ର ଟ୍ରେନକୁ ବାତିଲ କଲା ପୂର୍ବତଟ ରେଲୱେ । ରାଜ୍ୟ ଭିତରେ ଜରୁରୀକାଳୀନ ଯାତାୟତ ଏବଂ ଲକ୍ଡାଉନ ସମୟରେ ଅଟକି ରହିଯାଇଥିବା ଯାତ୍ରୀମାନଙ୍କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ରାଜ୍ୟ ମଧ୍ୟରେ ସ୍ୱତନ୍ତ୍ର ରେଳସେବା ଆରମ୍ଭ କରାଯାଇଥିଲା । ତେବେ ଦିନକୁ ଦିନ କୋଭିଡ-୧୯ ପଜିଟିଭ୍ କେସ୍ର ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ତିନୋଟି ଟ୍ରେନକୁ ବନ୍ଦ କରିବାର ନିଷ୍ପତ୍ତି ନିଆଯାଇଛି ।
ସୂଚନା ଥାଉକି ରାଜ୍ୟ ଭିତରେ ଜରୁରୀକାଳୀନ ଯାତାୟତ ଏବଂ ଲକ୍ଡାଉନ ସମୟରେ ଅଟକି ରହିଯାଇଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଜୁନ ୮ ତାରିଖରୁ ୩୦ ତାରିଖ ମଧ୍ୟରେ ରାଜ୍ୟ ମଧ୍ୟରେ ସ୍ୱତନ୍ତ୍ର ରେଳସେବା ଆରମ୍ଭ କରାଯାଇଥିଲା ।
ରାଜ୍ୟ ଭିତରେ ତିନୋଟି ସ୍ୱତନ୍ତ୍ର ଟ୍ରେନ୍ ଅତ୍ୟନ୍ତ ସ୍ୱଳ୍ପ ପୃଷ୍ଠପୋଷକତା ଅର୍ଥାତ୍ ବହୁତ କମ୍ ଯାତ୍ରୀଙ୍କୁ ନେଇ ଚଳାଚଳ କରୁଛି । ଏଥିନିମନ୍ତେ ରାଜ୍ୟ ଭିତରେ ଥିବା ତିନୋଟି ମାର୍ଗରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ରେଳସେବାକୁ ବାତିଲ କରାଯିବାକୁ ନିଷ୍ପତି ନିଆଯାଇଛି । ପରେ ଏହି ରେଳସେବାକୁ ଜୁଲାଇ ମାସ ୧ ତାରିଖରୁ ୩୧ ତାରିଖକୁ ବୃଦ୍ଧି କରାଯାଇଥିଲା । ଯାତ୍ରୀ ପରିବହନ ପରିଚାଳନାକୁ ସମୀକ୍ଷା କରି ଏବଂ କୋଭିଡ-୧୯ ପଜିଟିଭ୍ କେସ୍ର ବୃଦ୍ଧିକୁ ଦୃଷ୍ଟିରେ ରଖି ଏହା ଦେଖାଗଲା ଯେ ତିନୋଟି ସ୍ୱତନ୍ତ୍ର ଟ୍ରେନ୍ ଅତ୍ୟନ୍ତ ସ୍ୱଳ୍ପ ପୃଷ୍ଠପୋଷକତା ଅର୍ଥାତ୍ ବହୁତ କମ୍ ଯାତ୍ରୀଙ୍କୁ ନେଇ ଚଳାଚଳ କରୁଛି ।
ଏଥିନିମନ୍ତେ ତିନୋଟି ମାର୍ଗରେ ଯେପରିକି ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର, ସମ୍ବଲପୁର-ଖୋର୍ଦ୍ଧା ରୋଡ-ସମ୍ବଲପୁର ସ୍ୱତନ୍ତ୍ର ରେଳସେବାକୁ ବାତିଲ କରାଯିବାକୁ ନିଷ୍ପତି ନିଆଯାଇଛି :
ଏହାର ସବିଶେଷ ବିବରଣୀ ନିମ୍ନମତେ ପ୍ରଦତ୍ତ:
କ. ୦୮୩୦୩/୦୮୩୦୪- ସମ୍ବଲପୁର-ଖୋର୍ଦ୍ଧାରୋଡ-ସମ୍ବଲପୁର (ସପ୍ତାହକୁ ୩ ଥର) ସ୍ୱତନ୍ତ୍ର ଟ୍ରେନ୍ ଉଭୟ ଦିଗରୁ ୧୦ ଜୁଲାଇ, ୨୦୨୦ ଠାରୁ ବାତିଲ ରହିବ ।
ଖ. ୦୮୪୯୨/୦୮୪୯୧- ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର (ସପ୍ତାହକୁ ୩ ଥର) ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ୧୩ ଜୁଲାଇ ଏବଂ ଭଦ୍ରକରୁ ୧୪ ଜୁଲାଇ, ୨୦୨୦ ଠାରୁ ବାତିଲ ରହିବ ।
ଗ. ୦୮୪୩୭/୦୮୪୩୮- ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର (ସପ୍ତାହକୁ ୩ ଥର) ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ୧୩ ଜୁଲାଇ ଏବଂ ବ୍ରହ୍ମପୁରରୁ ୧୪ ଜୁଲାଇ, ୨୦୨୦ ଠାରୁ ବାତିଲ ରହିବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ