ETV Bharat / city

ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର: ଛାତ୍ର ବିଜେଡ଼ି

author img

By

Published : Aug 1, 2021, 6:20 PM IST

ପ୍ରାଥମିକ ଶିକ୍ଷାକୁ ରୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର ପରିଚାଳନାରେ ସରକାରଙ୍କର ଏହି ନିଷ୍ପତ୍ତି ଦ୍ବାରା ଅନେକ ଉନ୍ନତି ଆସିବ ବୋଲି କହିଛନ୍ତି ଛାତ୍ର ବିଜେଡି ସଭାପତି । ଅଧିକ ପଢନ୍ତୁ...

ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର: ଛାତ୍ର ବିଜେଡ଼ି
ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର: ଛାତ୍ର ବିଜେଡ଼ି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରେସିଡେନ୍ସି ପିରିୟଡ଼କୁ କମ୍ କରାଯାଇଛି । ଏହା ଫଳରେ ୬୩ ହଜାର ୩୦୩ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ମିଳିଛି । ଏହି ନିଷ୍ପତ୍ତିକୁ ବିଜୁ ଛାତ୍ର ଜନତା ଦଳର ସ୍ବାଗତ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସ୍ତରରେ ଶିକ୍ଷକ ଅଭାବ ରହିଛି । ଏହି ଅଭାବ ପୂରଣ ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

ସେପଟେ ଅଭାବ ପୂରଣ ହେବା ଦ୍ଵାରା ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର ପରିଚାଳନାରେ ଅନେକ ଉନ୍ନତି ଆସିବ ବୋଲି କହିଛନ୍ତି । ଏଥି ସହିତ ଶୈକ୍ଷିକ ପରିବେଶରେ ମଧ୍ୟ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଏହି ସମୟୋଚିତ ପଦକ୍ଷେପକୁ ସ୍ଵାଗତ ଜଣାଇଛନ୍ତି । ଏହା ସହ ପଦୋନ୍ନତି ଅବସରରେ ଶିକ୍ଷକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତତ୍ ସହିତ ମୁଖ୍ୟମନ୍ତ୍ରୀଙ୍କର ଗୁଣାତ୍ମକ ଶିକ୍ଷା ପ୍ରତି ରହିଥିବା ଆବେଗ ଏବଂ ଶିକ୍ଷା ଓ ଶିକ୍ଷକଙ୍କ ପ୍ରତି ଥିବା ଉଦବେଗ ନିଶ୍ଚିତ ଭାବେ ଶିକ୍ଷା କ୍ଷେତ୍ରରେ ଉତ୍ସାହ ସୃଷ୍ଟି କରିବ ବୋଲି ବିଜୁ ଛାତ୍ର ଜନତା ଦଳର ସଭାପତି ଦେବି ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.