ETV Bharat / city

ଫେବୁଆରୀ 15 ସୁଦ୍ଧା ବେସରକାରୀ ବିଦ୍ୟାଳୟ NCERT ବହି ପ୍ରଚଳନ କରିବାକୁ ସୁପାରିଶ - ବେସରକାରୀ ବିଦ୍ୟାଳୟ ଏନସିଇଆରଟି

ବେସରକାରୀ ବିଦ୍ୟାଳୟ ଏନସିଇଆରଟି ବହି ପ୍ରଚଳନ କରିବା ସହ ବହି ତାଲିକା ଫେବୃଆରୀ 15 ସୁଦ୍ଧା ନଦେଲେ ସ୍ୱୀକୃତି ପ୍ରତ୍ୟାହାର ପାଇଁ ସୁପାରିଶ କରାଯିବ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅନୁରୋଧ ପରେ ଓଡିଶା ଅଭିଭାବକ ମହାସଂଘ ଆମରଣ ଅନଶନ ପ୍ରତ୍ୟାହୃତ । ଅଧିକ ପଢନ୍ତୁ...

ଫେବୁଆରୀ 15 ସୁଦ୍ଧା ବେସରକାରୀ ବିଦ୍ୟାଳୟ ଏନସିଇଆରଟି ବହି ପ୍ରଚଳନ କରିବାକୁ ସୁପାରିଶ

author img

By

Published : Jan 28, 2021, 9:15 PM IST

ଭୁବନେଶ୍ବର: ବେସରକାରୀ ବିଦ୍ୟାଳୟ ଏନସିଇଆରଟି ବହି ପ୍ରଚଳନ କରିବା ସହ ବହି ତାଲିକା ଫେବୃଆରୀ 15 ସୁଦ୍ଧା ନଦେଲେ ସ୍ୱୀକୃତି ପ୍ରତ୍ୟାହାର ପାଇଁ ସୁପାରିଶ କରାଯିବ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅନୁରୋଧ ପରେ ଓଡିଶା ଅଭିଭାବକ ମହାସଂଘ ଆମରଣ ଅନଶନ ପ୍ରତ୍ୟାହୃତ।

ବେସରକାରୀ ବିଦ୍ୟାଳୟମାନେ ଏନସିଇଆରଟିର ସୁପାରିଶ ପାଠ୍ୟକ୍ରମ ଅନୁଯାୟୀ ବହି ପ୍ରଚଳନ କରିବାକୁ ନିର୍ଦ୍ଧିଷ୍ଟ ନିୟମ ରହିଛି l ଏଥିସହିତ ଜାତୀୟ ଶିଶୁ ଅଧିକାର ଆୟୋଗ, ଉଚ୍ଚ ନ୍ୟାୟାଳୟ ଓ ରାଜ୍ୟ ମାନବାଧିକାର ଆୟୋଗଙ୍କର ମଧ୍ୟ ଏସଂକ୍ରାନ୍ତରେ ସ୍ପଷ୍ଟ ନିର୍ଦ୍ଦେଶ ରହିଛି କି ସୁପାରିଶ ବହି ପ୍ରଚଳନ ସହ ପ୍ରତ୍ୟେକ ସ୍କୁଲ ନିଜ ସ୍କୁଲର ୱେବସାଇଟ, ନୋଟିସ ବୋର୍ଡ, ଅଭିଭାବକମାନଙ୍କୁ ମେଲ, ହ୍ବାଟ୍ସଆପ୍, ମେସେଜ ମାଧ୍ୟମରେରେ ଶ୍ରେଣୀ ଅନୁଯାଇ ବହିର ତାଲିକା ପ୍ରକାଶ କରିବା ବାଧ୍ୟତାମୂଳକ l

ଯାହାଫଳରେ ଅଭିଭାବକମାନେ ସହଜରେ ବହି ସଂଗ୍ରହ କରିବା ସହ ବଜାରରୁ ସଠିକ ମୂଲ୍ୟରେ ଆଣି ପିଲାଙ୍କୁ ପ୍ରଦାନ କରିପାରିବେ l ଆଉ ଗୋଟିଏ ଗୁରୁତ୍ୱପୂର୍ଣ କଥା ବର୍ତ୍ତମାନ ପ୍ରାଇଭେଟ ସ୍କୁଲ ଗୁଡିକ ବେଆଇନ ଭାବେ ବିକ୍ରି କରୁଥିବା ବହିର ମୂଲ୍ୟ ଏନସିଇଆରଟି ବହିର ମୂଲ୍ୟର ଦଶ ଗୁଣ ସହିତ ଓଜନରେ ମଧ୍ୟ ପାଞ୍ଚ ଗୁଣ ଏବଂ ଗୁଣବତ୍ତାରେ ମଧ୍ୟ ଏନସିଇଆରଟି ବହି ବେଶ ଉତ୍କର୍ଷ l

ଆଉ ସବୁଠୁ ବଡ଼ କଥା ହେଲା ଏନସିଇଆରଟି ସୁପାରିଶ ପାଠ୍ୟକ୍ରମ ବହି ବ୍ୟବହାର ହେଲେ ପିଲାମାନେ ଅଯଥା ବସ୍ତାନି ବୋଝରୁ ମୁକ୍ତି ପାଇବା ସହିତ ସବୁଦିନ ପାଇଁ ଶାରୀରିକ ଓ ମାନସିକ କଷ୍ଟରୁ ଲାଘବ ହେବେ l ଓଡିଶା ଅଭିଭାବକ ମହାସଂଘ ଏହି ସମସ୍ୟାକୁ ନେଇ ପୂର୍ବରୁ ଦୁଇ ଦୁଇ ଥର ଆମରଣ ଅନଶନ ମଧ୍ୟ କରି ଆସିଛନ୍ତି l ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ସବୁ ସ୍କୁଲଙ୍କୁ ନୋଟିସ କରିଥିଲେ । ମାତ୍ର ଏକ ବର୍ଷ ପରେ ମଧ୍ୟ ଏହା ଲାଗୁ ହୋଇନାହିଁ l

ପୂର୍ବରୁ ବିଭିନ୍ନ ସମୟରେ ବହି ଲାଗୁ କରିବା ଠିକ ଭାବେ କାର୍ଯ୍ୟକାରୀ ନହେବାରୁ ଗୁରୁବାର ବାଧ୍ୟ ହୋଇ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କ୍ୟାମ୍ପ ଅଫିସ ବା ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯାଇଥିଲା l ମଧ୍ୟାହ୍ନରେ ସମସ୍ୟାର ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ମହାସଂଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ଭୁବନେଶ୍ୱର ଆବାହକ ଶଙ୍କର ସାମନ୍ତରାୟ, ଉପାଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ ଓ ପ୍ରଦ୍ୟୁମ୍ନ ମିଶ୍ରଙ୍କୁ ନେଇ ଏକ ପ୍ରତିନିଧି ଦଳ ଖୋର୍ଦ୍ଧା ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥୁବା ଭୁବନେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ରାଉତଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିଲା l

ଆଲୋଚନା ଅନୁଯାଇ ଆସନ୍ତା ଫ୍ରେବୃଆରି 15 ସୁଦ୍ଧା ଜିଲ୍ଲାର ସମସ୍ତ ପ୍ରାଇଭେଟ ସ୍କୁଲ ଏନସିଇଆରଟି ଯୁକ୍ତ ବହି ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ବହି ତାଲିକା ସମସ୍ତଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯିବ l ଯେଉଁ ସ୍କୁଲ ସମୟ ସୀମା ମଧ୍ୟରେ ନିର୍ଦେଶ ନ ମାନିବେ ସେମାନଙ୍କ ସ୍ୱୀକୃତି ପ୍ରତ୍ୟାହାର ପାଇଁ ଜିଲ୍ଲାପାଳ ଓ ଉପରିସ୍ଥ ଅଧିକାରୀଙ୍କ ନିକଟରେ ସୁପାରିଶ କରାଯିବ ବୋଲି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦେଶ ଦେବା ସହିତ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟକାରିତାକୁ ତଦାରଖ କରିବେ ବୋଲି ପ୍ରତିଶୃତି ଦେଇଥିଲେ l

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.