ETV Bharat / city

ଘରକୁ ଘର ସର୍ଭେ ଯୋଗୁଁ ବଢୁଛି କୋରୋନା ଆକ୍ରାନ୍ତ ସଂଖ୍ୟା

author img

By

Published : Jul 23, 2020, 6:38 PM IST

ରାଜ୍ୟରେ ଘରକୁ ଘର ସର୍ଭେ ଯୋଗୁଁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି ବୋଲି ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ଘରକୁ ଘର ସର୍ଭେ ଯୋଗୁଁ ବଢୁଛି କୋରୋନା ଆକ୍ରାନ୍ତ ସଂଖ୍ୟା
ଘରକୁ ଘର ସର୍ଭେ ଯୋଗୁଁ ବଢୁଛି କୋରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଘରକୁ ଘର ସର୍ଭେ ଯୋଗୁଁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି ବୋଲି ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ପ୍ରକାଶ କରିଛନ୍ତି । ରାଜ୍ୟରେ କିଛିଦିନ ହେଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏହାକୁ ନେଇ ଚିନ୍ତା କରିବା ଉଚିତ ନୁହେଁ ଓ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା କମିବ ବୋଲି ସେ ଆଶାପ୍ରକଟ କରିଛନ୍ତି ।

କୋଭିଡ ମହାମାରୀ ସାରା ବିଶ୍ବକୁ ଗ୍ରାସ କରିଛି। ଗୁରୁବାର ରାଜ୍ୟରେ 1267 ପଜିଟିଭ କେସ ଚିହ୍ନଟ ହୋଇଛି। ଅନ୍ୟ ରାଜ୍ୟ ଠାରୁ ଓଡିଶା ସମ୍ପୂର୍ଣ୍ଣ ଭାବରେ ଭିନ୍ନ। ରାଜ୍ୟରେ ସଫଳ ଭାବରେ କୋରୋନା ମୁକାବିଲା କରାଯାଉଛି। ଚିନ୍ତା କରିବାର ଆବଶ୍ୟକତା ନାହିଁ। ଘରକୁ ଘର ବୁଲି ସର୍ଭେ କରାଯାଉଛି। ଯେଉଁଥିପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଉଥିବା ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ପ୍ରକାଶ କରିଛନ୍ତି ।

କୋରୋନା ମୁକାବିଲାରେ ବିଶ୍ବରେ ଭାରତରେ ସ୍ଥିତି ସବୁଠୁ ଭଲ ରହିଛି । ସେହିପରି ଓଡିଶା ମଧ୍ୟ ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଭଲ ରହିଛି। ଓଡ଼ିଶାରେ 65 ଶତକଡା ସୁସ୍ଥହାର ଓ 0.54 ଶତକଡା ମୃତ୍ୟୁ ହାର ରହିଛି। ରାଜ୍ୟରେ ମାନସିକ ରୋଗୀଙ୍କୁ ଚିନ୍ହଟ କରି ସେମାନଙ୍କୁ ଔଷଧ ଦିଆଯାଉଛି। କୋରୋନା ଲକ୍ଷଣ ଥିଲେ ଆଶା କର୍ମୀଙ୍କୁ ଜଣାନ୍ତୁ ଓ ପରୀକ୍ଷା କରନ୍ତୁ ବୋଲି ସେ ନିବେଦନ କରିଛନ୍ତି ।

ରାଜ୍ୟରେ 19ଟି ସ୍ଥାନରେ ହେଉଛି କୋରୋନା ପରୀକ୍ଷା କରାଯାଉଛି । ଆସନ୍ତା 10 ଦିନ ମଧ୍ୟରେ 6ଟି ସ୍ଥାନରେ ନୂଆ କରି ଟେଷ୍ଟ କରାଯିବ। ଏହା ମାଧ୍ୟମରେ 3 ହଜାରରେ ଅଧିକ ଟେଷ୍ଟ କରାଯାଇଛି। ପ୍ରତ୍ୟେକ ଜିଲ୍ଲାରେ କୋଭିଡ ହସ୍ପିଟାଲରେ 37.2 ପ୍ରତିଶତ ବେଡ଼ ରହିଛି। ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା ଏକ ଗୁରୁତ୍ବପୂର୍ଣ୍ଣ ପ୍ଲାନ କରୁଛନ୍ତି ରାଜ୍ୟ ସରକାର। କେଉଁ ହସ୍ପିଟାଲରେ କେତେ ବେଡ଼ ଆବଶ୍ୟକତା ରହିବ ସେନେଇ ପ୍ଲାନିଂ କରାଯାଉଛି।

ରାଜ୍ୟରେ 70 ଭାଗ ଲୋକଙ୍କ ଦେହରେ କୋରୋନା ଲକ୍ଷଣ ନାହିଁ । ସେମାନେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନିଜ ଘରେ ରହିପାରିବେ। ଏହା ଦ୍ବାରା ହସ୍ପିଟାଲରେ ଆଉ ଚାପ ହେବ ନାହିଁ। ସେମାନେ 10 ଦିନ ପରେ ଏହି ରୋଗରୁ ମୁକ୍ତ ହୋଇଯିବେ। ତେବେ ଭୁବନେଶ୍ବରରେ 103 ଜଣ ରୋଗୀ ନିଜ ଘରେ ରହୁଛନ୍ତି। ରାଜ୍ୟରେ 15 ଜୁଲାଇରେ ପ୍ଲାଜମା ଥେରାପି ଉଦ୍ଘାଟନ କରାଯାଇଥିଲା ବେଳେ ଅଶ୍ବିନୀ, ସମ ଓ ଟାଟା କୋଭିଡ ହସ୍ପିଟାଲରେ ଏହାର ସଫଳ ପ୍ରୟୋଗ ହୋଇଛି ବୋଲି ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.