ଭୁବନେଶ୍ବର: ଉଦଯାପିତ ହେଲା ନବମ ରାଜ୍ୟ ସ୍ତରୀୟ ସୁଟିଂ ଚାମ୍ପିୟାନସିପ। ରାଜ୍ୟ ରାଇଫଲ ଆସୋସିଏସନ ପକ୍ଷରୁ ଏହି ଚାମ୍ପିୟନସିପ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ବୟସ ବର୍ଗ ଓ ବିଭାଗକୁ ନେଇ ସୁଟିଂ ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ ଯୋଗୁଁ ପୁରୁଷ ବିଭାଗରେ ରାଣା ପ୍ରତାପ ବ୍ରହ୍ମାଙ୍କୁ ଶେଷ୍ଠ ସୁଟର ମହିଳା ବିଭାଗ ରେ ପ୍ରିୟା ପ୍ରତିସ୍ମୃତି ବେହେରା ଶେଷ୍ଠ ସୁଟର ବିବେଚିତ ହୋଇଛନ୍ତି।

ଜାନୁଆରୀ 1 ତାରିଖରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। 5ଦିନ ଧରି ଚାଲିଥିବା ଏହି ସୁଟିଂ ଚାମ୍ପିୟାନସିପରେ ମୋଟ 400 ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ 71 ଜଣ ପ୍ରତିଯୋଗୀ ବିଭିନ୍ନ ପର୍ଯ୍ୟାୟରେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିବାରେ ସଫଳ ହୋଇଥିଲେ।
ଶେଷ ଦିନରେ ଏକ ସ୍ବତନ୍ତ୍ର ଉତ୍ସବରେ ଜାତୀୟ ରାଇଫଲ ଆସୋସିଏସନର ବରିଷ୍ଠ ଉପ ସଭାପତି କଳିକେଶ ନାରାୟଣ ସିଂହଦେଓ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଏହାପରେ କୃତି ପ୍ରତିଯୋଗୀମାନଙ୍କୁ ସେ ପୁରସ୍କୃତ ମଧ୍ୟ କରିଥିଲେ। ଏହି ସୁଟିଂ ଚାମ୍ପିୟାନସିପ କଟକ ନରାଜ ସ୍ଥିତ ପୋଲିସ ଫାୟାରିଂ ରେଞ୍ଜ ଓ ଉତ୍କଳ କରାଟେ ସ୍କୁଲ ପରିସରରେ ଆୟୋଜିତ ହୋଇଥିଲା।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ