ଭୁବନେଶ୍ବର: ସାରା ବିଶ୍ୱରେ ଏବେ କୋରୋନା ମହାମାରୀର ପ୍ରକୋପ ଜାରି ରହିଛି । ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତି ସହ ରଣନୀତି ହିସାବରେ ମୁକାବିଲା କରୁଛନ୍ତି । ଏଥିପାଇଁ ପ୍ରଚୁର ପରିମାଣର ଅର୍ଥର ଆଵଶ୍ୟକତା ଥିବାବେଳେ ବିଭିନ୍ନ ସରକାରୀ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମାନଙ୍କୁ ସହଯୋଗର ହାତ ବଢାଇବାକୁ ଅନୁରୋଧ କରିଛନ୍ତି ।

ଏହି ଅବସରରେ ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ସମସ୍ତ କର୍ମଚାରୀ ସେମାନଙ୍କର ଗୋଟିଏ ଦିନର ଦରମା ବୋର୍ଡ଼ ସଭାପତି ସଂଗ୍ରାମ କେଶରୀ ପାଇକରାୟଙ୍କ ମାଧ୍ୟମରେ କୋରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି।
କୋରୋନାର ସଠିକ ମୁକାବିଲା ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ସମସ୍ତ କୋରୋନା ଯୋଦ୍ଧାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ତେବେ ସଭାପତି ସମସ୍ତ କର୍ମଚାରୀଙ୍କୁ ଏହି ମହତ କାର୍ଯ୍ୟ ପାଇଁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ