ETV Bharat / city

କଣ ରହିଛି ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି, ଜାଣନ୍ତୁ...

ଜୁନ ପହିଲାରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ରେକର୍ଡ ହୋଇଛି । ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଦେଖାଯାଇଛି ।

impact of southwest monsoon
ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି
author img

By

Published : Aug 11, 2020, 7:18 PM IST

ଭୁବନେଶ୍ବର: ଚଳିତବର୍ଷ ମୌସୁମୀ ଆଗମନ ପରେ ମଧ୍ୟ ବର୍ଷା ଅଭାବରୁ ରାଜ୍ୟର ଅନେକ ସ୍ଥାନରେ କମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ତେବେ ଜୁନ ପହିଲାରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ରେକର୍ଡ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବି ଜାରି ରହିଛି ବର୍ଷା । ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି କଣ ରହିଛି, ନଜର ପକାନ୍ତୁ...

୧ ଜୁନ ରୁ ୧୧ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାରେ ୬୦୬.୫ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ବଭାବିକ ବର୍ଷା ୬୯୮.୯ ମିମି ଠାରୁ ୧୩% ପ୍ରତିଶତ କମ । ଏହି ସମୟ ମଧ୍ୟରେ ଓଡ଼ିଶାର ୧୩ ଗୋଟି ଜିଲ୍ଲା, ଯାଜପୁର (-୩୯%), ଖୋର୍ଦ୍ଧା (-୩୩%), ବାଲେଶ୍ବର (-୩୨%), କେନ୍ଦ୍ରାପଡା (-୨୯%), ସୋନପୁର (-୨୭%), କଟକ(-୨୭%),ପୁରୀ (-୨୭%), ଜଗତସିଂହପୁର (-୨୬%), ମୟୁରଭଞ୍ଜ(-୨୪%),ନବରଙ୍ଗପୁର(-୨୩%), ନୟାଗଡ(-୨୨%), ବଲାଙ୍ଗୀର(-୨୧%) ଏବଂ କଳାହାଣ୍ଡି (-୨୦%) ଠାରେ ସ୍ବଭାବିକ ବର୍ଷା ଠାରୁ କମ ବର୍ଷା ରେକର୍ଡ କରାଯାଇଛି ।

impact of southwest monsoon
ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି

ଏହାବାଦ ଜୁନ ପହିଲାରୁ ଆଜିଯାଏଁ ଓଡ଼ିଶାର ଅବଶିଷ୍ଟ ୧୭ ଟି ଜିଲ୍ଲାରେ ସ୍ବଭାବିକ ବର୍ଷା ରେକର୍ଡ କରାଯାଇଛି । ୧ ଜୁନ ରୁ ୧୧ ଅଗଷ୍ଟ ୨୦୨୦ ମଧ୍ୟରେ ଯାଜପୁର ଜିଲ୍ଲାରେ ସର୍ବନିମ୍ନ ୩୯ % କମ ବର୍ଷା ରେକର୍ଡ କରାଯାଇ ଥିବାବେଳେ ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ ୮% ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ଓଡ଼ିଶାରେ ୩ଟି ଜିଲ୍ଲାରେ ୩୦ ପ୍ରତିଶତ କିମ୍ବା ତାଠାରୁ କମ ବର୍ଷା ରେକର୍ଡ କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଉଛି ଯାଜପୁର ୩୯% ପ୍ରତିଶତ କମ,ଖୋର୍ଦ୍ଧା ୩୩% ପ୍ରତିଶତ କମ ଏବଂ ବାଲେଶ୍ବର ୩୨% ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.