ଭୁବନେଶ୍ବର: ସିଲ ହେଲା ଭୁବନେଶ୍ବର ଆଇଆରସି ଭିଲେଜସ୍ଥିତ ଏନ -୪୫ ମା ସରସ୍ଵତୀ ଭବନ ହଷ୍ଟେଲ ଓ ଆଇଆରସି ଭିଲେଜରେ ଥିବା ବିନାୟକ କୋଚିଂ କ୍ଲାସ । କୋଭିଡ ଗାଇଡ଼ ଲାଇନକୁ ଉଲ୍ଲଂଘନ ଅଭିଯୋଗରେ ସିଲ କଲା ବିଏମସି ।
![କୋଭିଡ ନିୟମ ଉଲ୍ଲଂଘନ କରି ସିଲ ହେଲା ହଷ୍ଟେଲ ଓ କୋଚିଂ କ୍ଲାସ](https://etvbharatimages.akamaized.net/etvbharat/prod-images/11462480_868_11462480_1618841174546.png)
![କୋଭିଡ ନିୟମ ଉଲ୍ଲଂଘନ କରି ସିଲ ହେଲା ହଷ୍ଟେଲ ଓ କୋଚିଂ କ୍ଲାସ](https://etvbharatimages.akamaized.net/etvbharat/prod-images/11462480_959_11462480_1618841157380.png)
ଭୁବନେଶ୍ୱରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ କୋଭିଡ ଗାଇଡ଼ଲାଇନ ପାଳନ ନେଇ ବିଏମସି ପକ୍ଷରୁ ଜିରୋ ଟଲରାନ୍ସ ନୀତି ଅବଲମ୍ବନ କରାଯାଉଛି। ବିଭିନ୍ନ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ହାଟ ବଜାରରେ ଏନଫୋର୍ସମେଣ୍ଟକୁ ଜୋରଦାର କରିଛି ବିଏମସି।
ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ