ଭୁବନେଶ୍ବର: ନନ୍ଦନକାନନ ରେ ସୁରକ୍ଷିତ ଅଛି ଭାଲୁ ଶାବକ । ଏନକ୍ଲୋଜରରେ ବୁଲାବୁଲି କରିବା ସହ ଖାଦ୍ୟ ଖାଉଥିବାର ଭିଡିଓ ସାମ୍ନାକୁ ଆସିଛି । ଉଦ୍ଧାର ହୋଇଥିବା 5 ଭାଲୁ ଶାବକଙ୍କୁ ନନ୍ଦନକାନନ ପ୍ରାଣୀଉଦ୍ୟାନ ପରିସରରେ ସୁରକ୍ଷିତ ଭାବେ ରଖାଯାଇଛି । କିଛିଦିନର ବ୍ୟବଧାନରେ ଭିଡିଓ ଜାରି କରିଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ ।
ଖୋର୍ଦ୍ଧାରୁ ଉଦ୍ଧାର ହୋଇଥିବା 5 ଭାଲୁ ଛୁଆ ଏବେ ନନ୍ଦନକାନନରେ ବେଶ୍ ସୁରକ୍ଷିତ ଭାବରେ ଅଛନ୍ତି । ନନ୍ଦନକାନନରେ ଭାଲୁ ଛୁଆ ଗୁଡିକ ଖାଦ୍ୟ ଖାଉଥିବା ବେଳେ ବେଶ୍ ସୁରକ୍ଷିତ ଓ ସୁସ୍ଥ ରହିଛନ୍ତି ଭାଲୁ ଛୁଆ । ଏହି 5 ଭାଲୁ ଛୁଆ ଗଙ୍ଗାପଡା ଅଂଚଳରେ ଥିବା ଟୋଲଗେଟ ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ କୋଭିଡ୍ ସମୟ ରହିଥିବା ବେଳେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିଲା ।
ଯେହେତୁ ଏତେ କମ ଦିନରେ ଭାଲୁ ଛୁଆ ମା' କୁ ଛାଡ଼ି ରହିପାରିବେ କି ନାହିଁ ତାହାକୁ ନେଇ ଦ୍ଵନ୍ଦରେ ରହିଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ । କିନ୍ତୁ ବର୍ତ୍ତମାନ ବେଶ୍ ସୁରକ୍ଷିତ ଓ ସୁସ୍ଥ ଜୀବନଯାପନ କରୁଛନ୍ତି 5 ଭାଲୁ ଛୁଆ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ