ETV Bharat / city

ରାଜ୍ୟପାଳଙ୍କୁ ବିଜେପି ବିଧାୟକଙ୍କ ଫେରାଦ, କହିଲେ ସରକାରୀ ଦଳର ଏଜେଣ୍ଟ ସାଜିଛନ୍ତି ବାଚସ୍ପତି

author img

By

Published : Apr 4, 2021, 7:48 PM IST

ଅଗଣତାନ୍ତ୍ରିକ ଭାବେ ବିଧାନସଭା ଚାଲିଥିବା ଅଭିଯୋଗ କରି ରାଜ୍ୟପାଳଙ୍କୁ ଫେରାଦ ହେଲେ ବିରୋଧୀ। ଅଧିକ ପଢନ୍ତୁ...

ରାଜ୍ୟପାଳଙ୍କୁ ଫେରାଦ ହେଲେ ବିଜେପି ବିଧାୟକ , ବାଚସ୍ପତି ସରକାରୀ ଦଳର ଏଜେଣ୍ଟ ସାଜିଥିବା କଲେ ଅଭିଯୋଗ

ଭୁବନେଶ୍ବର: ରାଜ୍ୟ ସରକାର ବିନା ଆଲୋଚନାରେ ଅଗଣତାନ୍ତ୍ରିକ ଭାବେ ବିଧାନସଭାରେ ବିଲ ପାରିତ କରୁଛନ୍ତି । ବାଚସ୍ପତି ଶାସକ ଦଳର ଏଜେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ଏମିତି କିଛି ସାଙ୍ଘାତିକ ଅଭିଯୋଗ ନେଇ ରାଜ୍ୟପାଳଙ୍କୁ ଭେଟି ଫେରାଦ ହୋଇଛନ୍ତି ବିଜେପି ବିଧାୟକ ଦଳ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇ ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ମାନେ ।

ରାଜ୍ୟପାଳଙ୍କୁ ଫେରାଦ ହେଲେ ବିଜେପି ବିଧାୟକ

ଗତକାଲି ଯେଉଁ 6ଟି ବିଲକୁ ସରକାର ବିଧାନସଭାରେ ତରବରିଆ ଭାବେ ପାସ କରିଛନ୍ତି, ଏହାକୁ ଫେରାଇ ଦିଆଯାଉ । ଏହାର ପୁନର୍ବିଚାର କରାଯାଉ । ଗୃହରେ ଆଲୋଚନା ହେଲା ପରେ ପାରିତ କରିବା ନେଇ ଆମେ ରାଜ୍ୟପାଳଙ୍କୁ ଜଣାଇଲୁ ବୋଲି କହିଛନ୍ତି ବିଜେପି ବିଧାୟକ ଦଳର ନେତା । ଗୃହରେ ମୁଖ୍ୟ ବିରୋଧୀ ଦଳକୁ ଅଣଦେଖା କରଯାଉଛି । ଗୃହରେ କହିବା ଲାଗି ସୁଯୋଗ ଦିଆଯାଉନି । ଗୃହର ପରମ୍ପରାକୁ ହତ୍ୟା କରି ଅଗଣତାନ୍ତ୍ରିକ ଭାବରେ ବିଭିନ୍ନ ବିଲ ପାସ କରାଯାଉଛି ଯାହା ବାସ୍ତବିକ ନିନ୍ଦନୀୟ। ବାଚସ୍ପତି ନିରପେକ୍ଷତା ଅବଲମ୍ବନ ନକରି ଗୋଟିଏ ପାର୍ଟିର ନିର୍ଦ୍ଦେଶରେ କାମ କରୁଛନ୍ତି ।

ବିଜେଡିର କ୍ଷମା ପ୍ରାର୍ଥନା ଦାବି ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଆମେ ନିଲମ୍ବିତ ହେଲା ପରେ ଆଉ କଣ ଭୁଲ ମାଗିବୁ ।ବିଧାନସଭା କିଭଳି ଚାଲିଛି ଆମେ ରାଜ୍ୟପାଳଙ୍କୁ ଜଣାଇଲୁ । ମନ ଇଛାରେ ଗୃହ ଚଳାଉଛନ୍ତି ବାଚସ୍ପତି ଓ ସରକାରୀ ଦଳ । ସଂଖ୍ୟା ଗରିଷ୍ଠତା ଗର୍ବରେ ରହିଛନ୍ତି ବିଜେଡି ସରକାର ଓ ତାହା ଦିନେ ତାଙ୍କୁ କାଳ ହେବ ବୋଲି କହିଛନ୍ତି ପ୍ରଦୀପ୍ତ । ଦଣ୍ଡ ଦେବା ପୂର୍ବରୁ ପକ୍ଷ ରଖିବା ପାଇଁ ସୁଯୋଗ ଦିଆଯାଏ । ଯାହା ଏଠି ବାଚସ୍ପତି କଲେ ନାହିଁ । ମୋ ଓକିଲ ବିରୋଧୀ ଦଳ ନେତା ତାଙ୍କୁ ମଧ୍ୟ ପକ୍ଷ ରଖିବାକୁ ଦିଆଗଲା ନାହିଁ । ତାଙ୍କ ଦଳର ଲୋକ ଭିଡିଓ ଦେଖିଲେ ଏବଂ କାର୍ଯ୍ୟାନୁଷ୍ଠାନ ନେଲେ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ବିରୋଧୀ ।

କଣ ପାଇଁ ବିଧାନସଭାକୁ ଖଣି ଓ ଆଇନ ଶୃଙ୍ଖଳା କଥା ଆସିଲେ ବିଧାନସଭା ବନ୍ଦ ହୋଇଯାଉଛି, ତାହାର ଉତ୍ତର ସରକାର ରଖିପାରିବେ କି ବୋଲି ପ୍ରଶ୍ନ କରିବା ସହ ବିଧାନସଭା ଭିତରେ ସମସ୍ତ ବିରୋଧୀ ଏକଜୁଟ ହୋଇ ଲଢ଼ିବାର ଆବଶ୍ୟକତା ରହିଛି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.