ETV Bharat / city

ପୂର୍ବତନ ଫୁଟବଲ ଖେଳାଳି ସୁରଜ ହାଂସଦାଙ୍କ ପରଲୋକ

author img

By

Published : Apr 30, 2021, 11:01 PM IST

କ୍ରୀଡାବିତ୍ ସୁରଜ ହାଂସଦାଙ୍କ ପରଲୋକ । 22 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ପୂର୍ବତନ ଫୁଟବଲ ଖେଳାଳି । ଫୁଟବଲ ଆସୋସିଏସନ ଅଫ୍ ଓଡିଶା ପକ୍ଷରୁ କ୍ରୀଡାବିତ୍ ସୁରଜଙ୍କୁ ଶ୍ରଦ୍ଧାଞ୍ଜଳି । ଅଧିକ ପଢନ୍ତୁ ...

ପୂର୍ବତନ ଫୁଟବଲ ଖେଳାଳି ସୁରଜ ହାଂସଦାଙ୍କ ପରଲୋକ
ପୂର୍ବତନ ଫୁଟବଲ ଖେଳାଳି ସୁରଜ ହାଂସଦାଙ୍କ ପରଲୋକ

ଭୁବନେଶ୍ବର: ପୂର୍ବତନ ଫୁଟବଲ ଖେଳାଳିଙ୍କ ଅକାଳ ବିୟୋଗ । ଓଡ଼ିଶା ଜୁନିଅର ଫୁଟବଲ ଖେଳାଳି ସୁରଜ ହାଂସଦାଙ୍କର ପରଲୋକ ଘଟିଛି । ଦୀର୍ଘ ଦିନ ହେବ ବିଭିନ୍ନ ରୋଗରେ ପୀଡିତ ଚିକିତ୍ସିତ ହେଉଥିଲେ ।

କ୍ରୀଡାବିତ୍ ସୁରଜ ଆଜି ରାଉରକେଲାରେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 22 ବର୍ଷ ବୟସ ହୋଇଥିଲା । ସୁରଜ ଓଡିଶା ତରଫରୁ ଜୁନିଅର ବର୍ଗ ଫୁଟବଲରେ ପ୍ରତିନିଧିତ୍ୱ କରିବା ସହ ରାଜ୍ୟର ବହୁ ଫୁଟବଲ କ୍ଲବ୍ ପକ୍ଷରୁ ଖେଳିଥିଲେ ।

ସୁରଜଙ୍କ ବିୟୋଗରେ ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ଏବଂ ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ଭଗବାନ ଅନେକ ଧୈର୍ଯ୍ୟ ଏବଂ ସାହସ ପ୍ରଦାନ କରନ୍ତୁ । ଫୁଟବଲ ଆସୋସିଏସନ ଅଫ୍ ଓଡିଶା ପକ୍ଷରୁ କ୍ରୀଡାବିତ୍ ସୁରଜଙ୍କୁ ଶ୍ରଦ୍ଧାଞ୍ଜଳି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.