ଭୁବନେଶ୍ବର: ଓଡିଶା ପାୱାର ବିତରଣ କମ୍ପାନୀ ସେସୁ ଅଧୀନରେ ENZEN ଏବଂ FEDCO ଭଲି ଫ୍ରାଞ୍ଚାଇଜ କମ୍ପାନୀ 2013 ମସିହାରୁ କାର୍ଯ୍ୟ କରିଆସୁଛନ୍ତି । ଯେଉଁ ଫ୍ରାଞ୍ଚାଇଜ ଅଧୀନରେ 7000 କର୍ମଚାରୀ ଏବଂ 500 ଇଞ୍ଜିନିୟର କାର୍ଯ୍ୟ କରୁଥିଲେ, ଯେଉଁ ମାନଙ୍କ ପରିଶ୍ରମ ଓ ନିଷ୍ଠା ବଳରେ ବାଣିଜ୍ୟ ଓ ପରିବହନ କ୍ଷତ କମାଇବା ସହିତ ରାଜସ୍ୱ ଆଦାୟ ପରିମାଣ ପୂର୍ବ ତୁଳନାରେ ଅଧିକ କରାଇଥିଲେ ।
ସେସୁକୁ ଟାଟା ପାୱାର ଅଧିଗ୍ରହଣ କଲା ପରେ ସମସ୍ତ କର୍ମଚାରୀ ଜୀବିକା ହରାଇ ବସିଛନ୍ତି । ଛଟେଇ ହୋଇଥିବା କର୍ମଚାରୀ ପ୍ରତିନିଧି ମଣ୍ଡଳୀ PDFEA, ସମସ୍ତ କର୍ତ୍ତୁପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁ ନାହାନ୍ତି । ତେଣୁ, ଏହାର ପ୍ରତିବାଦ ସ୍ଵରୂପ ସାମ୍ବିଧାନିକ ପଦ୍ଧତିରେ ନିଜର ମୌଳିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଆଜି ଟାଟା ପାୱାର ମୁଖ୍ୟ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ଓଡ଼ିଶା ପ୍ରଦେଶ ୟୁଥ୍ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ଯୋଗ ଦେଇଥିଲେ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ