ଭୁବନେଶ୍ବର: ବିଭିନ୍ନ ରାଜ୍ୟରେ ହୋଇଥିବା ସାଧାରଣ ନିର୍ବାଚନର ଏକ୍ସଜିଟ ପୋଲ ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଯଥାକ୍ରମେ ଟିଏମସି ଏବଂ ଡିଏମକେ ସରକାରକୁ ଫେରୁଛନ୍ତି ବୋଲି ପୋଲ ଦର୍ଶାଉଛି । ପଶ୍ଚିମବଙ୍ଗ ବିଜୟ ସହ ବିଜେପିର ପୂର୍ବଦୋୟ ବିଜୟ ଆରମ୍ଭ ଆଶା ମଉଳିଯାଇଛି । ଏହାକୁ ନେଇ ଖୁସିବ୍ୟକ୍ତ କରିଛି ଓଡିଶା କଂଗ୍ରେସ ।
ବିଜେପି ଶାସିତ କେନ୍ଦ୍ର ସରକାରଙ୍କ ଘରୋଇକରଣ ନୀତି ମହଙ୍ଗା ପଡିଲା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଆସନ୍ତା 2024ରେ ବିଜେପି ସରକାର କ୍ଷମତାରୁ ବିଦା ହେବେ ବୋଲି ସୁର ପୂର୍ବାନୁମାନ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ