ETV Bharat / city

ଘରେ ଲାଗୁନି ମନ, ବାହାରେ ବୁଲୁଛନ୍ତି କୋରୋନା ସଂକ୍ରମିତ ସୁର

author img

By

Published : Nov 18, 2021, 12:50 PM IST

ମାର୍କେଟରେ ବୁଲୁଛନ୍ତି କଂଗ୍ରେସ ନେତା ସୁର ରାଉତରାୟ । ବୁଧବାର ସେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଘରେ ବସିବାକୁ ଭଲ ଲାଗୁନି, ବାହାରେ ବୁଲୁଛନ୍ତି କୋରୋନା ସଂକ୍ରମିତ ସୁର

ଭୁବନେଶ୍ବର: ମାର୍କେଟରେ ବୁଲୁଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଗତକାଲି(ବୁଧବାର) ସୁର କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଙ୍କ ପତ୍ନୀ ମଧ୍ୟ ସଂକ୍ରମିତ ଅଛନ୍ତି । ଏହାସତ୍ତ୍ବେ ବି ବିନା ମାସ୍କରେ ସେ ଆଜି ବାହାରେ ବୁଲାବୁଲି କରୁଥିବାର ଦେଖାଯାଇଛି ।

ଏ ସମ୍ପର୍କରେ ସୁରଙ୍କୁ ପଚାରିବାରୁ ସେ କହିଛନ୍ତି, ତାଙ୍କୁ ଘରେ ବସି ରହିବାକୁ ଭଲ ଲାଗୁ ନାହିଁ । ତେଣୁ ବାହାରେ ବୁଲାବୁଲି କରିବାକୁ ପଡୁଛି । ଡାକ୍ତରମାନେ ତାଙ୍କୁ କୋରୋନା ଇଞ୍ଜେକ୍ସନ ଅର୍ଥାତ୍ କୋରୋନା ଟିକା ଦେଇଛନ୍ତି । ଯଦ୍ବାରା ସଂକ୍ରମଣ ଆଉ ବ୍ୟାପିବ ନାହିଁ ବୋଲି କଂଗ୍ରେସ ନେତା କହିଛନ୍ତି । ସେ ବାହାରେ ବୁଲାବୁଲି କରୁଥିବା ସମୟରେ ନିଜ ଆଖପାଖର ଲୋକଙ୍କୁ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ କୋରୋନା ସଂକ୍ରମଣର ଥଣ୍ଡା, ଜ୍ବର ଭଳି କୌଣସି ଲକ୍ଷଣ ତାଙ୍କ ପାଖରେ ନଥିବା ଜଣାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ବୁଧବାର ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁର ରାଉତରାୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩ ଦିନ ପୂର୍ବରୁ ତାଙ୍କ ନମୁନା ପରୀକ୍ଷା ପାଇଁ ଯାଇଥିଲା । ଯାହା ପଜିଟିଭି ଆସିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.