ETV Bharat / city

ସମ୍ ହସ୍ପିଟାଲରେ ପ୍ରଥମ, ଲିମ୍ଫୋମା ରୋଗୀଙ୍କ ଶରୀରରେ ଅଟୋଲଗସ୍ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ

ସମ୍ ହସ୍ପିଟାଲ୍‌ରେ ପ୍ରଥମ । ରକ୍ତ କର୍କଟ ରୋଗୀଙ୍କ ଶରୀରରେ କ୍ରାୟୋପ୍ରିଜରଭେସନ୍ ପଦ୍ଧତିରେ ହେଲା ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ । ଅଧିକ ପଢନ୍ତୁ

author img

By

Published : May 18, 2022, 8:48 AM IST

ସମ୍ ହସ୍ପିଟାଲରେ ପ୍ରଥମ, ଲିମ୍ଫୋମା ରୋଗୀଙ୍କ ଶରୀରରେ ହେଲା ଅଟୋଲଗସ୍ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ

ଭୁବନେଶ୍ବର: ଓଡିଶାରେ ପ୍ରଥମ ଥର ପାଇଁ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌(Institute of Medical Sciences and SUM Hospital)ରେ ଜଣେ ଲିମ୍ଫୋମା ରୋଗୀଙ୍କ ଶରୀରରେ ସଫଳତାର ସହ ଅଟୋଲଗସ୍ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ(autologous stem cell transplantation on Lymphoma patient) କରାଯାଇଛି । ଜଟିଳ ବୋନମ୍ୟାରୋ ପ୍ରତ୍ୟାରୋପଣ ଦ୍ବାରା ଓ ଅତ୍ୟାଧୁନିକ କ୍ରାୟୋପ୍ରିଜରଭେସନ୍ (cryopreservation) ପ୍ରକ୍ରିୟାରେ ଜଣେ ୩୩ ବର୍ଷୀୟ ଲିମ୍ଫୋମା (ଏକ ପ୍ରକାର ରକ୍ତ କର୍କଟ ରୋଗ)ରେ ପୀଡ଼ିତ ଥିବା ଯୁବକଙ୍କର ସଫଳ ଚିକିତ୍ସା ହୋଇଛି । ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ ପ୍ରକ୍ରିୟା ବ୍ୟବହାର କରିବାରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ହେଉଛି ଓଡ଼ିଶାର ପ୍ରଥମ ହସ୍ପିଟାଲ ।

ଯଦିଓ ସମ୍‌ରେ ୨୦୧୮ରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି, ତେବେ ପ୍ରଥମ ଥର ପାଇଁ ଜଣେ ଲିମ୍ଫୋମା ରୋଗୀଙ୍କ ଶରୀରରେ କ୍ରାୟୋପ୍ରିଜରଭେସନ୍ ଜରିଆରେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଛି । କୋଭିଡ ମହାମାରୀ ଯୋଗୁଁ ଅନେକ ମାସ ଧରି ବିଭିନ୍ନ ସ୍ବାସ୍ଥ୍ୟସେବା ବ୍ୟାହତ ହୋଇଥିଲା । ତଥାପି ଗତ ୧୮ ମାସ ମଧ୍ୟରେ ମାଇଲୋମା ଏବଂ ଲ୍ୟୁକୋମିଆ ଭଳି ରକ୍ତ ଜନିତ କ୍ୟାନସରେ ପୀଡିତ ୨୫ ଜଣ ରୋଗୀଙ୍କ ଶରୀରରେ ଏହି ହସ୍ପିଟାଲରେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଛି । ଏହି ପ୍ରକ୍ରିୟାରେ ଚିକିତ୍ସିତ ହୋଇଥିବା ସମସ୍ତ ରୋଗୀ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ଅଛନ୍ତି ।

ଏହି ପ୍ରତ୍ୟାରୋପଣ ଟିମ୍ ନିରନ୍ତର ଗୁଣାବତା ତଦାରଖ କରିବା ସହ କ୍ରାଇଓପ୍ରିଜରଭେସନ୍ ପ୍ରକ୍ରିୟାରେ ଚିକିତ୍ସା କରିଥିଲେ । କ୍ରାୟୋପ୍ରିଜରଭେସନ୍ ଏଭଳି ଏକ ପ୍ରକ୍ରିୟା ଯେଉଁଥିରେ ଶରୀରର ସେଲ୍ ଏବଂ ଟିସ୍ୟୁ ଗୁଡ଼ିକ ମାଇନସ୍ ୮୦ ଡିଗ୍ରୀ ସେଲ୍‌ସିୟସ୍ ଭଳି ଅତି କମ୍ ତାପମାତ୍ରାରେ ଭବିଷ୍ୟତରେ ବ୍ୟବହାର ପାଇଁ ସଂରକ୍ଷିତ କରି ରଖାଯାଇଥାଏ । ଶରୀରର କୋଷିକାଗୁଡ଼ିକ ଦୁଇ କିମ୍ବା ତିନି ଦିନ ପାଇଁ ବ୍ୟବହାର ଯୋଗ୍ୟ ମାତ୍ର ଏହି ପ୍ରକ୍ରିୟାରେ ଅନେକ ମାସ ପର୍ଯ୍ୟନ୍ତ ଏହା ସଂରକ୍ଷିତ କରି ରଖାଯାଇପାରେ ବୋଲି ଡ଼ଃ ପ୍ରିୟଙ୍କା ସାମଲ କହିଛନ୍ତି ।

ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ପ୍ରଫେସର ପ୍ରିୟଙ୍କା ସାମଲ କହିଥିଲେ ଯେ, ''ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣରେ କୌଣସି ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ି ନଥାଏ । ଷ୍ଟେମ୍ ସେଲଗୁଡ଼ିକ ବୋନମ୍ୟାରୋରେ ଥାଏ ଏବଂ ଶରୀରର ପୁରୁଣା ଏବଂ କ୍ଷୟ ପାଇଥିବା ରକ୍ତକଣିକାଗୁଡ଼ିକ ସ୍ଥାନରେ ନୂତନ ରକ୍ତକଣିକା ସୃଷ୍ଟି କରେ । ଷ୍ଟେମ୍ ସେଲ୍ ସୃଷ୍ଟି ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହେଲେ ରକ୍ତ କର୍କଟ ଭଳି ରୋଗ ଦେଖାଦେଇଥାଏ । ଏହି ପ୍ରକ୍ରିୟାରେ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି କ୍ରାୟୋପ୍ରିଜରଭେସନ୍ ବ୍ୟବସ୍ଥାରେ ସଂଗୃହୀତ ଷ୍ଟେମ୍ ସେଲଗୁଡ଼ିକୁ ଭବିଷ୍ୟତରେ ବ୍ୟବହାର ନିମନ୍ତେ ସୁରକ୍ଷିତ କରି ରଖିବା ।''

ଡିପାର୍ଟମେଣ୍ଟ ଅଫ୍ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ଏହି ଦାୟିତ୍ବ ତୁଲାଇଥାଏ ବୋଲି ବିଭାଗର ମୁଖ୍ୟ ପ୍ରଫେସର କାନୁନ୍‌ଗୋ କହିଥିଲେ । ଏଥିପାଇଁ ଅତ୍ୟନ୍ତ ଉଚ୍ଚସ୍ତରର ଉତ୍କର୍ଷ ଓ ଦାୟିତ୍ବବଦ୍ଧତା ଆବଶ୍ୟକ ହୋଇଥାଏ ବୋଲି ସେ କହିଥିଲେ । ପ୍ରଫେସର ସାମନ୍ତସିଂହାର କହିଥିଲେ ଯେ, ''ଡାକ୍ତରଖାନାର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍‌, ଲ୍ୟାବ ହେମାଟୋଲୋଜି, ମାଇକ୍ରୋବାଇଓଲୋଜି ଓ ଆଇସିୟୁ ଆଦି ବିଭାଗଗୁଡ଼ିକର ମିଳିତ ଉଦ୍ୟମରେ ଏହି ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇପାରୁଛି ଓ ଏହା ସମସ୍ତଙ୍କ ନିମନ୍ତେ ଉପଲବ୍ଧ କରିବା ନିମନ୍ତେ ଖର୍ଚ୍ଚ ମଧ୍ୟ କମ୍ ରଖାଯାଉଛି ।'' ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଟ୍ରାନ୍ସଫ୍ୟୁସନ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ଗିରିଜା ନନ୍ଦିନୀ କାନୁନଗୋ ଏବଂ ହେମାଟୋଲୋଜି ଆଇସିୟୁର ଇନ୍‌ଚାର୍ଜ ଡାକ୍ତର ସନ୍ତୋଷ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.