ETV Bharat / city

ବାଲୁକା କଳାରେ ସୁଦର୍ଶନଙ୍କ ସଚେତନତା ବାର୍ତ୍ତା - କଳାକୃତି ମାଧ୍ୟମରେ ସଚେତନ ବାର୍ତ୍ତା

ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଲୋକଙ୍କୁ ନିଜ କଳାକୃତି ମାଧ୍ୟମରେ ସଚେତନ ବାର୍ତ୍ତା ଦେଇଛନ୍ତି । ପୁରୀ ବେଳାଭୂମିରେ ସେ ବାଲୁକା କଳା କରି ଓଡିଶାବାସୀଙ୍କୁ ସଚେତନ କରିଛନ୍ତି । ଅଧିକ ପଢନ୍ତୁ...

ବାଲୁକା କଳାରେ ସୁଦର୍ଶନଙ୍କ ସଚେତନତା ବାର୍ତ୍ତା

author img

By

Published : Jun 30, 2020, 10:04 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ଆତଙ୍କ ବଢିବାରେ ଲାଗିଛି । ନୂଆ କେସ ବାହାରିବା ସହ ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । ସେପଟେ ମାତ୍ରା କମିଥିଲେ ମଧ୍ୟ ଲୋକଙ୍କ ତାଲାବନ୍ଦ ନିୟମ ଉଲ୍ଲଙ୍ଘନ କରିବା ବନ୍ଦ ହୋଇନାହିଁ ।

ଏପରି ସ୍ଥିତିରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଲୋକଙ୍କୁ ନିଜ କଳାକୃତି ମାଧ୍ୟମରେ ସଚେତନ ବାର୍ତ୍ତା ଦେଇଛନ୍ତି । ପୁରୀ ବେଳାଭୂମିରେ ସେ ବାଲୁକା କଳା କରି ଓଡିଶାବାସୀଙ୍କୁ ସଚେତନ କରିଛନ୍ତି । ସେ ବାଲୁକାରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତ୍ରିରଙ୍ଗା ତିଆରି କରି ସମସ୍ତଙ୍କୁ ଘରେ ରହିବାକୁ ନିବେଦନ କରିଛନ୍ତି ।

ମଙ୍ଗଳବାର ଅପରାହ୍ନରେ ମୋଦିଙ୍କ ଦେଶବାସୀଙ୍କୁ ଉଦବୋଧନ ପରେ ସୁଦର୍ଶନ ଏହି ବାଲୁକା କୃତି କରିଛନ୍ତି । ଏଥିରେ ସେ ଲେଖିଛନ୍ତି ସତର୍କ ଏବଂ ସଜାଗ ରହନ୍ତୁ । ଫେସ ମାସ୍କ ବ୍ୟବହାର କରି ସାମାଜିକ ଦୂରତ୍ବ ବଜାୟ ରଖନ୍ତୁ । କୋରୋନା ବିରୋଧୀ ଲଢେଇରେ ଭାରତ ବିଜୟୀ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି ସୋମବାର ଟିକଟକ୍ ବ୍ୟାନ ହେବା ପରେ ସୁଦର୍ଶନ ନିଜ ଆକାଉଣ୍ଟ ଡିଲିଟ୍ କରି ଟ୍ବିଟରରେ ଏହାର ସୂଚନା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.