ଭୁବନେଶ୍ବର: ୟୁନିଟ 8 ଡ଼ିଏଭି ସ୍କୁଲର ବିଜନେସ ମ୍ୟାନେଜମେଣ୍ଟ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ତଦନ୍ତରେ କ୍ୟାପିଟାଲ ଥାନା ଅବହେଳା କରିଛି । ଏହା ନେଇ ରିପୋର୍ଟ ବାହାରିବା ପରେ ରାଜ୍ୟ ମାନବାଧିକାର ଆୟୋଗ ଅସନ୍ତୋଷ ବ୍ୟକ୍ତ କରିବା ସହ 10 ଜଣ ଛାତ୍ରୀଙ୍କୁ ଆସନ୍ତା ମାର୍ଚ୍ଚ 3 ତାରିଖରେ ବ୍ୟକ୍ତିଗର ହାଜର ହେବା ପାଇଁ ନିର୍ଦେଶ ଦେଇଛନ୍ତି।
ଡ଼ିଏଭି ସ୍କୁଲ ଅଫ ବିଜନେସ ମ୍ୟାନେଜମେଣ୍ଟ( ଡିଏସବିଏମ )ର ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀ ତନୟା ବାନାର୍ଜୀଙ୍କ ମୃତ୍ୟୁ ଘଟଣାକୁ ନେଇ ଓଡିଶା ମନାବାଧିକାର କମିଶନ ପକ୍ଷରୁ ନିଜସ୍ବ ତଦନ୍ତ ସାରିଛି । ହେଲେ ଏଥିରେ କ୍ୟାପିଟାଲ ଥାନା ପୋଲିସର ମାନ୍ଦା ତଦନ୍ତକୁ ଓଏଚଆରସି ନିନ୍ଦା କରିଛନ୍ତି। ମାମଲାର ତଦନ୍ତ କରି ଅଧିକାରୀ ଓ ଶିକ୍ଷାଅନୁଷ୍ଠାନର ପ୍ରିନ୍ସିପାଲ ହଷ୍ଟେଲ ୱାର୍ଡନଙ୍କ ସମେତ 10 ଜଣ ସହପାଠୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଓଏଚଆରସି ନିର୍ଦେଶ ଦେଇଛନ୍ତି।
![ohrc](https://etvbharatimages.akamaized.net/etvbharat/prod-images/od-bbsr-ohrc-sucide-davstudent-photo-7206049_04022020185723_0402f_1580822843_46.jpg)
ଏହି ଘଟଣାର ତଦନ୍ତ ଦାଇତ୍ବ ଓଏଚଆରସି ପକ୍ଷରୁ ଡେ଼ପୁଟି ଏସପି ଅଦନ୍ତର ସମ୍ପୂର୍ଣ୍ଣ ବିବରଣୀ ଜାନୁଆରୀ 13 ତାରିଖରେ ମାମଲାର ରିପୋର୍ଟ ଦାଖଲ କରିଥିଲେ। ଡେ଼ପୁଟି ଏସପି ଦର୍ଶାଇଛନ୍ତି ଯେ ଘଟଣା ଦିନ କସମେଟିକ ଚୋରି ଅଭିଯୋଗରେ ସହପାଠୀ ମୃତ ତନୟା ବାନାର୍ଜୀଙ୍କୁ ଅପମାନିତ କରିବା ସହ ହଷ୍ଟେଲ ୱାର୍ଡନର କୌଣସି ପ୍ରକାରର ସହଯୋଗ କରିନଥିଲେ । ତନୟାଙ୍କ ରୁମ ମେଣ୍ଟକୁ ଅନ୍ୟ ଏକ ରୁମରେ ରହିବାକୁ କୁହାଯାଇଥିଲା। ଯାହା ଫଳରେ ତନୟା ଏକାକୀ ହୋଇଯାଇଥିଲେ। ଫଳରେ ମାନସିକ ସ୍ତରରେ ଭାଙ୍ଗିପଡି ଆତ୍ମହତ୍ୟା କରିଥିବାର ରିପୋର୍ଟରେ ଦର୍ଶାଇ ଦିଆଯାଇଛି।
ସୂଚନା ଅନୁଯାୟୀ, 2017 ନଭେମ୍ବର 28 ତାରିଖରେ ତନୟାଙ୍କ ମୃତ ଶରୀର ହଷ୍ଟେଲରୁ ଉଦ୍ଧାର କରାଯାଇଥିଲା। ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ସ୍କୁଲ କର୍ତ୍ତୁପକ୍ଷ ସୂଚନା ଦେଇଥିଲେ। ଏନେଇ ତାଙ୍କ ପରିବାର କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ହେଲେ ତଦନ୍ତ ସମ୍ପୂର୍ଣ୍ଣ ରୂପେ ବାଟବଣା ହୋଇଯାଇଥିଲା। ଏନେଇ ରାଜ୍ୟ ମାନବାଧିକାର କମିଶନ ଅସନ୍ତୋଷ ଜାହିର କରିଛନ୍ତି। ଏନେଇ ଆସନ୍ତା ମାର୍ଚ୍ଚ 3 ତାରିଖରେ ନିଜର ପକ୍ଷ ରଖିବାକୁ ନିର୍ଦେଶ ଦେଇଛନ୍ତି କମିଶନ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ