ETV Bharat / city

ସୁବାସଙ୍କୁ ବିଜେପୁରରେ ପ୍ରାର୍ଥୀ କରିବ ବିଜେଡି ! - election

ନବୀନ ବିଜେପୁରରୁ ଇସ୍ତଫା ଦେବା ପରେ ସେଠାରେ ହେବ ଉପନିର୍ବାଚନ । ତେବେ ଉପନିର୍ବାଚନରେ ବିଜେପୁରରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ସୁବାସ ଚୌହାନ । ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛାଡି ବିଜେଡିରେ ମିଶିଥିବାରୁ ଦଳ ତାଙ୍କୁ ସେଠାରୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଚାଲିଛି ।

ଫାଇଲ ଫଟୋ
author img

By

Published : Jun 4, 2019, 9:08 AM IST

ଭୁବନେଶ୍ବର: ବିଜେପୁର ଦେଖିବ ଆଉ ଏକ ଉପନିର୍ବାଚନ । କିଛି ଦିନ ପରେ ବିଜେପୁରକୁ ଛୁଟିବ ନେତାଙ୍କ ସୁଅ । ଗାଁ ଗାଁରେ ଡେରା ପକାଇବେ ବିଧାୟକ, ସାଂସଦ, ମନ୍ତ୍ରୀ । ବିଜେପୁର ବାଜି ଜିତିବା ପାଇଁ ପ୍ରସ୍ତୁତ ହେବ ରଣକୌଶଳ ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରକୁ ବାଏ ବାଏ କରିବା ପରେ ସେଠାରେ ପୁଣି ହେବ ନିର୍ବାଚନ । ପାଟକୁରା ସହିତ ବିଜେପୁରରେ ଉପନିର୍ବାଚନ ହେବ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଛି ।

କଂଗ୍ରେସ ଗଡ ଭାବେ ପରିଚିତ ଥିବା ବିଜେପୁରକୁ ଗତବର୍ଷ ଉପନିର୍ବାଚନ ପରେ ବିଜେଡି ନିଜ ଅକ୍ତିଆରକୁ ଆଣିଥିଲା । ପରେ ସାଧାରଣ ନିର୍ବାଚନରେ ନବୀନ ସେଠାରୁ ପ୍ରାର୍ଥୀ ହୋଇ 50 ହଜାରରୁ ଅଧିକ ଭୋଟରେ ଜିତିଥିଲେ । ତେବେ ନବୀନ ଏହି ଆସନ ଛାଡିବା ପରେ ସେଠାରୁ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚାଲିଛି ଚର୍ଚ୍ଚା ।

ପ୍ରଥମେ ନିଜ ଉତ୍ତରାଧିକାରୀ ସୂତ୍ରରେ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ସେଠାରୁ ନବୀନ ପ୍ରାର୍ଥୀ କରି ରାଜନୀତିରେ ପ୍ରବେଶ କରାଇବା ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା, ସେଥିରେ ବର୍ତ୍ତମାନ ବିରାମ ଲାଗିଛନ୍ତି । କିନ୍ତୁ ବିଜେଡି ସେଠାରୁ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ସସପେନ୍ସ ଆରମ୍ଭ ହୋଇଛି ।

ତେବେ ସାଧାରଣ ନିର୍ବାଚନ ସମୟରେ ବରଗଡର ଟାଣୁଆ ନେତା ସୁବାସ ଚୌହାନ ବିଜେପି ଛାଡି ବିଜେଡିରେ ଯୋଗଦେଇଥିବାରୁ ତାଙ୍କୁ ଦଳ ଭରସାକୁ ନେବ ବୋଲି କୁହାଯାଉଛି । ସୁବାସ ବିଜେଡିରେ ସାମିଲ ହୋଇଥିବା ସମୟରେ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ତାହା ହୋଇନଥିବାରୁ ଏବେ ସେ ବିଜେପୁରରୁ ବିଜେଡି ପ୍ରାର୍ଥୀ ହେବେ ବୋଲି ରାଜନୈତିକ ଅଳିନ୍ଦୁରେ ଚର୍ଚ୍ଚା ଚାଲିଛି ।

କାରଣ ନିକଟ ଭବିଷ୍ୟତରେ ବିଜେପି ଛାଡି ଯେଉଁନେତାମାନେ ବିଜେଡି ଆସିଛନ୍ତି ତାଙ୍କୁ ଦଳ ବିଭିନ୍ନ ଦାୟିତ୍ବ ଦେଇ ପୁରସ୍କାର କରିଛି । ବିଜେପି ଛାଡିଥିବା ଦୁଇ ନେତା ରଘୁନନ୍ଦନ ଦାସ ଓ ତୁଷାରକାନ୍ତି ବେହେରାଙ୍କୁ ଦଳ ମନ୍ତ୍ରିମଣ୍ଡଳରେ ସ୍ଥାନ ମଧ୍ୟ ଦେଇଛି । ତେଣୁ ସୁବାସଙ୍କୁ ଦଳ ସେଠାରୁ ପ୍ରାର୍ଥୀ କରି ବାଜିମାତ୍‌ କରିବା ଲକ୍ଷ୍ୟରେ ରହିବ ବୋଲି କୁହାଯାଉଛି ।

Intro:Body:

bhata kha

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.