ETV Bharat / city

SSC ଦୁର୍ନୀତି ବିରୋଧରେ ଛାତ୍ର କଂଗ୍ରେସର ଦସ୍ତଖତ ଅଭିଯାନ - ଛାତ୍ର କଂଗ୍ରେସ

ଓଡ଼ିଶା ଷ୍ଟାଫ ସିଲେକ୍ସନ ବିରୋଧରେ ଛାତ୍ର କଂଗ୍ରେସର ଜୋରଦାର ବିରୋଧ । ମହର୍ଷି କଲେଜର କ୍ୟାମ୍ପସରେ ଦସ୍ତଖତ କ୍ୟାମ୍ପେନ କରିଛି କଂଗ୍ରେସ । ଅଧିକ ପଢନ୍ତୁ...

SSC ଦୁର୍ନୀତି ବିରୋଧରେ ଛାତ୍ର କଂଗ୍ରେସର ଦସ୍ତଖତ ଅଭିଯାନ

author img

By

Published : Sep 4, 2021, 8:09 PM IST

ଭୁବନେଶ୍ବର: ଓଡ଼ିଶା ଷ୍ଟାଫ ସିଲେକ୍ସନରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଏହା ବିରୋଧରେ ପଇସା ଦିଅ ଚାକିରୀ ନିଅ ଏହି ନାରା ଦେଇ ଛାତ୍ର କଂଗ୍ରେସ ବିକ୍ଷୋଭ କରିଛି । ଏନେଇ ଆଜି(ଶନିବାର) ମହର୍ଷି କଲେଜ କ୍ୟାମ୍ପସରେ ଏକ ସଚେତନତା ଦସ୍ତଖତ କ୍ୟାମ୍ପେନ କରିଛି ଛାତ୍ର କଂଗ୍ରେସ ।

SSC ଦୁର୍ନୀତି ବିରୋଧରେ ଛାତ୍ର କଂଗ୍ରେସର ଦସ୍ତଖତ ଅଭିଯାନ

ଭଲ ପାଠ ପଢ଼ି ଯୁବକମାନେ ବେକାର ବୁଲୁଥିବାବେଳେ ପରୀକ୍ଷା ପୂର୍ଵରୁ ଏଠି ଚାକିରୀ ବିକ୍ରି ହେଉଥିବା କଂଗ୍ରେସର ଅଭିଯୋଗ କରିଥିଲା । ତେଣୁ ପଇସା ନୁହେଁ ଯୋଗ୍ୟତା ବା ଜ୍ଞାନ ଅନୁସାରେ ଚାକିରୀ ଦେବା ସହ ଏହି ବିଭାଗରେ ହେଉଥିବା ଦୁର୍ନୀତିକୁ ରାଜ୍ୟ ସରକାର ବନ୍ଦ କରନ୍ତୁ ବୋଲି ଛାତ୍ରୀ କଂଗ୍ରେସ ଦାବି ହୋଇଥିଲା ।

ତେଣୁ ପିଲାଙ୍କ ଭବିଷ୍ୟତ ସହ ନ ଖେଳି ଦୁର୍ନୀତିର ପର୍ଦ୍ଦାଫାଶ କରନ୍ତୁ ଆଉ ଯୁବକମାନଙ୍କ ଭବିଷ୍ୟତକୁ ସ୍ଵଚ୍ଛ ଓ ସୁରକ୍ଷିତ କରନ୍ତୁ ବୋଲି କହିଥିଲେ ଛାତ୍ର କଂଗ୍ରେସ ସଭାପତି ୟାସୀର ନୱାଜ। ଏପରି ନ କଲେ ଆଗାମୀ ଦିନରେ ସବୁ ଜିଲ୍ଲାରେ ଏହି ଦୁର୍ନୀତି ବିରୋଧରେ ଆନ୍ଦୋଳନ ହେବ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.