ETV Bharat / city

ଡ୍ରେନରେ ଭାସିଯାଇ ଛାତ୍ର ମୃତ୍ୟୁ ଘଟଣା, ସରକାରଙ୍କ ବିରୋଧରେ ଗର୍ଜିଲା ଛାତ୍ର କଂଗ୍ରେସ

author img

By

Published : Sep 21, 2021, 6:18 PM IST

ବିଏମସି ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ବଦଳି ଦାବି କଲା ଛାତ୍ର କଂଗ୍ରେସ । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କଲା କଂଗ୍ରେସ । ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିରୋଧରେ ନାରାବାଜି ଦେଇଥିଲେ ଛାତ୍ର କଂଗ୍ରେସ । ଅଧିକ ପଢନ୍ତୁ...

Student congress protest on drain drawn student death case
ଡ୍ରେନରେ ଭାସିଯାଇ ଛାତ୍ର ମୃତ୍ୟୁ ଘଟଣା, ସରକାରଙ୍କ ବିରୋଧରେ ଗର୍ଜିଲା ଛାତ୍ର କଂଗ୍ରେସ

ଭୁବନେଶ୍ବର: ଡ୍ରେନରେ ଭାସିଯାଇ ଛାତ୍ର ମୃତ୍ୟୁ ଘଟଣାକୁ ଦୃଢ ପ୍ରତିବାଦ କରିଛି ରାଜ୍ୟ ଛାତ୍ର କଂଗ୍ରେସ । ଆଜି ରାଜଧାନୀରେ ଡ୍ରେନରେ ଭାସି ଯାଇ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟୀ କରିଛି ଛାତ୍ର କଂଗ୍ରେସ । ଏହାସହ ବିଏମସି ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ବଦଳି ଦାବି କରିଛି ଛାତ୍ର କଂଗ୍ରେସ ।

ରାଜଧାନୀର ଡ୍ରେନରେ ଭାସିଯାଇ ୧୫ ବର୍ଷିୟ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ମଙ୍ଗଳବାର ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନବାଜଙ୍କ ନେତୃତ୍ବରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଛି । ରାଜ୍ୟ ସରକାରଙ୍କ ବିଫଳତା ଯୋଗେ ଏଭଳି ଘଟଣା ଘଟିଛି । ଛାତ୍ର କଂଗ୍ରେସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ପଣ୍ଡା, ବିଏମସି କମିଶନର ସଞ୍ଜୟ ସିଂଙ୍କୁ ଜୋରଦାର ବିରୋଧ କରି ତାଙ୍କ ଫଟୋ ଚିତ୍ରକୁ ପୋଡିଥିଲେ ଛାତ୍ର କଂଗ୍ରେସ । ଏହା ସହ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କଲା କଂଗ୍ରେସ । ବିଏମସି ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଓ ରାଜଧାନୀରେ ଡ୍ରେନେଜ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡଛି । ଯାହା ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଛି ବୋଲି ଛାତ୍ର କଂଗ୍ରେସ କହିଛି । ବିଏମସି ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ବଦଳି ଦାବି କରିଛି । ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିରୋଧରେ ନାରାବାଜି ଦେଇଥିଲେ ଛାତ୍ର କଂଗ୍ରେସ। ମୃତ ଛାତ୍ରଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିବା ପାଇଁ ଛାତ୍ର କଂଗ୍ରେସ ଦାବି କରିଛି ।

ତେବେ ଗତ ରବିବାର ଦିନ ରାଜଧାନୀର ସୌଭାଗ୍ୟ ନଗରରେ ଟ୍ୟୁସନ ଯିବାବେଳେ ଡ୍ରେନ ପାଣିରେ ଭାସି ଯାଇଥିଲେ ଜ୍ୟୋତିପ୍ରକାଶ ବେହେରା । ଦୀର୍ଘ ୧୮ ଘଣ୍ଟାର ପରିଶ୍ରମ ପରେ ସୋମବାର ସକାଳେ ମୃତଦେହକୁ ଖୋଜିପାଇଥିଲା ପୋଲିସ । ସ୍ମାର୍ଟସିଟିରେ ଏହି ଘଟଣା ସାରା ରାଜ୍ୟବାସୀଙ୍କୁ ଦୋହଲାଇ ଦେଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.