ETV Bharat / city

‘ଅମାନିଆଙ୍କ ପାଇଁ ବଢୁଛି ସଂକ୍ରମଣ, ସ୍ଥିତି ଦେଖି ନିଆଯାଉଛି ପଦକ୍ଷେପ ’

author img

By

Published : Jun 26, 2021, 5:55 PM IST

ସ୍ବାସ୍ଥ୍ଯ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ଅମାନିଆଙ୍କ ପାଇଁ ବଢୁଛି ସଂକ୍ରମଣ ହାର । ସଂକ୍ରମଣ ହାର ଅଧିକ ଥିବା ସ୍ଥାନରେ ନିଆଯାଉଛି ସ୍ବତନ୍ତ୍ର ପଦକ୍ଷେପ । ଅଧିକ ପଢନ୍ତୁ...

‘ ଅମାନିଆଙ୍କ ପାଇଁ ବଢୁଛି ସଂକ୍ରମଣ, ସ୍ଥିତି ଦେଖି ନିଆଯାଉଛି ପଦକ୍ଷେପ ’

ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପତିକ୍ରିୟା । ଯେଉଁ ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି, ସେଠାରେ ସ୍ବତନ୍ତ୍ର ଷ୍ଟ୍ରାଟେଜି ଆପଣାଯାଉଛି । ଅନ୍ୟପଟେ ବିଭିନ୍ନ ଜିଲ୍ଲାରୁ ଲୋକମାନଙ୍କ ଯିବା ଆସିବା ସହ ଢିଲାପଣ ମଧ୍ୟ ସଂକ୍ରମଣ ବଢିବାର ଅନ୍ୟ ଏକ ପ୍ରମୁଖ କାରଣ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ବିଜୟ ମହାପାତ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟର କୋରୋନା ସ୍ଥିତିକୁ ନେଇ ସର୍ଭିଲାନ୍ସ ଠାରୁ ନେଇ ଟୀକାକରଣକୁ ତ୍ବରାନ୍ବିତ କରାଯାଉଛି । ଅମାନିଆଙ୍କ ପାଇଁ ସଂକ୍ରମଣ ତଳମୁହାଁ ହେଉନାହିଁ । ଲୋକମାନେ ସାଧାରଣ ଛୋଟ ଜିନିଷ କିଣିବାକୁ ଯାଇ ବାହାରେ ଅଯଥା ଭିଡ କରୁଥିବା ଦେଖିବାକୁ ମିଳୁଛି । ଏପରି ବ୍ୟବହାର ପାଇଁ ସଂକ୍ରମଣ କମିବାରେ ବିଳମ୍ବ ହେଉଛି । ରାଜଧାନୀରେ ସଂକ୍ରମଣ ବଢିବା ନେଇ ବିଭିନ୍ନ କାରଣମାନ ରହିଛି । ଲୋକମାନେ ନିୟମ ନ ମାନିବା ବାହାରକୁ ଅଧିକ ସଂଖ୍ୟକ ଲୋକ ଏକାଠି ହୋଇ ବାହାରକୁ ବାହାରିବା । ଭୂତାଣୁ ଯାଇନଥିବା ବେଳେ ଆମେ ବାହାରକୁ ବାହାରି ସଂକ୍ରମଣ ବ୍ୟାପିବାକୁ ପ୍ରୋତ୍ସାହନ ଦେଉଛୁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

ସେହିପରି ବିଭିନ୍ନ ଜିଲ୍ଲାରୁ ଲୋକମାନଙ୍କ ଯିବା ଆସିବା ବି ରାଜଧାନୀରେ ସଂକ୍ରମଣ ବଢିବାର ଅନ୍ୟତମ କାରଣ ସାଜିଛି । ବର୍ତ୍ତମାନର ସ୍ଥିତି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ପ୍ରତିଦିନର ଡାଟାକୁ ବିଶ୍ଳେଷଣ କରାଯାଉଛି । ଉଚ୍ଚସ୍ତରୀୟ ବୈଠକ ମଧ୍ୟ ବସୁଛି । ସେହି ଆଧାରରେ ଆସନ୍ତା 30 ତାରିଖ ପରେ କଣ ହେବ, ସେନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.