ETV Bharat / city

ପାଖେଇ ଆସୁଛି ୟଶ, ଖୁବଶୀଘ୍ର ସ୍ପଷ୍ଟ ହେବ ଲ୍ୟାଣ୍ଡଫଲ୍ ସ୍ଥାନ

author img

By

Published : May 22, 2021, 6:05 PM IST

ମାଡି ଆସୁଛି ୟସ୍ । ଖୁବଶୀଘ୍ର ସ୍ପଷ୍ଟ ହେବ ଲ୍ୟାଣ୍ଡଫଲ୍ ସ୍ଥାନ । ଅଧିକ ପଢନ୍ତୁ...

state-weather-update
ପାଖେଇ ଆସୁଛି ସାମୁଦ୍ରିକ ଝଡ ୟସ

ଭୁବନେଶ୍ବର: ମାଡି ଆସୁଛି ୟସ୍ । ଖୁବଶୀଘ୍ର, ସ୍ପଷ୍ଟ ହେବ ଲ୍ୟାଣ୍ଡଫଲ୍ ସ୍ଥାନ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାଇ ଗତକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ଘନୀଭୂତ ହୋଇଛି । ଯାହା ଉକ୍ତ ସ୍ଥାନରେ ୨୩ ତାରିଖରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।

ପାଖେଇ ଆସୁଛି ସାମୁଦ୍ରିକ ଝଡ ୟସ

ଏହାପରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୪ ତାରିଖରେ ଏକ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେବା ପରେ କ୍ରମଶଃ ପରବର୍ତ୍ତୀ ୨୪ ଘଣ୍ଟାରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ।

ଏହାପରେ ଆହୁରି ଶକ୍ତିଶାଳୀ ହୋଇ ସମାନ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସଂନ୍ଧ୍ୟା ସୁଦ୍ଧା ଉତ୍ତର ଓଡିଶା-ପଶ୍ଚିମବଙ୍ଗ-ବାଙ୍ଗାଲାଦେଶ ତଟ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏହାର ପ୍ରଭାବରେ ୨୫ ତାରିଖରେ ଉପକୂଳ ଓ ଉତ୍ତର ଓଡିଶାର ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଏବଂ ୨୬ ଓ ୨୭ ତାରିଖରେ ୮ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ସହ ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ତେବେ ଆସନ୍ତା ୨୪ ଘଣ୍ଟା ,ରବିବାର ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ ଓ ରାୟଗଡାରେ କାଳବୈଶାଖୀ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକରେ ବଜ୍ରପାତ ସହ ବର୍ଷା ଆଲର୍ଟ ଜାରି କରାଯାଇଛି ।

ଗତ ୨୪ ଘଣ୍ଟାରେ ଟିଟିଲାଗଡରେ ୪୦.୨ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.