ETV Bharat / city

ଆସନ୍ତା 5 ଦିନ ଶୁଖିଲା ରହିବ ପାଗ

author img

By

Published : May 15, 2021, 9:50 PM IST

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ସମଗ୍ର ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା କମିଛି। ଅଧିକ ପଢନ୍ତୁ...

ଆସନ୍ତା 5 ଦିନ ଶୁଖିଲା ରହିବ  ପାଗ
ଆସନ୍ତା 5 ଦିନ ଶୁଖିଲା ରହିବ ପାଗ

ଭୁବନେଶ୍ବର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ସମଗ୍ର ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା କମିଛି।

ଆସନ୍ତା ୨୪ ଘଣ୍ଟା ଅର୍ଥାତ୍ ରବିବାର ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କୋରାପୁଟ, କେନ୍ଦ୍ରାପଡା, ମାଲକାନଗିରି, ରାୟଗଡା, ଗଜପତି, କନ୍ଧମାଳ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା 5 ଦିନ ଶୁଖିଲା ରହିବ ପାଗ

ଚଳିତ ବର୍ଷ ଜୁନ 1 ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ଭୟଙ୍କର ରୁପ ନେଉଛି ସାମୁଦ୍ରିକ ବାତ୍ୟା ତାଉତେରେ । ବାତ୍ୟା ଘଣ୍ଟା ପ୍ରତି 11 କିଲୋମିଟର ବେଗରେ ଗତି କରୁଛି ।

ଏହାର ପ୍ରଭାବରେ ତିନି ଦିନ ଲାଗି ରହିବ ପ୍ରବଳ ବର୍ଷା। ଆରବ ସାଗରରେ ସୃଷ୍ଟି ଲଘୁଚାପ ତଉତେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇସାରିଛି। ଆଗାମୀ ୧୨ ଘଣ୍ଟାରେ ସାମୁଦ୍ରିକ ଝଡ଼ ଭୟଙ୍କର ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।

ବାତ୍ୟା ବର୍ତ୍ତମାନ ଉତ୍ତର ପଶ୍ଚିମ ଦିଗ ଆଡକୁ ମୁହାଁଉଛି। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦-୧୬୦ ଅନୁମାନ କରାଯାଉଛି। ଏହାର ପ୍ରଭାବରେ କେରଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି ।

ମୁମ୍ବାଇ, ମହାରାଷ୍ଟ୍ର, ଗୋଆ ଓ ଗୁଜୁରାଟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ଗତ ୨୪ ଘଣ୍ଟାରେ ବଲାଙ୍ଗୀର ଜିଲ୍ଲା ସୈନ୍ତଳାରେ ସର୍ବାଧିକ ୨୭.୦ ମିମି, ବୋଡେ଼ନରେ ୨୩ ମିମି, କୋରାପୁଟ ପଟାଙ୍ଗିରେ ୨୦ ମିମି ବର୍ଷା ରେକର୍ଡ ହୋଇଯାଇଛି।

ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୯.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବରରେ ୩୪.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.