ETV Bharat / city

ଲୋକସେବା ଭବନରେ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ - panchayatraj day

ଲୋକସେବା ଭବନରେ ପଞ୍ଚାୟତିରାଜ ଦିବସ ପାଳିତ । ଯୋଗଦେଲେ ମୁଖ୍ୟମନ୍ତ୍ରୀଙ୍କ ସହ ବିଭାଗୀୟ ମନ୍ତ୍ରୀ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

panchayatraj day
panchayatraj day
author img

By

Published : Mar 5, 2020, 7:42 PM IST

ଭୁବନେଶ୍ବର: ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ ହୋଇଛି । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଗ୍ରାମାଞ୍ଚଳର ଯୋଗ୍ୟ 20 ଲକ୍ଷ ପରିବାରକୁ ପକ୍କାଘର ଯୋଗ୍ୟତା କାର୍ଡ ଅଧିକାର ପତ୍ର ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମରେ 9 ଜଣ ହିତାଧିକାରୀଙ୍କୁ ପକ୍କାଘର ଯୋଗ୍ୟତା କାର୍ଡ ଅଧିକାର ପତ୍ର ବଣ୍ଟା ଯାଇଛି । ଯେଉଁମାନଙ୍କୁ ପ୍ରାଥମିକତା ଭିତ୍ତିରେ ପର୍ଯ୍ୟାୟକ୍ରମେ ପକ୍କାଘର ଯୋଗାଇ ଦିଆଯିବ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ ଆଗାମୀ 4 ବର୍ଷ ମଧ୍ୟରେ 20 ଲକ୍ଷ ପରିବାରକୁ ପକ୍କାଘର ଯୋଗାଇ ଦିଆଯିବ ।

ଲୋକସେବା ଭବନରେ ପଞ୍ଚାୟତରାଜ ଦିବସ ଅନୁଷ୍ଠିତ

‘ଆମ ଘର ମୋବାଇଲ ଆପ’ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟନ କରାଯାଇଛି । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ ନିମନ୍ତେ ରାଜ୍ୟ ସରକାର 4 ଟି ବିଭାଗ ବିଦ୍ୟାଳୟ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ଅଧୀନରେ ଥିବା ଶିକ୍ଷାନୁଷ୍ଠାନ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଣୀ ଚିକିତ୍ସାଳୟ, ଅଙ୍ଗନୱାଡି କେନ୍ଦ୍ରର ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ପଞ୍ଚାୟତିରାଜ ବିଭାଗ ଦ୍ବାରା ପରିଚାଳନା କରାଯିବ ।

କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନ ସୁରେଶ ମହାପାତ୍ର, 5-ଟି ସଚିବ ଭିକେ ପଣ୍ଡିଆନ ବିଭାଗୀୟ ସଚିବ ମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.