ETV Bharat / city

ଜନତା ମଇଦାନରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ - ଜନତା ମଇଦାନ

ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ବରର ଜନତା ମୈଦାନଠାରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ । ଦଶ ଦିନ ମଧ୍ୟରେ 75 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ୟବସାୟ ହେବା ନେଇ ଆକଳନ କରାଯାଉଛି । ଅଧିକ ପଢନ୍ତୁ...

ଜନତା ମଇଦାନରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ
ଜନତା ମଇଦାନରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ
author img

By

Published : Feb 8, 2020, 1:56 AM IST

ଭୁବନେଶ୍ବର: ସ୍ଥାନୀୟ ଜନତା ମୈଦାନଠାରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ । ଏହି ପ୍ରଦର୍ଶନୀ ପ୍ରଥମ ଥର ପାଇଁ ରାଜ୍ୟ ରାଜଧାନୀରେ ଆୟୋଜିତ ହେଉଥିବାବେଳେ ଏହା ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଚାଲିବ ।

ଜନତା ମଇଦାନରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ

ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀକୁ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର ଉଦଘାଟନ କରିଛନ୍ତି । ଏହି ପ୍ରଦର୍ଶନୀରେ ରାଜ୍ୟର 23 ଟି ଜିଲ୍ଲାରୁ ବିଭିନ୍ନ ହସ୍ତଶିଳ୍ପ ସହିତ ଜଡିତ କାରୀଗରମାନେ ଭାଗ ନେଇଛନ୍ତି । ହସ୍ତକଳା ପ୍ରଦର୍ଶନୀ ମାଧ୍ୟମରେ ଗ୍ରାମାଞ୍ଚଳରେ ରହିଯାଉଥିବା ଏହି କାରିଗର ସହରର ଉପଭୋକ୍ତାଙ୍କ ସହିତ ଯୋଡି ହେବାର ସୁଯୋଗ ପାଇବେ ବୋଲି କହିଛନ୍ତି ଓଡିଶା ହସ୍ତତନ୍ତ,ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ନିର୍ଦେଶକ ଶ୍ରୀଯୁକ୍ତ ବସନ୍ତ କୁମାର ଦାସ ।

ଏହି ପ୍ରଦର୍ଶନୀରେ 104 ଟି ଷ୍ଟଲ କରାଯାଇଥିବା ବେଳେ ସେଥିରେ 136 ଜଣ କାରୀଗରଙ୍କୁ ସେମାନଙ୍କ ଉତ୍ପାଦକୁ ପ୍ରଦର୍ଶନ କରିବାକୁ ସୁଯୋଗ ଦିଆଯାଇଛି । ଏହି ଦଶ ଦିନ ମଧ୍ୟରେ 75 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ୟବସାୟ ହେବା ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ସ୍ଥାନୀୟ ଜନତା ମୈଦାନ ଠାରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ।ଯାହାକି ପ୍ରଥମ ଥର ପାଇଁ ରାଜ୍ୟ ରାଜଧାନୀ ରେ ଆୟୋଜିତ ହେଉଥିବାବେଳେ ଏହା ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି।

Body:ଆଜି ଏହି ପ୍ରଦର୍ଶନୀ କୁ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ସାଶନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର ଏହାକୁ ଉଦଘାଟନ କରିଛନ୍ତି।ଏହି ପ୍ରଦର୍ଶନୀରେ ରାଜ୍ୟର 23 ଟି ଜିଲ୍ଲାରୁ ବିଭିନ୍ନ ହସ୍ତଶିଳ୍ପ ସହିତ ଜଡିତ କାରୀଗର ମାନେ ଏଥିରେ ଭାଗ ନେଇ ସେମାନଙ୍କ ଉତ୍ପାଦର ପ୍ରଦର୍ଶିତ କରିବା ସହିତ ବିକ୍ରୟ କରିବା ପାଇଁ ପ୍ରଚେଷ୍ଟା କରାଯାଇଥିବା କହିଛନ୍ତି ଓଡିଶା ହସ୍ତତନ୍ତ,ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ନିର୍ଦେଶକ ଶ୍ରୀଯୁକ୍ତ ବସନ୍ତ କୁମାର ଦାସ।ଯାହା ମାଧ୍ୟମରେ ଗ୍ରାମାଞ୍ଚଳରେ ରହିଯାଉଥିବା ଏହି କାରିଗର ସହରର ଉପଭୋକ୍ତାଙ୍କ ସହିତ ଯୋଡି ହେବାର ସୁଯୋଗ ପାଇବ ବୋଲି ସେ କହିଛନ୍ତି।ଏହି ପ୍ରଦର୍ଶନୀରେ 104 ଟି ଷ୍ଟଲ କରାଯାଇଥିବା ବେଳେ ସେଥିରେ 136 ଜଣ କାରୀଗରଙ୍କୁ ସେମାନଙ୍କ ଉତ୍ପାଦ କୁ ପ୍ରଦର୍ଶନ କରିବାକୁ ଦିଆଯାଇଥିବା ଜଣାପଡିଛି।ଏହି ଦଶ ଦିନ ସମୟ ମଧ୍ୟରେ 75 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ୟବସାୟ ହେବା ବିଭାଗ ପକ୍ଷରୁ ଆକଳନ କରାଯାଇଥିବା ବେଳେ ଏଠାକୁ ରାଜଧାନୀର ଲୋକମାନେ ଅନେକ ସଂଖ୍ୟାରେ ଆସିବାକୁ ନେବେଦନ କରାଯାଇଛି।
ବାଇଟ-ବସନ୍ତ କୁମାର ଦାସ,ନିର୍ଦେଶକ,
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.