ETV Bharat / city

ରାଜ୍ଯ ସରକାର-ସିଇସି ବୈଠକ ଶେଷ

author img

By

Published : Oct 29, 2019, 6:28 PM IST

ସିଇସି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୈଠକ ଶେଷ । ବୈଠକରେ ଓଡିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେସନ (OMBADC)ରେ ପଞ୍ଚାୟତିରାଜ ବିଭାଗ କରିଥିବା ବିଭିନ୍ନ କାମର ରିପୋର୍ଟ ସିଇସି ଆଗରେ କଲା ଉପସ୍ଥାପନା ।

ଫାଇଲ ଫଟୋ

ଭୁବନେଶ୍ବର: ସିଇସି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୈଠକ ଶେଷ । ବୈଠକରେ ଓଡିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେସନ (OMBADC)ରେ ପଞ୍ଚାୟତିରାଜ ବିଭାଗ କରିଥିବା ବିଭିନ୍ନ କାମର ରିପୋର୍ଟ ସିଇସି ଆଗରେ କଲା ଉପସ୍ଥାପନା ।

ରାଜ୍ଯ ସରକାର-ସିଇସି ବୈଠକ ଶେଷ

ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ସିଇସି ବା କେନ୍ଦ୍ରୀୟ କ୍ଷମତା ସମ୍ପନ୍ନ କମିଟି ସଦସ୍ୟ ଆଜି(ମଙ୍ଗଳବାର) ରାଜ୍ୟ ସରକାରଙ୍କ ସହ ବୈଠକ କରିଛନ୍ତି । ଏଥିରେ OMBADC ରେ ହୋଇଥିବା କାମର ରିପୋର୍ଟ ରାଜ୍ୟ ସରକାର ସିଇସି ନିକଟରେ ଉପସ୍ଥାପନା କରିଛନ୍ତି ।

OMBDAC ରେ ପ୍ରାୟ 16 ହଜାର କୋଟି ଟଙ୍କା ଅଛି। ବର୍ତ୍ତମାନ ସୁଦ୍ଧା 10 ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁର ମିଳିଛି। ବଳକା ଟଙ୍କା ପ୍ରକଳ୍ପ ଦେବା ପରେ ଖର୍ଚ୍ଚ ହେବ। ପାନୀୟ ଜଳ, ଶିକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି। ସବୁ ବିଭାଗକୁ ପ୍ରୋଜେକ୍ଟ ରିପୋର୍ଟ ଦେବା ପାଇଁ କୁହାଯାଇଛି ବୋଲି ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ସୂଚନା ଦେଇଛନ୍ତି ।

ତେବେ ପି.ଭି. ଜୟକୃଷ୍ଣଙ୍କ ନେତୃତ୍ବରେ ଆସିଥିବା 4 ଜଣିଆ ଟିମ୍‌ କେନ୍ଦୁଝର ଓ ମୟୂରଭଞ୍ଜ ଯାଇ ସେଠାରେ ଖର୍ଚ୍ଚ ହୋଇଥିବା OMBDACର ଅର୍ଥରାଶିର ତଦନ୍ତ କରିବେ । ପରିଦର୍ଶନ କରିବା ପରେ କମିଟି ସୁପ୍ରିମକୋର୍ଟରେ ରିପୋର୍ଟ ଦେବେ। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଜିଲ୍ଲା ପରିଦର୍ଶନ କରିବ ସିଇସି ଟିମ୍ ।

କଣ କାମ କରୁଛି ତାଙ୍କ ପାଖରେ ଉପସ୍ଥାପନ କରିଛୁ। ସିଇସିର ଏହି କମିଟି ମୟୁରଭଞ୍ଜ ଓ କେନ୍ଦୁଝର କ୍ଷେତ୍ର ପରିଦର୍ଶନ କରିବେ। ପରିଦର୍ଶନ କରିବା ପରେ କମିଟି ସୁପ୍ରିମକୋର୍ଟରେ ରିପୋର୍ଟ ଦେବେ ବୋଲି ବୈଠକ ପରେ ପଞ୍ଚାୟତିରାଜ ସଚିବ ପ୍ରତିକ୍ରିୟା ଦେଇଛନ୍ତି । ସୂଚନା ଥାଉକି, ସିଇସିର ଗଠିତ 4 ଜଣିଆ କମିଟିରେ ଅମରନାଥ ସେଠୀ, ଏସକେ ପଟ୍ଟନାୟକ, ମହେନ୍ଦ୍ର ବ୍ୟାସ ମଧ୍ୟ ରହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ସିଇସି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୈଠକ ଶେଷ ।ବୈଠକ ପରେ ପଞ୍ଚାୟତିରାଜ ସଚିବଙ୍କ ପ୍ରତିକ୍ରିୟା। କଣ କାମ କରୁଛି ତାଙ୍କ ପାଖରେ ଉପସ୍ଥାପନ କରିଛୁ। ସିଇସିର ଏହି କମିଟି ମୟୁରଭଞ୍ଜ ଓ କେନ୍ଦୁଝର କ୍ଷେତ୍ର ପରିଦର୍ଶନ କରିବେ। ପରିଦର୍ଶନ କରିବା ପରେ କମିଟି ସୁପ୍ରିମ courtରେ ରିପୋର୍ଟ ଦେବେ। Body:OMBDAC ରେ ପ୍ରାୟ 16 ହଜାର କୋଟି ଟଙ୍କା ଅଛି। ବର୍ତ୍ତମାନ ସୁଦ୍ଧା 10 ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁର ମିଳିଛି। ବଳକା ଟଙ୍କା ପ୍ରକଳ୍ପ ଦେବା ପରେ ଖର୍ଚ୍ଚ ହେବ। ପାନୀୟ ଜଳ,ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ସବୁ ବିଭାଗକୁ project ରିପୋର୍ଟ ଦେବା ପାଇଁ କୁହାଯାଇଛି ବୋଲି ପଞ୍ଚାୟତ ରାଜ୍ ସଚିବ ଙ୍କ ସୂଚନା ।ଏହା ସହ
ରାଜ୍ୟ ସରକାର କଣକାମ କରିଛନ୍ତି ,ସେନେଇ ସିଇସି ଙ୍କ ପାଠେର ଉପସ୍ଥାପନ କରାଯାଇଛି । ୧୦ ହଜାର କୋଟି ଦିଆଯାଇଛି ।ପାନୀୟ ଜଳ ,ସ୍ଵାସ୍ଥ୍ୟ, ରୁରାଲ ରୋଡ୍ ,ହାଉସିଂ ସେକ୍ଟର ପ୍ରକଳ୍ପ କୁ ଅନୁମୋଦନ ଦିଆଯାଇଛି । ଏବଂ ଏହାସହ ମୟୂରଭଞ୍ଜ ଓ କେଉଝର ଫିଲଡ ଭିଜିଟ୍ କରିବେ ।ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଜିଲ୍ଲା ପରିଦର୍ଶନ କରିବ ସିଇସି ଟିମ୍ ।

Conclusion:ସୂଚନାଅନୁସାରେ ଏହି କମିଟିରେ ପିଭି ଜୟକୃଷ୍ଣଙ୍କ ସହ ଅମର ନାଥ ସେଠୀ, ଏସକେ ପଟ୍ଟନାୟକ, ମହେନ୍ଦ୍ର ବ୍ୟାସ ରହିଛନ୍ତି ।ଏହି ବୈଠକରେ ମୁଖ ଶାସନ ସଚିବଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗଦେଇଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.