ଭୁବନେଶ୍ବର: ରାଜ୍ୟ ସଚିବାଳୟ ରେ ବସିଥିବା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ମୋଟ 13ଟି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି ମିଳିଥିବା ସୂଚନା ମିଳିଛି ।
ରାଜସ୍ବ ବିଭାଗର 3ଟି ଓ ଉଚ୍ଚଶିକ୍ଷାର 2ଟି ପ୍ରସ୍ତାବକୁ ମଞ୍ଜୁରି ମିଳିବା ସହ ପଞ୍ଚାୟତିରାଜ ବିଭାଗର 3ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ଦେଇଥିବା ଜଣାପଡିଛି । ଏହା ବ୍ୟତୀତ ଉଚ୍ଚଶିକ୍ଷା ବିଭାଗର ଦୁଇଟି ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ । ଏସିଆନ ସ୍କୁଲ ଅଫ ବିଜିନେସ ମ୍ୟାନେଜମେଣ୍ଟ କୁ deemd ବିଶ୍ଵବିଦ୍ୟାଳୟ ରେ ପରିଣତ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି ।
ତେବେ ବିଧାନସଭା ଅଧିବେଶନ ଚାଲିଥିବାରୁ କ୍ୟାବିନେଟର ନିଷ୍ପତ୍ତି ନେଇ ବିଧିବଦ୍ଧ ଭାବେ କିଛି ଘୋଷଣା ହୋଇନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ